LIVE TV

ରାପର ଅଭିନବ ସିଂହ ମୃତ୍ୟୁ ମାମଲା, ସ୍ତ୍ରୀ ଦୀପିକାଙ୍କୁ ବାନ୍ଧିଲା ପୋଲିସ

NEWS7
isro-cartosat-2f-comes-close-to-russian-satellite-kanopus-v-k-shivan-reacts

କଟକ ୨୬।୧୧ : ବହୁଚର୍ଚ୍ଚିତ ରାପର ‘ଜଟର୍ଣ୍ଣଟ’ ବା ଅଭିନବ ସିଂହ ମୃତ୍ୟୁ ମାମଲା । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଅଭିନବଙ୍କ ପତ୍ନୀ ଗିରଫ । ପତ୍ନୀ ଉତ୍କଳ ଦୀପିକା ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଲ୍‌ବାଗ ଥାନା ପୋଲିସ । ୨୫୮ ଦିନର ତଦନ୍ତ ପରେ ପୋଲିସ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଖବର ଅନୁଯାୟୀ, ଗତ ଫେବୃଆରୀ  ୧୦ ତାରିଖରେ ଅଭିନବ ସିଂହ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ । ପୁଅର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କରିଥିଲେ ମୃତକଙ୍କ ପରିବାର । ପତ୍ନୀ ଉତ୍କଳ ଦୀପିକା ରାଉତଙ୍କ ଦ୍ୱାରା ଧମକ, ବ୍ଲାକମେଲିଂ ଏବଂ ବାରମ୍ବାର ମିଥ୍ୟା ମାମଲା ରୁଜୁ କରାଯିବାର ଚାପରେ ସେ ନିରାଶ ହୋଇ ଏହି ଚରମ ପଦକ୍ଷେପ ନେଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଅନ୍ୟପଟେ ଅଭିନବଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଯୌତୁକ ନିର୍ଯାତନା ଭଳି ସଙ୍ଗୀନ ମାମଲା ରୁଜୁ କରିଥିଲେ ଦୀପିକା । ହେଲେ ଏବେ ପୋଲିସ ଘଟଣାର ତଦନ୍ତ କରି ପତ୍ନୀ ଉତ୍କଳ ଦୀପିକା ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।