ଜେନେଭା ୨୧।୬: ଇରାନ ବୈଦେଶିକ ମନ୍ତ୍ରୀ ସୟଦ ଅବ୍ବାସ ଅରାକଚୀ ଜାତିସଂଘ ମାନବାଧିକାର ପରିଷଦ (ୟୁଏନଏଚଆରସି) ରେ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଚଳାଯାଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଏହା ଉସକାଇବା ବିନା ଆକ୍ରମକତା ଓ ଗୁରୁତର ଅନ୍ୟାୟ। ଜେନେଭାରେ ଶନିବାର ୟୁଏନଏଚଆରସିକୁ ସମ୍ବୋଧିତ କରି ଅରାକଚୀ କହିଛନ୍ତି ଯେ ଏହା ମୋ ଲୋକଙ୍କ ଉପରେ ଲଦି ଦିଆଯାଇଥିବା ଏକ ଅନ୍ୟାୟପୂର୍ଣ୍ଣ ଯୁଦ୍ଧ।
ସେ କହିଛନ୍ତି ଯେ ଏହି ଆକ୍ରମକତା ବିରୋଧରେ ସବୁ ସଦସ୍ୟ ଦେଶ ନୀରବତା ଭାଙ୍ଗି ନ୍ୟାୟର ସାଥ ଦିଅନ୍ତୁ। ଅରାକଚୀଙ୍କ ଅନୁସାରେ ୧୩ ଜୁନ ୨୦୨୫ରେ ଆରମ୍ଭ ହୋଇଥିବା ଆକ୍ରମଣରେ କେବଳ ଇରାନର ସାମରିକ ଘାଟି ନୁହେଁ ଶିକ୍ଷାବିଦ୍, ସାଧାରଣ ନାଗରିକ, ଜନବସତୀ ଅଞ୍ଚଳ, ସରକାରୀ ନିର୍ମାଣ, ହସ୍ପିଟାଲ ଓ ବିଦେଶ ମନ୍ତ୍ରାଳୟକୁ ବି ଟାର୍ଗେଟ କରାଯାଇଛି। ଇରାନ ଅନୁସାରେ ଇସ୍ରାଏଲର ଏହି ଆଶ୍ଚର୍ଯ୍ୟଜନକ ସାମରିକ କାର୍ଯ୍ୟାନୁଷ୍ଠାନ ଓ ଆତଙ୍କବାଦ ଅଭିଯାନରେ ଏପର୍ଯ୍ୟନ୍ତ ୪୦୦ରୁ ଅଧିକ ଇରାନୀ ନାଗରିକ ଓ ପ୍ରାଣ ହରାଇଥିବା ବେଳେ ୩ ହଜାରରୁ ଅଧିକ ଆହତ ହୋଇଛନ୍ତି।
ଅରାକଚୀ କହିଛନ୍ତି ଯେ ଇରାନର ଶାନ୍ତିପୂର୍ଣ୍ଣ ପରମାଣୁ ପ୍ରତିଷ୍ଠାନ ଯେଉଁଗୁଡିକ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସୀ (ଆଇଏଇଏ) ନଜରରେ ଅଛନ୍ତି ତାହା ମଧ୍ୟ ଆକ୍ରମଣରେ ଟାର୍ଗେଟ ହୋଇଛି।ଏପରି ସଂସ୍ଥାଙ୍କ ଉପରେ ଆକ୍ରମଣ ଯୁଦ୍ଧ ଅପରାଧଠୁ କମ୍ ନୁହେଁ, ଏହା ଦ୍ୱାରା ରେଡିଓଧର୍ମି ଲିକ୍ ଯୋଗୁ ପରିବେଶ ଓ ଜନସ୍ୱାସ୍ଥ୍ୟ ଉପରେ ଗୁରୁତର ବିପଦ ଘନେଇଛି। ଅରାକଚୀ ଜୋର ଦେଇ କହିଛନ୍ତି ଯେ ଇରାନ ଯିଏ ଜାତି ସଂଘ ପ୍ରାଣାଳୀର ସଂସ୍ଥାପକ ସଦସ୍ୟ ନ୍ୟାୟ, ଆଇନର ଶାସନ ଓ ମନବିକ ମୂଲ୍ୟ ପାଇଁ ଆପଣ ସମସ୍ତେ ଛିଡା ହେବେ ବୋଲି ଆଶା କରୁଛି।
ସେ କହିଛନ୍ତି ଯେ ଇରାନ ନିଜର ଜାତୀୟ ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଓ ସୁରକ୍ଷାଗତ ଅଧିକାର ରହିଛି। ଏଣୁ ଇସ୍ରାଏଲର କୃତ୍ୟ ନା କେବଳ ଯୁଦ୍ଧ ଅପରାଧ ବରଂ ମାନବତା ବିରୋଧରେ ମଧ୍ୟ ଅପରାଧ, ଯାହା ଏବେ ଅନ୍ତର୍ଜାତୀୟ ଶାନ୍ତି ଓ ଆଇନ ଶୃଙ୍ଖଳା ପାଇଁ ଗୁରୁତର ବିପଦ ସୃଷ୍ଟି କରିଛି। ସେ କହିଛନ୍ତି ଯେ ଇସ୍ରାଏଲର ବର୍ବରତା ପ୍ରଥମରୁ ପାଲେଷ୍ଟାଇନରେ ଅନ୍ତର୍ଜାତୀୟ ମାନବୀୟ ଆଇନକୁ ଦୁର୍ବଳ କରିଛି। ଏବେ ଇରାନ ବିରୋଧରେ ମଧ୍ୟ ୧୯୪୯ର ଜେନେଭା ବୁଝାମଣାର ଗୁରୁତର ଉଲ୍ଲଂଘନ କରାଯାଉଛି।