ଅନୁସୂଚିତ ଜାତି ଏବଂ ଜନଜାତି ସଂରକ୍ଷଣ ଉଚ୍ଛେଦ ମତ ଦେଇ ବିବାଦରେ ଅରବିନ୍ଦ ଢାଲି, ବାଳକାଟିରେ ଜୋରଦାର ବିରୋଧ

NEWS7
invested-39-rupees-and-won-4-crore-rupees-mangal-saroj-of-kaushambi

ବାଲିପାଟଣା: ସାମାଜିକ ଗଣମାଧ୍ୟମରେ ଅନୁସୂଚିତ ଜାତି ଏବଂ ଜନଜାତି ସଂରକ୍ଷଣ ଉଚ୍ଛେଦ କରିବା ସପକ୍ଷରେ ଯୁକ୍ତି ବାଢ଼ି ହରଡ଼ଘଣାରେ ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି। ସୋସିଆଲ ମିଡିଆରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଜୟଦେବ ନିର୍ବାଚନ ମଣ୍ଡଳୀରେ ଅନୁସୂଚିତ ଜାତି ଏବଂ ଜନଜାତି ସଂଘ ପକ୍ଷରୁ ତାଙ୍କୁ ଜୋରଦାର ବିରୋଧ କରାଯାଇଛି।ସୋମବାର ସଂଧ୍ୟାରେ ବାଳକାଟିରେ ପ୍ରାୟ ୨୦୦ ବ୍ୟକ୍ତି ଏକତ୍ରିତ ହୋଇ ଅରବିନ୍ଦଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କ ବିରୋଧରେ ନାରାବାଜି କରିଛନ୍ତି।

ସୂଚନାଯୋଗ୍ୟ, ଅରବିନ୍ଦ ଢାଲି ନିଜ ଫେସବୁକ୍ ପେଜରେ କହିଥିଲେ ଯେ, ସ୍ଵାଧୀନତାର ୭୯ ବର୍ଷ ପରେ ଦେଶରୁ ଅନୁସୂଚିତ ଜାତି ଏବଂ ଜନଜାତି ସଂରକ୍ଷଣ ହଟିବା ଦରକାର। ଆଉ ସଂରକ୍ଷଣର ଆବଶ୍ୟକତା ନାହିଁ। କ୍ରିମିଲେୟାର ଏବଂ ନନ୍- କ୍ରିମିଲେୟାର ଆଧାରରେ ସଂରକ୍ଷଣ ହେବା ଆବଶ୍ୟକ। ତେବେ ଅରବିନ୍ଦଙ୍କ ଏଭଳି ମତକୁ ଜୟଦେବ ନିର୍ବାଚନ ମଣ୍ଡଳୀରେ ଜୋରଦାର ବିରୋଧ କରାଯାଇଛି।