ଇସ୍ରାଏଲର କମ୍ପାନୀ ଓ ଭାରତୀୟ ଡିଫେନ୍ସ ଫାର୍ମ ମିଳିତ ନିର୍ମାଣ କରିବେ ଡ୍ରୋନ, ହେଲା ବଡ଼ ଘୋଷଣା

Published By : Prameya-News7 Bureau | May 23, 2025 IST

ନୂଆଦିଲ୍ଲୀ ୨୩।୫: ଭାରତର ଡିଫେନ୍ସ ସେକ୍ଟର ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଏଥିରେ ଶୁକ୍ରବାର ଏକ ଭଲ ଖବର ଆସିଛି। ପାରସ ଡିଫେନ୍ସ ଆଣ୍ଡ ସ୍ପେସ୍ ଟେକ୍ନୋଲଜିସ୍ ଲିମିଟେଡ ଇସ୍ରାଏଲର ହେଭେନ ଡ୍ରୋନ୍ସ ଲିମିଟେଡ ମଧ୍ୟରେ ଜଏଣ୍ଟ ଭେଞ୍ଚର ରାଜିନାମା ସ୍ୱାକ୍ଷର ହୋଇଥିବା ଘୋଷଣା କରିଛି। ଏହି ଏଗ୍ରିମେଣ୍ଟ ଅନୁସାରେ ଭାରତରେ ସବସିଡାରୀ କମ୍ପାନୀ ନିର୍ମାଣ କରାଯିବ। ଏହି କମ୍ପାନୀ ଡିଫେନ୍ସ ଓ ସିଭିଲ ଆବଶ୍ୟକତା ନିମନ୍ତେ ଲଜିଷ୍ଟିକ୍ ଓ କାର୍ଗୋ ଡ୍ରୋନ ତିଆରି କରିବ। 

ଭାରତରେ ସ୍ଥାପିତ ହେବାକୁ ଥିବା ସବସିଡାରୀ କମ୍ପାନୀର ନାମ ପାରସ ହେଭେନ ଆଡଭାନ୍ଡ ଡ୍ରୋନ୍ସ ପ୍ରାଇଭେଟ ଲିମିଟେଡ ରହିବ। ଏହି କମ୍ପାନୀରେ ପାରସ ଡିଫେନ୍ସ ର ୫୧% ଭାଗିଦାରୀ ରହିବ ଓ ୪୯ ପ୍ରତିଶତ ହେଭେନ ଡ୍ରୋନ୍ସ ନିକଟରେ ରହିବ। ଏହି ଜଏଣ୍ଟ ଭେଞ୍ଚର ଦେଶରେ ମେକ୍-ଇନ୍-ଇଣ୍ଡିଆ ପ୍ରୋଗ୍ରାମକୁ ବେଶ୍ ପ୍ରୋତ୍ସାହିତ କରିବ। ଫଳରେ ଘରୋଇ ଡ୍ରୋନ ଉତ୍ପାଦନ କ୍ଷମତା ବୃଦ୍ଧି ହେବ। ତେବେ ପାରସ ଡିଫେନ୍ସ ସ୍ପଷ୍ଟ କରିଛି ଯେ ଇସ୍ରାଏଲ କମ୍ପାନୀରେ ତାଙ୍କର କୌଣସି ଭାଗିଦାରୀ ନାହିଁ। 

ଏହି ଘୋଷଣା ପରେ ଶୁକ୍ରବାର ସେୟାର ମାର୍କେଟରେ କମ୍ପାନୀର ସେୟାର ୧.୨୩% ବୃଦ୍ଧି ସହିତ ୧୬୩୭.୧୦ ଟଙ୍କା ସ୍ତରରେ ବନ୍ଦ ହୋଇଛି। ଗତ ୩ ମାସରେ ଡିଫେନ୍ସ କମ୍ପାନୀଙ୍କ ସେୟାରରେ ୬୨% ବୃଦ୍ଧି ଦେଖାଯାଇଛି। ଏଥିରେ ଏହି ଡିଫେନ୍ସ ସେୟାର ମୂଲ୍ୟରେ ୧୧୦ ପ୍ରତିଶତ ବୃଦ୍ଧି ହୋଇଛି। କମ୍ପାନୀର ୫୨ ସପ୍ତାହ ହାଇ ୧୯୪୩.୬୦ଟଙ୍କା ଥିବା ବେଳେ ୫୨ ସପ୍ତାହ ଲୋ ୭୪୩.୪୫ଟଙ୍କା ରହିଛି। କମ୍ପାନୀର ମୋଟ ବଜାର ପୁଞ୍ଜିକରଣ ୬୫୩୪.୨୨ କୋଟି ଟଙ୍କାକୁ ପହଞ୍ଚିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.