ଆମେରିକାକୁ ଶକ୍ତ ଚାପୁଡ଼ା; ବଡ଼ ବୟାନ ଦେଲେ ଇରାନ ସୁପ୍ରିମ ଲିଡର, କହିଲେ- ଯୁଦ୍ଧ ଆମେ ଜିତିଛୁ

Published By : Prameya-News7 Bureau | June 27, 2025 IST

ଇରାନର ସର୍ବଚ୍ଚୋ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇ। ବର୍ତ୍ତମାନ ସେ ବିସ୍ଫୋରକ ବୟାନ ଦେଇଛନ୍ତି । ବୟାନରେ କହିଛନ୍ତି ଯୁଦ୍ଧରେ ଆମେ ଜିତିଲୁ । ଏଥିସହିତ ଆମେରିକାକୁ କଡା ଜାବାବ ମଧ୍ୟ ଦେଇଛୁ । ଆମେରିକା ଇସ୍ରାଏଲକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲା କିନ୍ତୁ କିଛି ଲାଭ ହେଲାନି । ଅସ୍ତ୍ରବିରତି ପରେ ଖାମେନେଇଙ୍କ ଏହା ପ୍ରଥମ ବୟାନ ।  

ଇରାନର ଏକ ଗଣମାଧ୍ୟମକୁ ଖାମେନେଇ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି  ଆମେରିକା କେବଳ ଏଥିପାଇଁ ହସ୍ତକ୍ଷପ କରିଥିଲା କାରଣ ଟ୍ରମ୍ପ ଜାଣିଥିଲେ ମୁଁ ଯଦି ହସ୍ତକ୍ଷପ ନକରୁଛି ଇସ୍ରାଏଲ ଧ୍ବଂଶ ହୋଇଯିବ । ହେଲେ ଏହି ଯୁଦ୍ଧରେ ଆମେରିକାକୁ କିଛି ଲାଭ ମିଳିଲାନି । ଜୁନ୍ ୧୩ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସର୍ବୋଚ୍ଚ ନେତା ଖାମନେଇଙ୍କୁ ସାଧାରଣରେ ଦେଖାଯାଇନାହିଁ। ଇସ୍ରାଏଲ ଇରାନର ପରମାଣୁ ସ୍ଥାନ ଏବଂ ଶୀର୍ଷ ସାମରିକ ବୈଜ୍ଞାନିକ ଏବଂ ଅଧିକାରୀଙ୍କ ଉପରେ ଆକ୍ରମଣ କରିବା ସହିତ ଯୁଦ୍ଧ ଆରମ୍ଭ ହୋଇଥିଲା। ସେବେଠାରୁ କୁହାଯାଏ ଯେ ଖାମନେଇ ଏକ ଗୁପ୍ତ ସ୍ଥାନରେ ଥିଲେ। 

ଜୁନ୍ ୧୯ ତାରିଖରେ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ, କିନ୍ତୁ ଏହା ତାଙ୍କ ବଙ୍କରରୁ ହିଁ ରେକର୍ଡ କରାଯାଇଥିଲା। ଏବେ ଗୁରୁବାର ଦିନ, ସେ ଆଉ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଯାହା ପୂର୍ବରୁ ଇରାନ ସରକାରୀ ଚ୍ୟାନେଲ ଏବଂ ତାଙ୍କ ସୋସିଆଲ ମିଡିଆ ପେଜ୍‌ଗୁଡ଼ିକରେ ଘୋଷଣା କରାଯାଇଥିଲା। ଏହି ଭିଡିଓରେ ସେ ଇସ୍ରାଏଲ ଉପରେ ବିଜୟ ପାଇଁ ତାଙ୍କ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ "ଏହା ଏକ ଐତିହାସିକ ମୁହୂର୍ତ୍ତ ଯେଉଁଥିରେ ଇସଲାମିକ୍ ଗଣରାଜ୍ୟ ତାର ଶତ୍ରୁମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.