Live Live
LIVE

Iran War: ବିଶ୍ବବ୍ୟାପୀ ଶକ୍ତି ସଂକଟ ସୃଷ୍ଟି କରିଛି ଇରାନ୍, ଯୁଦ୍ଧ ଲଢ଼ିପାରିବ ତ ଟ୍ରମ୍ପଙ୍କ ଆମେରିକା ?

NEWS7
it-will-be-reveal-at-24th-october-that-who-won-bijepur-election

ନୂଆଦିଲ୍ଲୀ: ଇରାନ୍ ଯୁଦ୍ଧ ୧୧ ଦିନରେ ପ୍ରବେଶ କରିଛି । ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ୍ ଉପରେ ଆକ୍ରମଣ କରୁଛନ୍ତି । କିନ୍ତୁ ଏକାକୀ ଇରାନ୍ ଦୁଇ ଦେଶକୁ ଜବାବ ଦେଉଛି । ଏହି ଯୁଦ୍ଧ ଥମିବା ଭଳି ଲାଗୁନାହିଁ । ଇରାନ ସେନାକୁ ଆତ୍ମସମର୍ପଣ ଲାଗି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ହେଲେ ଟ୍ରମ୍ପଙ୍କ ଚେତାବନୀକୁ ବେଖାତିର କରିଛି ତେହେରାନ । ଫଳରେ ଯୁଦ୍ଧ ଜାରି ରହିଛି । ଇରାନର ମିସାଇଲକୁ ଟାର୍ଗେଟ କରିବାକୁ ଯାଇ ଟ୍ରମ୍ପଙ୍କ ସେନା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ।

ଅଧିକ ପଢ଼ୁନ୍ତୁ: ମୁରିଦ୍ ଏୟାରବେସର ବିଲ୍ଡିଂ ବି ତିଆରି କରିପାରୁନି ପାକିସ୍ତାନ, ଧ୍ବଂସ କରିଥିଲା ଭାରତୀୟ ବାୟୁସେନା

ଜବାବ ଦେଉଛି ଇରାନ୍
ଇରାନର ଶସ୍ତା କାମିକାଜେ ଡ୍ରୋନ୍ ଏବଂ ସ୍ବଳ୍ପଗାମୀ ମିସାଇଲକୁ ଖସାଇବାକୁ ଆମେରିକା ଦାମୀ ମିସାଇଲ୍ର ବ୍ୟବହାର କରୁଛି। ଆମେରିକା, ଇରାନର ମିସାଇଲ୍ କାରଖାନାକୁ ଧ୍ବଂସ କରିବ ବୋଲି ଧମକ ଦେଇଛି । ହେଲେ ଏବେ ଯାଏଁ ଏଗୁଡ଼ିକର ଠିକଣା ପାଇପାରୁନି ଆମେରିକା । ସେପଟେ ଯୁଦ୍ଧକୁ ଯିବା ପୂର୍ବରୁ ଇରାନ୍ ପୂର୍ଣ୍ଣ ପ୍ରସ୍ତୁତ ଥିବା ଭଳି ମନେ ହେଉଛି । ଇରାନ୍ ପାଖରେ ବିଭିନ୍ନ ମିସାଇଲ୍ର ଭଣ୍ଡାର ରହିଛି । ଶାହେଦ ୧୩୬ ମିସାଇଲ୍ ବ୍ୟତୀତ ଇରାନ୍ ପାଖରେ ଅନ୍ୟ ଘାତକ ମିସାଇଲ୍ର ଭଣ୍ଡାର ରହିଛି ବୋଲି କୁହାଯାଉଛି ।

ଇରାନ୍ ନିୟନ୍ତ୍ରଣରେ ହର୍ମୁଜ୍ ପ୍ରାଣାଳୀ
ବିଶ୍ବକୁ ୨୦ ପ୍ରତିଶତ ଇନ୍ଧନ ଯୋଗାଣର ମୁଖ୍ୟ ପରିବହନ ମାର୍ଗ ହର୍ମୁଜ୍ ପ୍ରଣାଳୀ । ଏହା ଇରାନର ନିୟନ୍ତ୍ରଣରେ ରହିଛି । ଯୁଦ୍ଧ ଆରମ୍ଭ ହେବା ପରେ ଇରାନ୍ ଏହି ଜଳମାର୍ଗକୁ ଏକପ୍ରକାର ବନ୍ଦ କରି ଦେଇଛି । ଫଳରେ ସାରା ବିଶ୍ବକୁ ଇନ୍ଧନ ଯୋଗାଣ ପ୍ରଭାବିତ ହୋଇଛି । ଏବେ ସମଗ୍ର ବିଶ୍ବରେ ଦେଖା ଦେଇଛି ତୈଳ ସଂକଟ । ଯଦିଓ ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଆମେରିକା ଉପରେ ଆକ୍ରମଣ କରିଥିଲେ, କିନ୍ତୁ ସଂଘର୍ଷ ଏବେ ଇରାନ୍ ନିୟନ୍ତ୍ରଣରେ ଥିବା କୁହାଯାଉଛି । ଇରାନ୍ ନିଜର ସର୍ବୋଚ୍ଚ୍ ନେତା ଅଲି ଖାମେନିଙ୍କୁ ହରାଇଥିଲା । କିନ୍ତୁ ଏବେ ଅଲି ଖାମେନିଙ୍କ ପୁଅ ସର୍ବୋଚ୍ଚ ନେତାଙ୍କ ଆସନରେ ବସି ସାରିଛନ୍ତି ।

