ଖସିଲା ପାରଦ, ଲେଉଟିଲା ଜାଡ଼ ; ଥରୁଛି ସାରା ଓଡ଼ିଶା

NEWS7
it-searches-on-parle-g-maker-company-parle-group-in-mumbai

ଭୁବନେଶ୍ୱର ୦୬।୦୧ : ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ କମିପାରେ। ଏଥିପାଇଁ ଶୀତ ବଢ଼ିବ । ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କଟକ, ଗଜପତି ଓ କନ୍ଧମାଳରେ ଘନ କୁହୁଡ଼ି ମଧ୍ୟ ଦେଖାଦେବ। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ତିନି ଦିନରେ ସାରା ରାଜ୍ୟରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ଯାଏ କମିପାରେ। ପରବର୍ତ୍ତୀ ତିନି ଦିନରେ ସର୍ବନିମ୍ନ ତାପମାତ୍ରା ପୁଣି ୨ ଡିଗ୍ରୀ ବଢ଼ିବ । ମକର ସଂକ୍ରାନ୍ତି ଯାଏ ଏହା ଅପରିବର୍ତ୍ତିତ ରହିପାରେ। ୧୦ ତାରିଖ ରାତିରେ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଦକ୍ଷିଣ ଉପକୂଳରେ ଶୀତ ସାମୟିକ ଭାବେ କମିପାରେ। ୧୧ ତାରିଖରେ ଶୀତ ପୁଣି ଲେଉଟିବ। ଆସନ୍ତା ଦୁଇ ଦିନ ଯାଏ ନୟାଗଡ଼, ଢେଙ୍କାନାଳ ଓ ଆଭ୍ୟନ୍ତର ଗଞ୍ଜାମରେ କୁହୁଡ଼ି ଦେଖା ଦେଇପାରେ। କିନ୍ତୁ ପ୍ରାୟ ୧୦ ଦିନ ଯାଏ ଭୁବନେଶ୍ୱର ଓ କଟକରେ କୁହୁଡ଼ି ଆଶଙ୍କା ନାହିଁ । ମକର ସଂକ୍ରାନ୍ତି ପରେ ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର ସମେତ ଦକ୍ଷିଣ ଉପକୂଳରେ ଶୀତ କମିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ମଙ୍ଗଳବାର ରାତିରେ ଝାରସୁଗୁଡ଼ା ଓ ରାଉରକେଲାରେ ପାରଦ ୭ ଡିଗ୍ରୀ ରହିପାରେ । ଫୁଲବାଣୀରେ ୮ ଡିଗ୍ରୀ, ବୌଦ୍ଧ ଓ କୋରାପୁଟରେ ୯, କେନ୍ଦ୍ରାପଡ଼ାରେ ୧୦, ଜଗତସିଂହପୁର, ଯାଜପୁର, ଭଦ୍ରକ, ଅନୁଗୁଳ ଓ ବାଲେଶ୍ୱରରେ ୧୧ ଡିଗ୍ରୀ ରହିପାରେ। ଢେଙ୍କାନାଳ, କଟକ, ଦେବଗଡ଼, ବାରିପଦା ଓ ମାଲକାନଗିରିରେ ୧୨ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରବିବାର ରାତିରେ ଦାରିଙ୍ଗବାଡ଼ିରେ ପାରଦ ୮.୫ ଡିଗ୍ରୀ ଥିଲା। ଜି ଉଦୟଗିରିରେ ୯.୮, ଫୁଲବାଣୀରେ ୧୦, କୋରାପୁଟରେ ରାତି ତାପମାତ୍ରା ୧୦.୪ ଡିଗ୍ରୀ ଥିଲା।