ଟ୍ରମ୍ପଙ୍କୁ ହତ୍ୟା କରିବାକୁ କରିବାକୁ ଚାହୁଁଥିଲା ଇରାନ, ବିଶ୍ୱ ପାଇଁ ବଡ଼ ବିପଦ ଖାମିନେଇ: ନେତାନ୍ୟାହୁ

Published By : Prameya-News7 Bureau | June 16, 2025 IST

News7

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ଇରାନ। ଖାମିନେଇ ସରକାରଙ୍କ ପରମାଣୁ କାର୍ଯ୍ୟକ୍ରମ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବିପଦ। ଏହାକୁ ସମାପ୍ତ କରିବାକୁ ଚାହୁଁଥିଲେ ଟ୍ରମ୍ପ। ଏଭଳି ବଡ଼ ବୟାନ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଏପରିକି ଇରାନ କାହିଁକି ଆମେରିକାର ଶତ୍ରୁ ଭାବେ ଏକଥା କହିଛନ୍ତି ନେତାନ୍ୟାହୁ।

ଏକ ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ ସହିତ କଥାବାର୍ତ୍ତାରେ ଇସ୍ରାଏଲ ପିଏମ୍‌ କହିଛନ୍ତି ଯେ ଇରାନ ସରକାର ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହାଁନ୍ତି। ଟ୍ରମ୍ପ୍‌ ସେମାନଙ୍କର ପ୍ରଥମ ଶତ୍ରୁ। ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଜଣେ ନିର୍ଣ୍ଣାୟକ ନେତା ଯିଏ ଅନ୍ୟମାନଙ୍କ ପରି ଇରାନ ସହିତ ଆଲୋଚନାର ରାସ୍ତା ବାଛିନାହାଁନ୍ତି। ସବୁଠୁ ଦୁର୍ବଳତାର ବିଷୟ, ଇରାନକୁ ୟୁରାନିୟମ ସମୃଦ୍ଧିର ରାସ୍ତାରେ ଛିଡା ହୋଇଛି। ଏହାର ଅର୍ଥ ହେଉଛି ପରମାଣୁ ବୋମା ତିଆରି କରିବା ଏବଂ ଇରାନକୁ କୋଟି କୋଟି ଡଲାର ଦେବାର ଉପାୟ। '

ନେତାନ୍ୟାହୁ କହିଛନ୍ତି ଯେ 'ଇରାନ ସହିତ ଫେକ୍‌ ଡିଲକୁ ଶେଷ କରିଛନ୍ତି ଟ୍ରମ୍ପ୍। ସେ କାସିମ୍ ସୋଲେମାନିଙ୍କୁ ହତ୍ୟା କରିଛନ୍ତି। ଟ୍ରମ୍ପ ସ୍ପଷ୍ଟ ଯେ ଇରାନ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ ଏବଂ ୟୁରାନିୟମ ବିକଶିତ କରିପାରିବ ନାହିଁ। ଏହି କାରଣରୁ ଟ୍ରମ୍ପଙ୍କୁ ତାଙ୍କର ସବୁଠାରୁ ବଡ଼ ଶତ୍ରୁ ବୋଲି ଭାବୁଛି ଇରାନ।

ଇରାନ ଉପରେ ଆକ୍ରମଣର କାରଣ ଦର୍ଶାଇ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶ ପରମାଣୁ ବିପଦର ସମ୍ମୁଖୀନ ହେଉଛି। ଇସ୍ରାଏଲ ଅସ୍ତିତ୍ୱ ପ୍ରତି ବିପଦ ଅଛି। ଆକ୍ରମଣ କରିବା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। । ଇରାନ ୟୁରାନିୟମକୁ ସମୃଦ୍ଧ କରି ପରମାଣୁ ବୋମା ତିଆରି କରିବାକୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏହାର ଉଦ୍ଦେଶ୍ୟ ହେଉଛି ଇସ୍ରାଏଲର ବିନାଶ। 