ଆଧୁନିକ ଯୁଦ୍ଧର ପ୍ରଣାଳୀ ଭିନ୍ନ
ଭାରତ ପକ୍ଷରୁ ହୋଇଥିଲା ‘ଅପରେସନ୍ ସିନ୍ଦୂର’ ଭଳି ଏବେ ଯୁଦ୍ଧ  ନୂତନ ରୂପ ନେଇଛି । ଅତ୍ୟାଧୁନିକ ଅସ୍ତଶସ୍ତ୍ର ବ୍ୟବହାର ହେଉଛି । ଏଆଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛି । ଆଉ ସ୍ଥଳରେ ସଂଘର୍ଷ ନୁହେଁ, ଆକାଶରେ ଗର୍ଜୁଛି ଅତ୍ୟାଧୁନିକ ମିସାଇଲ୍ । ବିଭିନ୍ନ ପ୍ରତିବନ୍ଧକ ସତ୍ବେ ଇରାନ୍ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଉନ୍ନତ ଯୁଦ୍ଧାସ୍ତ୍ର ନିର୍ମାଣ କରିପାରିଛି । ଏହା ମଧ୍ୟ ଭାରତ ଭଳି ବିଶ୍ବ ଅନ୍ୟ ଦେଶ ପାଇଁ ଏକ ଶିକ୍ଷା । ଯେକୌଣସି ଯୁଦ୍ଧ ପରିସ୍ଥିତିରେ କୌଣସି ଦେଶ ଯୁଦ୍ଧାସ୍ତ୍ର ଲାଗି ତୃତୀୟ ଦେଶ ଉପରେ ନିର୍ଭର କରିବା ବୋକାମି । ଯାହା ଇରାନ ଯୁଦ୍ଧରେ ଶିଖିବାକୁ ମିଳିଛି । ଇରାନ୍ ସ୍ବୟଂ ସଂପୂର୍ଣ୍ଣ ଭାବରେ ନିଜର ଆତ୍ମରକ୍ଷା କରୁଛି । ଆମେରିକା ଭଳି ମହାଶକ୍ତିକୁ ବି ଜବାବ ଦେଉଛି ।

ଇରାନକୁ ଭାଙ୍ଗିବା ସହଜ ହେବନି !
ପୂର୍ବ ପାରସ୍ୟ ସାମ୍ରାଜ୍ୟର ଉତ୍ତରାଧିକାରୀ ଭାବରେ, ଇରାନ ଏକ ସଭ୍ୟତାବାଦୀ ରାଷ୍ଟ୍ର । ଯାହାର ହଜାର ହଜାର ବର୍ଷ ପୂର୍ବର ଏକ ଚମତ୍କାର ଟ୍ରାକ୍ ରେକର୍ଡ ରହିଛି। ୧୯୭୯ ବିପ୍ଳବ ପରଠାରୁ ଈଶ୍ୱରତାନ୍ତ୍ରିକ ଶାସନ କ୍ଷମତାରେ ଥିବାରୁ, ଇରାନ ଭିତରେ ବିଦ୍ରୋହ ସୃଷ୍ଟି କରିବା ଆମେରିକା ପାଇଁ କଷ୍ଟକର ହେବ। ଏହାର ବାସିନ୍ଦାମାନେ ଗତ ୪୫ ବର୍ଷ ମଧ୍ୟରେ ଆମେରିକା ଏବଂ ଇସ୍ରାଏଲ ଉଭୟଙ୍କ ଆଚରଣ ଏବଂ ଉଚ୍ଚାରଣ ଦେଖିଛନ୍ତି । ଦୁଇ ଦେଶ ପାଲେଷ୍ଟାଇନକୁ ନିଜର ଉଦ୍ଦେଶ୍ୟ ପୂରଣ କରିବାକୁ ବ୍ୟବହାର କରିଛନ୍ତି । ତେଣୁ ଏପରି ସମୟରେ ଦେଶବାସୀ ଏକାଠି ହୋଇପାରନ୍ତି । IRGC ଯୁଦ୍ଧ ଭିତ୍ତିଭୂମି ଧ୍ୱଂସ କରିବା ପରେ ମଧ୍ୟ ଇରାନରେ ଶାସନ ପରିବର୍ତ୍ତନ କରିବାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଇଚ୍ଛା ଏବେ ପୂରଣ ହୋଇନପାରେ ।