LIVE TV

ରାଜ୍ୟରେ କେତେ ସଂଖ୍ୟକ ଅନୁପ୍ରବେଶକାରୀ ଅଛନ୍ତି ? ତଥ୍ୟ ଦେବାକୁ ସରକାରଙ୍କୁ ୩ ସପ୍ତାହ ସମୟ ଦେଲେ ହାଇକୋର୍ଟ

NEWS7
iphone-se-4-launch-on-feb-19-apple-ceo-tim-cook-shares-cryptic-update

କଟକ: ରାଜ୍ୟରେ କେତେ ସଂଖ୍ୟକ ଅନୁପ୍ରବେଶକାରୀ ଅଛନ୍ତି ? ସେମାନଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରୀ ଭାବେ କି ପଦକ୍ଷେପ ନିଆଯାଇଛି ? ଏସବୁ ଉପରେ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ହାଇକୋର୍ଟ। ଆଉ ଏହାର ଜବାବ ରଖିବା ଲାଗି ରାଜ୍ୟ ସରକାର ମାଗିଥିବା ୩ ସପ୍ତାହ ସମୟକୁ ମଧ୍ୟ ହାଇକୋର୍ଟ ଅନୁମତି ଦେଇଛନ୍ତି।

ସୂଚାଥାଉକି, ରାଜ୍ୟରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଦେଶାନ୍ତର କରିବାଲାଗି ଏକ ଟାସ୍କ ଫୋର୍ସ ଗଠନ କରାଯାଉ ବୋଲି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ଆଇନଜୀବୀ ଶିବ ଶଙ୍କର ମହାନ୍ତି।

ଉକ୍ତ ଆବେଦନର ପ୍ରାରାମ୍ଭିକ ଶୁଣାଣି ହୋଇଥିବାବେଳେ, ଏସଂକ୍ରାନ୍ତରେ ତଥ୍ୟ ଲୋଡିଛନ୍ତି ହାଇକୋର୍ଟ। ୩ ସପ୍ତାହ ମଧ୍ୟରେ ସମସ୍ତ ତଥ୍ୟକୁ ସତ୍ୟପାଠ ଜରିଆରେ ଦାଖଲ କରିବାଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।