କାମସାରି ଫେରୁଥିଲେ ଯୁବତୀ, ବିଚ୍ ରାସ୍ତାରେ ମୋବାଇଲ ନମ୍ବର ମାଗିଲେ ଯୁବକ... ଆଉ ତାପରେ ଘଟିଲା ଏମିତି

NEWS7
ipls-brand-value-sees-spectacular-boom-soars-by-13pc-to-reach-12-billion-usd

ଭୁବନେଶ୍ବର ୨୬।୧୨: ବିଚ୍ ରାସ୍ତାରେ ଯୁବତୀଙ୍କୁ ମୋବାଇଲ ନମ୍ବର ମାଗିଲେ ଦୁର୍ବୃତ୍ତ । ନମ୍ବର ନଦେବାରୁ ଯୁବତୀଙ୍କୁ ଆକ୍ରମଣ କଲେ ଯୁବକ । ଆକ୍ରମଣରେ ଯୁବତୀଙ୍କ ନାକ ଓ ଆଖି ଫାଟିଯାଇଥିବା ସୂଚନା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲିଙ୍ଗରାଜ ଥାନାରେ ପହଞ୍ଚି ଅଭିଯୋଗ କଲେ ଯୁବତୀ । ସିସିଟିଭି ଯାଞ୍ଚ କରି ଯୁବକଙ୍କୁ ଧରିବାକୁ ପୋଲିସର ତନାଘନା ।

​​​​​​​

ଅଶାନ୍ତ ହୋଇଛି ରାଜଧାନୀ ଭୁବନେଶ୍ଵର । ପୁଣି ଯୁବତୀଙ୍କୁ ଅସଦାଚରଣ ସହ ଆକ୍ରମଣର ଶିକାର ହେବାକୁ ପଡ଼ିଛି । ଭୁବନେଶ୍ବର ସ୍ଥିତ ଏକ ସୋ’ରୁମ୍ରୁ କାମ ସାରି ଘରକୁ ଫେରୁଥିବା ବେଳେ ରବି ଟକିଜ୍ ଛକ ନିକଟରେ ଘଟିଛି ଏଭଳି ଘଟଣା । ଘରକୁ ଫେରିବା ବାଟରେ ଯୁବତୀଙ୍କୁ ଜଣେ ଦୁର୍ବୃତ୍ତ ଅଟକାଇଥିଲେ । ପରେ ପରେ ତାଙ୍କ ମୋବାଇଲ ନମ୍ବର ମାଗିଥିଲେ । ଅଚିହ୍ନା ଯୁବକ ଜଣଙ୍କ ହଠାତ ମୋବାଇଲ ନମ୍ବର ମାଗୁଥିବା ଦେଖି ଯୁବତୀ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହସହ ନମ୍ବର ଦେବାକୁ ମନା କରିଦେଇଥିଲେ । ଫଳରେ ଯୁବକ ଜଣକ ତାଙ୍କ ପିଛା କରିବା ସହ ତାଙ୍କ ଡ୍ରେସ୍ ଟଣାଓଟରା କରିଥିଲେ । ଯୁବତୀ ଜଣକ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ଜଣକ ନିଜ ମୋବାଇଲରେ ଯୁବତୀଙ୍କୁ ଆକ୍ରମଣ କରିଥିଲେ । ଯୁବତୀଙ୍କ ନାକ ଏବଂ ଆଖିକୁ ଜୋରଦାର ଆକ୍ରମଣ କରି ଫେରାର ହୋଇଥିଲା । ଯାହା ଫଳରେ ଯୁବତୀଙ୍କ ନାକ ଫାଟିବା ସହ ଆଖିରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଜଣଙ୍କ ସ୍ଥାନୀୟ ଲିଙ୍ଗରାଜ ଥାନାକୁ ଯାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ।

​​​​​​​

ପୋଲିସ ଯୁବତୀଙ୍କୁ ମେଡିକାଲରେ ଚିକିତ୍ସା କରାଇବା ପରେ ଘଟଣାସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।