ଜେରୁଜେଲମ ୧୫।୬: ଇସ୍ରାଏଲ-ଇରାନ ସଂଘର୍ଷରେ ଏବେ ବଡ଼ ଖବର ସାମ୍ନାକୁ ଆସୁଛି। ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାଇସେରିଆ ଭିଲ୍ଲା ଓ ହଦେରା ପାୱାର ପ୍ଲାଣ୍ଟ ଧ୍ୱଂସ୍ତ ହୋଇଛି। କୁହାଯାଉଛି ଇସ୍ରାଏଲ ଉପରେ ଇରାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ର ଏକ ନୂଆ ଲହର ଆରମ୍ଭ କରିଛି। ଇରାନ ଡିଫେନ୍ସ ଫୋର୍ସ (ଆଇଡିଏଫ) ଆକ୍ରମଣର ଜବାବରେ ଇରାନ ଆକ୍ରମଣର ଏହି ଲହର ଆରମ୍ଭ କରିଛି।
ଆଇଡିଏଫ ତେହେରାନ ଗୁଇନ୍ଦା ମନ୍ତ୍ରାଳୟର ପ୍ରତ୍ୟେକ କୋଣକୁ ଆକ୍ରମଣ କରିଥିଲା। ଦାବି କରାଯାଉଛି ଏହାର ଜବାବରେ ଇରାନ ନେତନ୍ୟାହୁଙ୍କ ବାସଭବନ ଓ ହଦେରା ପାୱାର ପ୍ଲାଣ୍ଟକୁ ଟାର୍ଗେଟ କରିଛି। ଏହା ଇରାନ କ୍ଷେପଣାସ୍ତ୍ର ଆକ୍ରମଣର ତୃତୀୟ ଲହର, ଏହା ପୂର୍ବରୁ ଦୁଇଟି ଆକ୍ରମଣ ରବିବାର ରାତିରେ ହୋଇଥିଲା। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଓ ଇସ୍ରାଏଲକୁ ଏବେ ବୁଝାମଣା କରିନେବା ଆବଶ୍ୟକ ବୋଲି କହିଥିଲେ।
ଟ୍ରମ୍ପ କହିଛନ୍ତି ତାଙ୍କ ମଧ୍ୟସ୍ଥତା ଯୋଗୁ ସଂଘର୍ଷରତ ଅନେକ ଦେଶଙ୍କ ମଧ୍ୟରେ ଶାନ୍ତି ସ୍ଥାପିତ ହୋଇଛି, ହେଲେ ଏଥି ପାଇଁ ସେ କେବେ କ୍ରେଡିଟ ନେଇ ନାହାନ୍ତି। ଟ୍ରମ୍ପ କହିଛନ୍ତି ଯେ ‘ଇରାନ ଓ ଇସ୍ରାଏଲକୁ ଏକ ବୁଝାମଣା କରିବା ଦରକାର ଓ ସେମାନେ ଠିକ୍ ସେହିପରି କରିବେ ଯେଉଁପରି ଭାରତ ଓ ପାକିସ୍ତାନକୁ ବୁଝାମଣା କରିବାକୁ କହିଥିଲେ’। ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ଗତ ମାସରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଥିଲେ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ନିମନ୍ତେ ବ୍ୟାପାର ଉପଯୋଗକୁ ପ୍ରସଙ୍ଗ କରିଥିଲେ। ତେବେ ଭାରତ ଟ୍ରମ୍ପଙ୍କ ଏହି ଦାବିକୁ ଖାରଜ କରିଦେଇଥିଲା।