ଦ୍ୱିତୀୟତଃ ଇରାନ ଦ୍ରୁତ ଗତିରେ ତାର ବାଲିଷ୍ଟିକ୍ ମିଶାଇଲର ଭଣ୍ଡାର ବୃଦ୍ଧି କରୁଛି। ଆଗାମୀ ଏକ ବର୍ଷରେ ୩୬୦୦ ବାଲିଷ୍ଟିକ୍ ମିଶାଇଲ ଏବଂ ଆଗାମୀ ତିନି ବର୍ଷରେ ୧୦ ହଜାର ବାଲିଷ୍ଟିକ୍ ମିଶାଇଲ ତିଆରି କରିବା ଦିଗରେ ଅଗ୍ରସର ହେଉଛି। ପ୍ରତ୍ୟେକ ମିଶାଇଲର ଓଜନ ପ୍ରାୟ ଏକ ଟନ୍। କେବଳ ଏତିକି ନୁହେଁ, ଇରାନ ଆଗାମୀ ୨୬ ବର୍ଷରେ ୨୦ ହଜାର ମିଶାଇଲ ତିଆରି କରିବାକୁ ଚାହୁଁଛି ଇରାନ। ଏତେ ସଂଖ୍ୟକ ମିଶାଇଲ ଆକ୍ରମଣକୁ କୌଣସି ଦେଶ ସହ୍ୟ କରିପାରିବ ନାହିଁ। ବିଶେଷକରି ଇସ୍ରାଏଲ ଭଳି ଛୋଟ ଦେଶ ନୁହେଁ। ସେଥିପାଇଁ ଆମକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଲା।

ଇରାନୀ ଗଣମାଧ୍ୟମ Ynet ଚାଞ୍ଚଲ୍ୟକର ତଥ୍ୟ ଖୁଲାସା କରିଛି। ଇରାନର ପରମାଣୁ ପ୍ରତିଷ୍ଠାନ ଏବଂ ସାମରିକ ଘାଟି ଉପରେ ଆକ୍ରମଣର ବହୁ ପୂର୍ବରୁ ଗୁପ୍ତ ନେଟୱର୍କ ନିର୍ମାଣ କରିଥିଲା ମୋସାଦ। ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ ବର୍ଷ ବର୍ଷ ଧରି ଏଠାରେ କାମ କରୁଥିଲା। ମୋସାଦ ଗୁପ୍ତ ଭାବରେ ଇରାନ ମାଟିରେ ଅପରେସନ ଚଳାଇଥିଲା। ଇରାନରେ ଗୁପ୍ତ ଅସ୍ତ୍ର ଭଣ୍ଡାର ଏବଂ ଡ୍ରୋନ୍ ଘାଟି ନିର୍ମାଣ କରିଥିଲା ମୋସାଦ। 

ଇସ୍ରାଏଲୀ ବାୟୁସେନା ସହିତ ସମନ୍ୱୟ ରଖି ମୋସାଦ୍ ଏଜେଣ୍ଟମାନେ ଇରାନର ସାମରିକ ଘାଟିରେ ଧ୍ୱଂସ ଘଟାଇଥିଲେ। ଜୁନ୍ ୧୩ ତାରିଖରେ ଇସ୍ରାଏଲ ଆରମ୍ଭ କରିଛି ଅପରେସନ ଦି ରାଇଜିଂ ଲାୟନ। ଏହି ଆକ୍ରମଣରେ ଇରାନର ସେନା ମୁଖ୍ୟ, ପରମାଣୁ ବୈଜ୍ଞାନିକଙ୍କ ସମେତ ଅନେକ ପ୍ରମୁଖ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲର ଏହି ଆକ୍ରମଣରେ ଆମେରିକାର ସମ୍ପୃକ୍ତି ନେଇ ଚେତାବନୀ ଦେଇଛି ଇରାନ। ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଧମକ ଦେଇଛନ୍ତି ସୁପ୍ରିମ ଲିଡର ଖାମିନେଇ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.