ନୂଆଦିଲ୍ଲୀ: ହମାସର ଗାଜା ମୁଖ୍ୟ ତଥା ୟାହ୍ୟା ସନିୱାରର ସାନ ଭାଇ ମହମ୍ମଦ ସିନୱାରକୁ ଇସ୍ରାଏଲ ସେନା ନିପାତ କରିଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ବୁଧବାର ଏହି ଘୋଷଣା କରିଛନ୍ତି । ଖାନ ୟୁନିସର ୟୁରୋପୀୟ ହସ୍ପିଟାଲ୍ ନିକଟସ୍ଥ ସୁଡ଼ଙ୍ଗରେ ମହମ୍ମଦ ସିନୱରକୁ ଇସ୍ରାଏଲ୍ ସେନା ନିହତ କରିଛି । ସଂସଦରେ ଭାଷଣ ଦେଇ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ମେ ୧୩ରେ ଇସ୍ରାଏଲୀ ସେନାର ଏୟାର ଷ୍ଟ୍ରାଇକରେ ହମାସ କମାଣ୍ଡର ମହମ୍ମଦ ସିନୱାରଙ୍କ ମୃତ୍ୟୁ ହୋଇଥିଲା ।
ନେତନ୍ୟାହୁ ନିଜ ବୟାନରେ କହିଛନ୍ତି, 'ମହମ୍ମଦ ସିନୱାରକୁ ନିପାତ କରାଯାଇଛି । ସେ ହମାସର ସୈନ୍ୟ ୱିଙ୍ଗର ନେତୃତ୍ୱ ନେଉଥିଲା । ଏହା ହମାସ ପାଇଁ ଏକ ବଡ଼ ଝଟକା, କିନ୍ତୁ ଆମର ଅଭିଯାନ ଏବେ ବି ଶେଷ ହୋଇନାହିଁ ।' ଏହାସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ଗାଜାରେ ପଣବନ୍ଦୀଙ୍କୁ ଆଘାତ ପହଞ୍ଚାଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ।
ରିପୋର୍ଟ ଅନୁସାରେ, ମହମ୍ମଦ ସିନୱାର ନିଜ ଭାଇ ୟାହ୍ୟା ସିନୱାରର ୨୦୨୪ ଅକ୍ଟୋରରେ ମୃତ୍ୟୁ ପରେ ହମାସର ସୈନ୍ୟ ଓ ରାଜନୈତିକ ନେତୃତ୍ୱ ନେଇଥିଲା । ୨୦୨୩ ଅକ୍ଟୋବର ୭ରେ ହମାସର ଆକ୍ରମଣ ପଛରେ ଏହାର ପ୍ରମୁଖ ଷଡ଼ଯନ୍ତ୍ରକାରୀ ଥିଲା । ଏହି ଆକ୍ରମଣରେ ୧୨୦୦ ଜଣଙ୍କ ମୃତ୍ୟୁ ହୋଇଥିବା ୨୫୦ ଜଣଙ୍କୁ ବନ୍ଦୀ କରି ନେଇଥିଲେ ।
ପୂର୍ବରୁ ମେ ୧୮ରେ ଅନେକ ଗଣମାଧ୍ୟମ ରିପୋର୍ଟରେ ସିନୱାରଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା । ଦାବି କରାଯାଉଛି ଯେ ହମାସର ଆତ୍ମଘୋଷିତ କମାଣ୍ଡର ମହମ୍ମଦ ସିନୱାର ୟୁରୋପୀୟ ହସ୍ପିଟାଲ ଉପରେ ଇସ୍ରାଏଲୀ ସେନାର ବିମାନ ଆକ୍ରମଣରେ ନିହତ ହୋଇଛି । ଏହା ମଧ୍ୟ କୁହାଯାଇଛି ଯେ ସିନୱାରର ମୃତଦେହ ଅନ୍ୟ ୧୦ ଜଣ ସାଥୀଙ୍କ ସହିତ ଖାନ ୟୁନିସର ଏକ ସୁଡ଼ଙ୍ଗରୁ ଉଦ୍ଧାର କରାଯାଇଥିଲା । ଏହା ବ୍ୟତୀତ ହମାସର ରାଫା ବ୍ରିଗେଡ୍ କମାଣ୍ଡର ମହମ୍ମଦ ଶାବାନା ମଧ୍ୟ ଏହି ଆକ୍ରମଣରେ ନିହତ ହୋଇଥିବା କୁହାଯାଉଛି ।