LIVE TV

କିଏ ସେ ପାକ୍ କ୍ରିକେଟର, ଯିଏ ୩୮ ବର୍ଷ ବୟସରେ କଲେ ଟେଷ୍ଟ ଡେବ୍ୟୁ

NEWS7
it-was-expensive-to-be-photographed-with-the-memorial-of-chinese-soldiers

ନୂଆଦିଲ୍ଲୀ ୨୧/୧୦: ପାକିସ୍ତାନ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ । ଦଦ୍ୱିତୀୟ ଏବଂ ଶେଷ ମୁକାବିଲା ରାଓ୍ୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି । ଏହି ମୁକାବିଲାରେ ପାକିସ୍ତାନର ପ୍ଲେଇଂ-୧୧ ରେ ଆସିଫ୍ ଆଫରୀଦୀଙ୍କୁ ଚାନ୍ସ ମିଳିଛି । ଯାହାଙ୍କର ଡେବ୍ୟୁ ଟେଷ୍ଟ ମ୍ୟାଚ୍ । ୩୮ ବର୍ଷୀୟ ଆସିଫ୍ ୨୯୯ ଦିନରୁ କମ୍ ବୟସରେ ଡେବ୍ୟୁ କରିଛନ୍ତି । ସିଏ ମିରାନ ବଖ୍ସଙ୍କ ପରେ ଅଛନ୍ତି । ଯିଏକି, ୪୭ ବର୍ଷ ୨୮୪ ଦିନ ପରେ ଟେଷ୍ଟରେ ଡେବ୍ୟୁ କରିଥିଲେ । ଏହାସହ ସେ ଥିଲେ ସବୁଠୁ ବୟସ୍କ ପାକିସ୍ତାନୀ କ୍ରିକେଟର ।

ଆସିଫ୍ ଆଫରୀଦୀ ୨୦୨୨ରେ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ଗୋଟିଏ ବର୍ଷ ପାଇଁ ବ୍ୟାନ୍ ଲଗାଇଥିଲା । କାରଣ ଘରୋଇ କ୍ରିକେଟରେ ସ୍ପଟ୍ ଫିକ୍ସିଙ୍ଗ ସହ ଜଡିତ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ୬ ମାସ ପରେ ତାଙ୍କ ଉପରୁ ବ୍ୟାନ୍ ହଟିଥିଲା । ପେଶାଓ୍ୱାରରେ ଜନ୍ମିତ ଆସିଫ୍ ବାମହାତୀ ସ୍ପିନର । ଏମିତିକି ବ୍ୟାଟର ବି ଭଲ । ଏହି ମ୍ୟାଚ ପୂର୍ବରୁ ୫୭ ଫାଷ୍ଟ କ୍ଲାସ ମୁକାବିଲାରେ ଖେଳିଥିଲେ ।

ଯେଉଁଥିରେ ସେ ୧୯୮ ଓ୍ୱିକେଟ ନେଇଥିଲ, କରିଥିଲେ ୧୬୩୦ ରନ୍ । ଆସିଫଙ୍କ ନାମରେ ୬୦ ଲିଷ୍ଟ ଏ ମ୍ୟାଚ୍‌ରେ ୮୩ ଓ୍ୱିକେଟ ଏବଂ ୬୯୯ ରନ୍ କରିଥିଲେ । ଆସିଫ୍ ୮୫ ଟି-୨୦ ମୁକାବିଲା ବି ଖେଳିଛନ୍ତି । ଯେଉଁଥିରେ ୬୯୯ ରନ୍ କରିବା ସହ ନେଇଥିଲେ ୭୮ ଓ୍ୱିକେଟ । ଆସିଫ୍ ଆଫରୀଦି ପାକିସ୍ତାନ ସୁପର ଲିଗ ୨୦୨୫ରେ ଲାହୋର କଲନ୍ଦର୍ସ ପାଇଁ ଭାଗ ନେଇଥିଲେ । ଏହାସହ ସେ ମୁଲତାନ ସୁଲତାନ୍ସର ପ୍ରତିନିଧିତ୍ୱ ବି କରିଛନ୍ତି ।