ୟୁଜରଙ୍କୁ ନିଆରା ଅନୁଭବ ଦେବ ‘ Bitchat’ ; ହ୍ୱାଟ୍ସଆପ୍‌କୁ ମାତ୍‌ ଦେବ ଜ୍ୟାକ୍‌ ଡୋର୍ସିଙ୍କ ଏହି ନୂଆ ଆପ୍‌

Published By : Prameya-News7 Bureau | July 08, 2025 IST

ନୂଆଦିଲ୍ଲୀ : ଜ୍ୟାକ୍‌ ଡୋର୍ସି ଏକ୍ସ ଓ ବ୍ଲକ୍ ଭଳି କମ୍ପାନୀର ଫାଉଣ୍ଡର ଅଛନ୍ତି। ସେ ପୁଣି ଥରେ ଟେକ୍ନୋଲଜିର ଦୁନିଆରେ ଧମାକା କରିବାକୁ ଯାଉଛନ୍ତି। ଏହିଥର ସେ ଏମିତି ଆପ୍‌ ବିକଶିତ କରିଛନ୍ତି , ଯାହାକି ବିନା ଇଣ୍ଟରନେଟ୍‌, ବିନା ମୋବାଇଲ ନମ୍ୱର ଓ ବିନା ଇମେଲରେ ମଧ୍ୟ ଚାଟିଂ କରିବାର ସୁବିଧା ଦେଇଥାଏ। ଏହି ଆପ୍‌ର ନାଁ ‘ Bitchat’ । ଏହି ଆପ୍‌ ଏକ ଡିସେଣ୍ଟ୍ରାଲାଇଜଡ୍‌ ମେସେଜିଂ ସିଷ୍ଟମ , ଯାହା ବ୍ଲୁଟୁଥ୍‌ ଲୋ ଏନର୍ଜି (ବିଏଲଇ) ଟେକ୍ନୋଲଜିରେ କାମ କରିଥାଏ।

‘ Bitchat’ କଣ ? 

‘ Bitchat’ ଏକ ମୋବାଇଲ ମେସେଜିଂ ଆପ୍‌ , ଯାହା ବିନା ଇଣ୍ଟରନେଟ୍‌ ମୋବାଇଲ ନେଟୱର୍କର ଆବଶ୍ୟକରେ କାମ କରିଥାଏ। ଏହି peer-to-peer ମେସେଜିଂକୁ ସପୋର୍ଟ କରିଥାଏ। ଏହାର ଅର୍ଥ ଏହା ଏକ ମୋବାଇଲ ସିଧାସଳଖ ଦ୍ୱିତୀୟ ମୋବାଇଲ ସହ କନେକ୍ଟ ହୋଇ ମେସେଜ୍‌ ପଠାଇ ଥାଏ। ଏହି ଆପ୍‌କୁ ଜ୍ୟାକ୍‌ ଡୋର୍ସିଙ୍କ ୱିକେଣ୍ଡ ପ୍ରୋଜେକ୍ଟ ଭାବେ ଜଣାଯାଏ। କିନ୍ତୁ ଏହାର ଟେକ୍ନୋଲଜି ଓ କନସେପ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

କେମିତି କାମ କରେ ‘ Bitchat’ ?

Bitchat Bluetooth Mesh Network ମାଧ୍ୟମରେ ଡିଭାଇସ୍‌-ଟୁ-ଡିଭାଇସ କନେକ୍ସନ ହୋଇଥାଏ। ଏହି ନେଟୱର୍କ ୩୦୦ମିଟରରୁ ଅଧିକ ରେଞ୍ଜରେ କାମ କରେ। ମେସେଜ ମଲଟି-ହପ୍‌ ସିଷ୍ଟମରୁ ପଠାଯାଏ , ଅର୍ଥାତ୍‌ ଯଦି ଦୁଇଟି ଡିଭାଇସ ମଧ୍ୟରେ ଦୂରତା ଥାଏ , ତ ମଝିରେ ଥିବା ଅନ୍ୟ ମୋବାଇଲ ଡିଭାଇସ ମାଧ୍ୟମରେ ମେସେଜ୍‌ ଫରୱାର୍ଡ ହୋଇଥାଏ। ୟୁଜରର ଡିଭାଇସରେ ମେସେଜ୍‌ ଟେମ୍ପରାରୀ ମେମୋରୀ ରେ ଷ୍ଟୋର ହୁଏ ଏବଂ ଯଦି ରିସିଭର ଅଫ୍‌ଲାଇନ୍‌ରେ ଥାଏ ତ ମେସେଜ ପରେ ଡେଲିଭର ହୋଇଥାଏ।

ମେସେଜ୍‌ ଷ୍ଟୋରେଜ୍‌ ସିଷ୍ଟମ –

ନର୍ମାଲ ମେସେଜ୍‌ ୧୨ଘଣ୍ଟା ପରେ ଆପଣା ଛାଏଁ ଡିଲିଟ୍‌ ହୋଇଯାଏ। ଫେବରାଇଟ୍‌ ମେସେଜ୍‌ ଅନଲିମିଟେଡ୍‌ ସମୟ ଯାଏ ସେଭ୍‌ ରହେ। ଯଦି ରିସିଭର ଆଭେଲେବଲ ନାହାନ୍ତି, ତ ଆପ୍ ମେସେଜକୁ ଷ୍ଟୋର କରିନିଏ ଏବଂ ପରେ ନେଟୱର୍କ ମିଳିବା କ୍ଷଣି ଡେଲିଭର କରେ।

‘ Bitchat’ ରେ କଣ ଫିଚର ଅଛି ?

ଏଥିରେ ଆପଣଙ୍କୁ ଚ୍ୟାଟ୍‌ ରୁମ୍‌ ଫିଚର ମିଳିବ। ଡିସ୍କାର୍ଡ ପରି ଟପିକ୍‌ ସ୍ତରୀୟ ଚ୍ୟାଟ୍‌ ରୁମ୍‌ ଅଛି। ଆପଣ ଏଥିରେ କୌଣସି ବି ୟୁଜରକୁ ଉଲ୍ଲେଖ କରି ପାରିବେ। ଏହା ବ୍ୟତୀତ କୌଣସି ବି ପ୍ରାଇଭେଟ୍‌ ଚ୍ୟାଟ୍‌ ପାଇଁ ପାସୱାର୍ଡ ରୁମ୍ସ, ବିନା ନେଟୱର୍କରେ ମେସେଜ ପଠାଇବାର ଅପସନ ଏବଂ ଏହାକୁ ଚଲାଇବା ପାଇଁ ଆପଣଙ୍କୁ କୌଣସି ଆକାଉଣ୍ଟ ବା ଆଇଡିର ଆବଶ୍ୟକ ପଡ଼ିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.