LIVE TV

ଏପରି ଏକ ଅନନ୍ୟ ମାଛ, ଏଣ୍ଡୁଅ ପରି ବଦଳାଇଥାଏ ରଙ୍ଗ

NEWS7
fish

ନୂଆଦିଲ୍ଲୀ ୨୭।୦୯:  ଏଣ୍ଡୁଅ ଏପରି ଏକ ଜୀବ । ଯିଏ ରଙ୍ଗ ବଦଳାଇବାରେ ମାହିର ହୋଇଥାଏ । ସାଧାରଣତଃ ଲୋକକଥାରେ କୁହାଯାଏ ଯେ ଏହି ଲୋକ ଏଣ୍ଡୁଅ ପରି ରଙ୍ଗ ବଦଳାଏ । କିନ୍ତୁ ଦୁନିଆରେ ଏପରି ଏକ ମାଛ ରହିଛି ଯିଏ ଏଣ୍ଡୁଅ ପରି ରଙ୍ଗ ବଦଳାଇଥାଏ । ଏହି ମାଛର ନାଁ ହେଉଛି ଲମ୍ପଫିସ୍ ।

ଏହି ମାଛ ଉତ୍ତର ଆଣ୍ଟଲାଟିକ୍ ଏବଂ ଆଣ୍ଟ୍ରକଟିକା ମହାସାଗରର କିଛି ଅଂଶରେ ଦେଖିବାକୁ ମିଳିଥାଏ । ଲମ୍ପଫିସ୍ ଅନେକ ରଙ୍ଗର ମିଳିଥାଏ । ଏହି ମାଛର ରଙ୍ଗ ବୟସ ସହିତ ବଦଳିଥାଏ । ନିକଟରେ ବୈଜ୍ଞାନିକ ଲମ୍ପଫିସ୍ର ପ୍ରକୃତ ରଙ୍ଗ ବିଷୟରେ ଜାଣିଛନ୍ତି । ଯାହା ଫ୍ଲୋରୋସେଟ ସବୁଜ ରଙ୍ଗର ହୋଇଥାଏ ।

ଜର୍ଣ୍ଣାଲ ଅଫ୍ ଫିସ୍ ବାୟୋଲୋଜିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏହି ଲମ୍ପଫିସ୍ ଅତିବାଇଗଣୀ ରଶ୍ମୀରେ ଚମକିଥାଏ । ବୈଜ୍ଞାନିକଙ୍କ ଅନୁଯାୟୀ ଲମ୍ପଫିସ୍ ନିଜର ବାୟୋଫ୍ଲୋରେସେଟ ଚମକର ବ୍ୟାବହାର ଶିକାରକୁ ନିଜ ଆଡକୁ ଆକର୍ଷିତ କରିବା ଏବଂ କଥା ହେବା ପାଇଁ କରିଥାଏ । ଲମ୍ପଫିସ୍ ଏକା ରହିବାକୁ ପସନ୍ଦ କରିଥାଏ । ଏହି ମାଛ ନିଜର ଅଧିକାଂଶ ଜୀବନ ସମୁଦ୍ର ତଳେ ବିତାଇଥାଏ ।

ରଙ୍ଗ ବଦଳାଇବାରେ ମାହିର ଲମ୍ପଫିସ୍ ଚଟାଣ ଏବଂ ସମୁଦ୍ର ଶୈବାଳରେ ଲାଗି ରହିଥାଏ ।  ଏଥିପାଇଁ ଲମ୍ପଫିସ୍ ନିଜ ଡେଣାର ବ୍ୟବହାର କରିଥାଏ । ଲମ୍ପଫିସ୍ ପରି ସ୍କର୍ପିୟନଫିସ୍ ମଧ୍ୟ ନିଜ ରଙ୍ଗ ବଦଳାଇବାରେ ମାହିର ହୋଇଥାଏ । କିନ୍ତୁ ବହୁତ ବିଶାକ୍ତ ହୋଇଥାଏ ।