Live Live
LIVE

Delhi water pollution, ଦିଲ୍ଲୀର ୪୪% ଜଳ ନମୁନା ସୁରକ୍ଷା ପରୀକ୍ଷାରେ ଫେଲ୍; କିଛି ଜାଗାରେ ଗୋଧୋଇବା ଉପଯୋଗୀ ବି ନୁହେଁ

NEWS7
it-now-industry-icons-award-sum-ultimate-medicare-and-sum-hospital-bhubaneswar-sitalapalli-campus-honored--

ନୂଆଦିଲ୍ଲୀ: ଭାରତରେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଓ ଖାଦ୍ୟ ପ୍ରଦୂଷଣ ଏବେ ଚରମ ସୀମାରେ ପହଞ୍ଚିଛି। ନା’ ଶୁଦ୍ଧ ଅମ୍ଳଜାନ ମିଳୁଛି ନା ପିଇବାକୁ ମୁନ୍ଦେ ସ୍ୱଚ୍ଛ ଜଳ। ସବୁଠାରୁ ବଡ଼ କଥା ହେଲା ଖାଦ୍ୟରେ ଏତେ ଅପମିଶ୍ରଣ ହେଲାଣି ଯେ ବାହାରେ ଖାଇବାକୁ ଡର ଲାଗୁଛି। ଘରକୁ ଯାହା କିଣି ଆଣୁଛୁ, ଫଳ ପନିପରିବା ଠାରୁ ଆରମ୍ଭ କରି କ୍ଷୀର ପନୀର ସବୁ ଡୁପ୍ଲିକେଟ୍। ଗାଁ ଗହଳି ଛୋଟ ସହର କଥା ଛାଡ଼ନ୍ତୁ, ଖୋଦ ରାଜଧାନୀ ଦିଲ୍ଲୀରେ ସ୍ୱଚ୍ଛ ଜଳ ମୁନ୍ଦାଏ ମିଳିବା ଦୁରୂହ ବ୍ୟାପାର ହୋଇଗଲାଣି। ଏକ ଗବେଷଣାରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ୪୪% ଜଳ ବେସିକ୍ ମାଇକ୍ରୋବାୟୋଲୋଜିକାଲ ସୁରକ୍ଷା ମାନଦଣ୍ଡ ପୂରା କରିବାରେ ଫେଲ୍ ମାରିଛି।

ଦିଲ୍ଲୀର ୧୮ଟି ସ୍ଥାନରେ ହିନ୍ଦୁସ୍ତାନ ଟାଇମ୍ସ ଦ୍ୱାରା ସାତ ଦିନିଆ ଜଳ ନମୁନା ପରୀକ୍ଷା କରାଯାଇଥିଲା। ଶ୍ରୀରାମ ଇନଷ୍ଟିଚ୍ୟୁଟ୍ ଫର୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ସହିତ କରାଯାଇଥିବା ଏହି ଅଧ୍ୟୟନରୁ ପ୍ରଦୂଷଣର ସ୍ତର ଚିନ୍ତାଜନକ ରହିଛି। ପରୀକ୍ଷିତ ହୋଇଥିବା ୮ଟି ନମୁନାରେ ମୋଟ କୋଲିଫର୍ମ କିମ୍ବା ଇ. କୋଲି ପଜିଟିଭ୍ ମିଳିଛି, ଯାହା ମଳ ପ୍ରଦୂଷଣର ସୂଚକ।

ପ୍ରାୟତ ପ୍ରଦୂଷଣ ନମୁନାଘରୋଇ ଟ୍ୟାପ୍ ସଂଯୋଗ ପାଣିରେ ଦେଖାଯାଇଥିଲା।

ଘରୋଇ ଟ୍ୟାପ୍ ସଂଯୋଗରେ, ବିଶେଷକରି ଆଖପାଖ ପଡ଼ୋଶୀ ପାଇପ୍ ଲାଇନଗୁଡ଼ିକରେ ପ୍ରଦୂଷଣ ଅଧିକାଂଶ ପରିମାଣରେ ଦେଖାଯାଇଥିଲା। ପଶ୍ଚିମ ଦିଲ୍ଲୀର ରାଜୌରୀ ଗାର୍ଡେନରେ ପ୍ରଦୂଷଣର ସର୍ବାଧିକ ସ୍ତର ଥିଲା, ତା’ପରେ ଚିଲ୍ଲା ଗ୍ରାମ ଏବଂ ମୟୂର ବିହାର ଫେଜ୍ ୩ରେ ଥିବା ଡିଡିଏ ଫ୍ଲାଟରେ ଜଳ ପ୍ରଦୂଷିତ ଜଳ ନମୁନା ମିଳିଥିଲା।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ ଆବାସିକ ନମୁନା ମଧ୍ୟରୁ ତିନୋଟି ସ୍ଥାନର ପାଣି ଗଧୋଇବା ଉପଯୋଗୀ ବି ନୁହେଁ। ପାଣି ଭେଣ୍ଡିଂ ମେସିନ୍ କିମ୍ବା ଡିଜେବି ଟ୍ୟାଙ୍କର୍ ଭଳି ସାର୍ବଜନୀନ ଭାବରେ ଉପଲବ୍ଧ ଉତ୍ସଗୁଡ଼ିକରେ କୌଣସି ଜୀବାଣୁ ପ୍ରଦୂଷଣ ମିଳିଲା ନାହିଁ। ଦକ୍ଷିଣ ଏବଂ କେନ୍ଦ୍ରୀୟ ଦିଲ୍ଲୀର ଅନେକ ସ୍ଥାନରେ ମଧ୍ୟ ଜଳ ସଫା ମିଳିଥିଲା ।

