LIVE TV

ସରକାରୀ ଜମି ଜବରଦଖଲ ଉଚ୍ଛେଦ, ହଟିବ ୧୫୦ରୁ ଅଧିକ ଘର ଓ ଦୋକାନ

NEWS7
its-highly-unlikely-to-happen-sunil-gavaskar-on-ms-dhoni-comeback-into-the-indian-team

ଭଦ୍ରକ ୧୧: ଦୀର୍ଘ ଦିନର ବିରତି ପରେ ପୁଣି ସରକାରୀ ଜମି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାରେ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଚରମ୍ପା ଛକରୁ ଭଦ୍ରକ ରେଳ ଷ୍ଟେସନ ପର୍ଯ୍ୟନ୍ତ ଉଚ୍ଛେଦ   କରୁଛି ଜିଲ୍ଲା ପ୍ରଶାସନ । ଉଚ୍ଛେଦ ପାଇଁ ପ୍ରଶାସନ ତରଫରୁ ଘୋଷଣା ପରେ ଜବର ଦଖଲ କରିଥିବା ଦୋକାନ ଓ ଘର ଗୁଡ଼ିକ ନିଜେ ନିଜେ ଖୋଲି ନେଉଥିବା ଦେଖିବା ପାଇଁ ମିଳିଛି ।

​​​​​​​

ଭଦ୍ରକ ରେଳ ଷ୍ଟେସନକୁ ଯାଉଥିବା ଏହି ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘ ଦିନ ହେବ ଜବର ଦଖଲ ପାଇଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ତେବେ ୧୫ ଦିନ ପୂର୍ବରୁ ଉଚ୍ଛେଦ ପାଇଁ ଘୋଷଣା ପରେ ପ୍ରାୟ ୧୫୦ରୁ ଅଧିକ ଘର ଓ ଦୋକାନ ଜବରଦଖଲ ଉଚ୍ଛେଦ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଉଚ୍ଛେଦ ବେଳେ ଉପଜିଲ୍ଲାପାଳ, ତହସିଲଦାରଙ୍କ ସମେତ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।