ବିବାହ କରିବାକୁ ଡରୁଛନ୍ତି ଅଭିନେତା ଶିବ ଠାକରେ, କହିଲେ-ମୋତେ ଯଦି କିଏ ଡ୍ରମ୍‌ରେ…

Published By : Prameya-News7 Bureau | July 28, 2025 IST

ମୁମ୍ଵାଇ ୨୮।୦୭; ସୁପରଷ୍ଟାର ସଲମାନ ଖାନଙ୍କ ସୋ’ 'ବିଗ୍ ବସ୍ ୧୬' ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଶିବ ଠାକରେ। ତାଙ୍କ ପ୍ରେମ ଜୀବନକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ଚାଲିଛି ।  ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ଶିବ ଠାକରେ କହିଛନ୍ତି, 'କିଛିଦିନ ହେବ ଘଟୁଥିବା ଘଟଣାକୁ କେନ୍ଦ୍ର କରି ମୁଁ ବିବାହ କରିବାକୁ ଡରୁଛି  ।

ଏକ ସାକ୍ଷାତକାରରେ ଶିବ ଠାକରେ କହିଥିଲେ, 'ମୁଁ ବିବାହ କରିବାକୁ ଡରୁଛି। କାରଣ ଏହା ପୁଅମାନଙ୍କର କର୍ମ। ପ୍ରକୃତରେ, ବର୍ତ୍ତମାନ ପୁଅମାନଙ୍କ ସହିତ ଯାହା ଘଟୁଛି, ଆମର ପୂର୍ବପୁରୁଷମାନେ ବର୍ଷ ବର୍ଷ ପୂର୍ବରୁ ଝିଅମାନଙ୍କ ସହିତ ମଧ୍ୟ ସେହିପରି କରିଥିଲେ। ଲୋକମାନେ ଭାବୁଛନ୍ତି ଯେ ପୁଅମାନଙ୍କ ସହିତ କିଛି ଖରାପ ଘଟୁଛି, ତେବେ ମୁଁ କହିବି ଏହା କର୍ମର ଫଳ..

ଶିବ ଠାକରେଙ୍କ ଅଭିନେତ୍ରୀ ଏବଂ କୋରିଓଗ୍ରାଫର ଡେଜି ଶାହଙ୍କ ସହିତ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଛି । ଅନେକ ଥର ଦୁହିଁଙ୍କୁ ଏକାଠି ଅନେକ ପାର୍ଟି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି।। ଏଯାବତ ଦୁହେଁ ଏ ସମ୍ପର୍କକୁ ବନ୍ଧୁତାର ନାମ ଦେଇ ଆସିଛନ୍ତି  ।  ଶିବ ଠାକରେ 'ବିଗ୍ ବସ୍ ୧୬' ଓ 'ଖତରୋଁ କେ ଖିଲାଡି'ରେ ନଜର ଆସିଥିଲେ ।  ଏହି ସୋ’ରେ ଶିବ ଠାକରେଙ୍କ ଖେଳକୁ ଦର୍ଶକ ବେଶ ପସନ୍ଦ ବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.