ତୁରନ୍ତ ଭିତ୍ତଭୂମି ସୁଧାରିବାକୁ ବିଶେଷଜ୍ଞଙ୍କ ମତ

ବିଶେଷଜ୍ଞମାନେ କହିଛନ୍ତି ଯେ ଦିଲ୍ଲୀର ବ୍ୟାପକ ଜଳ ବଣ୍ଟନ ବ୍ୟବସ୍ଥା ପ୍ରାୟତଃ ନିର୍ଭରଯୋଗ୍ୟ ହୋଇଥିଲେ ମଧ୍ୟ, ପ୍ରଦୂଷଣ ଚିହ୍ନଟ ହେବା ଚିନ୍ତାଜନକ ରହିଛି। ତେବେ ଯେଉଁ ପାଇପଲାଇନ୍ ଦ୍ୱାରା ଜଳ ଯୋଗାଯାଉଛି, ସେଥିରେ କୌଣସି ସମସ୍ୟା ରହିଥାଇପାରେ। ଯେଉଁଥିପାଇଁ ଦୂଷିତ ଜଳ ମିଶୁଛି। ତେଣୁ ତୁରନ୍ତଏ ହାର ସମାଧାନ କରିବାକୁ ବିଶେଷଜ୍ଞ ମତ ଦେଇଛନ୍ତି।

ଅନେକ ଏରିଆରେ ଲୋକେ ପାଣିବୋତଲ କିଣ ରୋଷେଇବାସ କରୁଛନ୍ତି। ଏହାକୁ ବ୍ୟବହାର କରୁଛନ୍ତି। ରାଜୌରୀ ଗାର୍ଡେନବାସୀଙ୍କ କହିବା କଥା ହେଲା ଜିଲ୍ଲୀ ଜଳ ବୋର୍ଡ କୌଣସି ଅଭିଯୋଗ ଶୁଣୁ ନାହାନ୍ତି। ତେଣୁ ବାଧ୍ୟ ହୋଇ ସେମାନେ ବୋତଲ ପାଣିରେ ରୋଷେଇ କରୁଛନ୍ତି।

ଦିଲ୍ଲୀର ଜଳ ଯୋଗାଣ ନେଟୱାର୍କ ୧୫,୪୦୦ କିଲୋମିଟରରୁ ଅଧିକ ଲମ୍ବା। ଅନେକ ପାଇପଲାଇନ ପୁରୁଣା। ୫,୨୦୦ କିଲୋମିଟରରୁ ଅଧିକ ପାଇପଲାଇନ ୩୦ ବର୍ଷରୁ ଅଧିକ ପୁରୁଣା ହୋଇଗଲାଣି। ଯାହା ଫଳରେ ଲିକେଜ୍ ଏବଂ ମିଳିତ ପ୍ରଦୂଷଣ ହେବାର ବିପଦ ବଢ଼ିଛି। ଗତ ଦଶନ୍ଧି ମଧ୍ୟରେ ଅନେକ କଲୋନୀରେ ନଳକୂପ ପାଣି ସହିତ ନଳକୂପ ମିଶ୍ରଣର ଘଟଣା ରିପୋର୍ଟ ହୋଇଛି। ଇନ୍ଦୋରର ଭାଗୀରଥପୁରାରେ ପାନୀୟ ଜଳ ପ୍ରଦୂଷଣ ପ୍ରକୋପ ଯୋଗୁ ୧୫ ଜଣଙ୍କ ଜୀବନ ଯାଇଥିବା ଏବଂ ୨୦୦ ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏହି ଏହି ସର୍ଭେ କରାଯାଇଥିଲା। ତେବେ ସର୍ଭେରେ ରାଜଧାନୀର ଏଭଳି ଦୂରାବସ୍ଥା ସାମ୍ନାକୁ ଆସିବା ଚିନ୍ତାଜନକ ରହିଛି।