ବହୁ ଚର୍ଚ୍ଚିତ ଆତଙ୍କବାଦୀ ଲିଙ୍କ୍ ଘଟଣା : ଇସାନ୍ ବୁଖାରିକୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

Published By : Prameya-News7 Bureau | June 26, 2025 IST

ଚଣ୍ଡିଖୋଲ ୨୬।୬: ବହୁ ଚର୍ଚ୍ଚିତ ଆତଙ୍କବାଦୀ ଲିଙ୍କ୍‌ ଘଟଣାରେ ଇସାନ ବୁଖାରିକୁ ୫ ବର୍ଷ ଜେଲ୍‌ । ଦଣ୍ଡାଦେଶ ଶୁଣାଇଛନ୍ତି ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟ ।

ସୂଚନାଯୋଗ୍ୟ ଯେ, ୨୦୨୩ ମସିହାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ମିଲତନଗରରୁ ଇଶାନ ବୁଖାରିଙ୍କୁ ଆତଙ୍କବାଦୀ ଲିଙ୍କ୍‌ ଘଟଣାରେ ଏସ୍‌ଟିଏଫ୍‌ ଗିରଫ କରିଥିଲା । ଯାଜପୁର ଜେଲ୍ ପରେ ଚୌଦ୍ଵାର ଜେଲ୍‌କୁ ପଠାଇ ଦିଆଯାଇଥିଲା । ପରେ ଇସାନ ବୁଖାରି ଠକେଇ ସହ ବିଭିନ୍ନ ଟଙ୍କା ହେରଫର ଘଟଣାରେ ସଂପୃକ୍ତି ସାମ୍ନାକୁ ଆସିଥିଲା । ଇସାନ ବୁଖାରିଙ୍କ ମାମଲାର ଶୁଣାଣି କରି ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟ ବିଚାରପତି ଶ୍ରୀମୟୀ ନନ୍ଦ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଇପିସି ଧାରା ୪୧୯, ୪୬୫, ୪୬୮, ୪୭୧, ୬୬ (ଡି) ଆଇଟି ଆକ୍ଟରେ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି ।

You Can Read:

ଭିଜିଲାନ୍ସ ଜାଲରେ କୁଜଙ୍ଗ ବିଇଓ କାର୍ଯ୍ୟାଳୟ କିରାଣୀ, ଲାଞ୍ଚ ନେବା ବେଳେ ଧରାପଡିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.