India Census: ଜନଗଣନାରେ ସୂଚନା ଦେବାକୁ ମନା କଲେ ହୋଇପାରେ ଜେଲ ଓ ଜରିମନା

NEWS7
it-now-industry-icons-award-sum-ultimate-medicare-and-sum-hospital-bhubaneswar-sitalapalli-campus-honored--

ନୂଆଦିଲ୍ଲୀ ୧୩।୧୨: ଜନଗଣନା ଅଧିନିୟମ ୧୯୪୮ ଅନୁସାରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଜନଗଣନା ଅଧିକାରୀଙ୍କ ଦ୍ୱାରା ପଚରାଯିବାରେ ସୂଚନା ଦେବା ଆଇନତଃ ଜରୁରି। ଉଲ୍ଲେଖଯୋଗ୍ୟ ଯେ ଜାତୀୟ ଜନଗଣନାରେ ଅଂଶଗ୍ରହଣ କରିବା ବାଧ୍ୟତାମୂଳକ। ଏଥିରେ ଯଦି କୌଣସି ନାଗରିକ ଜାଣିଶୁଣି ଜନଗଣନା ପ୍ରଶ୍ନର ଜବାବ ନ ଦିଏ ଏହାକୁ ଜନଗଣନା ଅଧିନିୟମର ଉଲ୍ଲଂଘନ ମନେ କରାଯିବ। ଆଇନ ଅଧିକାରୀଙ୍କୁ ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅଧିକାର ଦେଇଛି।

ସୂଚନା ଦେବାକୁ ମନା କଲେ ନାଗରିକଙ୍କୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମନା ହୋଇପାରେ। ଏହି ରାଶି ଖୁବ କମ ମନେ ହେଉଛି। ତେବେ ଜରିମନା ଆଦାୟ କରି ରାଜକୋଷ ଭରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବରଂ ଏଥିଲାଗି ଲୋକଙ୍କୁ ସଚେତନ କରିବା ମୁଖ୍ୟ ଉଦ୍ଦେଶ୍ୟ। ଗୁରୁତର ଅପରାଧ ଯେପରିକି ଜନଗଣନା କାମରେ ବାଧା ଦେବା, ଅଧିକାରୀଙ୍କୁ ଧମକାଇବା ଅଥବା ଚେତାବନୀ ପରେ ବାରମ୍ବାର ମନା କରିବା ଯୋଗୁ ଆଇନ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଅଥବା ଜରିମନା କିମ୍ବା ଉଭୟ ଦଣ୍ଡ ହୋଇପାରେ। ହେଲେ ଏ ପର୍ଯ୍ୟନ୍ତ ଦେଶରେ ଏହି ପ୍ରାବଧାନକୁ କେଉଁଠି ହେଲେ ଉପଯୋଗ କରାଯାଇନି।

ଯଦି କୌଣସି ବ୍ୟକ୍ତି ଜନଗଣନା ଅଧିକାରୀଙ୍କୁ ପ୍ରବେଶ କରିବାକୁ ଅଟକାଏ ଏହି କାର୍ଯ୍ୟ ଏକ ଦଣ୍ଡନୀୟ ଅପରାଧ। ଜନଗଣନା ଅଧିକାରୀଙ୍କୁ ଆଇନତଃ ସୂଚନା ଏକତ୍ର କରିବାର ଅଧିକାର ରହିଛି। ଜନଗଣନା ଅଧିନିୟମ କେବଳ ନାଗରିକଙ୍କ ଦାୟିତ୍ୱ ନୁହେଁ ଯଦି କେହି ଅଧିକାରୀ ଏହି ସରକାରୀ ଡ୍ୟୁଟି କରିବାକୁ ମନା କରନ୍ତି ଅଥବା ଡାଟାରେ ହେରଫେର କରନ୍ତି। ତାଙ୍କୁ ମଧ୍ୟ ଦଣ୍ଡିତ ହେବାକୁ ପଡିପାରେ। ଏଥିରେ ଅଧିକାରୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ।