LIVE TV

ବିମାନ ନୁହେଁ ବାର୍ଡ ହିଟ୍ ହୋଇଛି ଟ୍ରେନ୍, ଲୋକ ପାଇଲଟ ଆହତ, Watch Video

NEWS7
jaganath-dam-hording-in-digha-jaganath-temple

ଅନନ୍ତନାଗ ୮।୧୧:  ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଏକ ଚଳନ୍ତା ଟ୍ରେନ ସହ ଚିଲ ପକ୍ଷୀ ଧକ୍କା ଲାଗିଛି। ଧକ୍କା ଏତେ ଭୀଷଣ ଥିଲା ଯେ ଚିଲଟି ଟ୍ରେନ ଇଞ୍ଜିନର କାଚ ଭାଙ୍ଗି ଲୋକ ପାଇଲଟ ଦେହରେ ମାଡ଼ ହୋଇଛି। ଫଳରେ ଲୋକ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ଦେହରେ ଭଙ୍ଗା କାଚ ପଶି ଯାଇଛି। ପ୍ରାଥମିକ ଉପଚାର ପରେ ଲୋକ ପାଇଲଟ ପୁଣି ଟ୍ରେନକୁ ଗନ୍ତବ୍ୟ ଅଭିମୁଖେ ନେଇ ଯାଇଛନ୍ତି।

ରିପୋର୍ଟ ଅନୁସାରେ ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣା ବାରାମୂଲା-ବନିହାଲ ଟ୍ରେନରେ ବିଜବେହେରା ଓ ଅନନ୍ତନାଗ ଷ୍ଟେସନ ମଧ୍ୟରେ ଘଟିଛି। ଏଥିରେ ଏକ ଚିଲ ଚଳନ୍ତା ଟ୍ରେନ ସହିତ ଧକ୍କା ଲାଗିଛି। ଏଣୁ ଟ୍ରେନର ୱିଣ୍ଡୋ ସ୍କ୍ରିନ ଭାଙ୍ଗି ଯାଇଛି ଓ ଲୋକ ପାଇଲଟ ଆହତ ହୋଇଛନ୍ତି। ତେବେ ଟ୍ରେନ ସହ ଧକ୍କା ଲାଗିବା ପରେ ମଧ୍ୟ ଚିଲଟି ସୁସ୍ଥ ଥିଲା। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଏହି ଘଟଣା ପରେ ଟ୍ରେନକୁ ଅଟକାଇ ଏହାର ଯାଞ୍ଚ କରାଯାଇଥିଲା ଓ ପାଇଲଟଙ୍କୁ ପ୍ରାଥମିକ ଉପଚାର ଦିଆଯାଇଥିଲା।

ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣା ପାଇଁ ଯାତ୍ରୀଙ୍କୁ କୌଣସି ଅସୁବିଧା ହୋଇ ନାହିଁ। ଅଳ୍ପ ବିଳମ୍ବରେ ଟ୍ରେନ ପୁଣି ଗନ୍ତବ୍ୟ ଅଭିମୁଖେ ବାହାରିଥିଲା। ତେବେ ଟ୍ରେନ ସହ ଚିଲ ଧକ୍କା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏଥିରେ ଲୋକ ପାଇଲଟଙ୍କୁ ସ୍ଥିତିକୁ ସମ୍ଭାଳୁଥିବା, ରେଡିଓରେ କଥା ହେଉଥିବା ଓ ଧକ୍କା ପରେ ସ୍ଥିତିକୁ ନିୟନ୍ତ୍ରିତ କରୁଥିବା ଦେଖାଯାଇଛି। ତେବେ ଟ୍ରେନ ସହ ପକ୍ଷୀ ମାଡ଼ ହେବା ଏହା ନୂଆ ଘଟଣା । ପୂର୍ବରୁ ଏପରି ଦୁର୍ଘଟଣା ଏୟାର ଲାଇନ୍ସ ବିମାନ କ୍ଷେତ୍ରରେ ହେଉଥିଲା।

ଗତ ସେପ୍ଟେମ୍ବର ମାସରେ ଏକ ଏଭଳି ଘଟଣା ଘଟିଥିଲା। ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ର ଏକ ଉଡାଣ ପକ୍ଷୀ ବାଡେଇ ହୋଇଯିବା ଯୋଗୁ ବାତିଲ ହୋଇଯାଇଥିଲା। ଏୟାରଲାଇନ୍ସର ଜନୈକ ଅଧିକାରୀ ଗଣମାଧ୍ୟମକୁ କହିଥିଲେ ଯେ ଟେକଅଫ ପାଇଁ ବିମାନ ରନୱେରେ ଟ୍ୟାକ୍ସିଂ କରୁଥିବା ବେଳେ ଏକ ଚିଲ ବିମାନର ସମ୍ମୁଖ ଭାଗରେ ବାଡେଇ ହୋଇଯାଇଥିଲା। ଏଣୁ ଏୟାର ଲାଇନସ୍ କୁ ବିମାନ ରଦ୍ଦ କରିବାକୁ ପଡିଥିଲା।