News7 Logo

ଆକାଶରେ ଖରାପ ହୋଇଗଲା ବିମାନର ଇଞ୍ଜିନ , ପାଇଲଟ କହିଲେ PAN –PAN ; ଏହାର ଅର୍ଥ କଣ

NEWS7
-

ଇନ୍ଦୋର : ଦିଲ୍ଲୀରୁ ଇନ୍ଦୋର ପାଇଁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନର ଏମର୍ଜେନ୍ସି ଲାଣ୍ଡିଂ କରାଯାଇଛି। ୧୬୧ ଜଣ ଯାତ୍ରୀଙ୍କୁ ନେଇ ରାଜଧାନୀରୁ ଇନ୍ଦୋର ପହଞ୍ଚିଥିବା ବିମାନର ଆକାଶରେ ହିଁ ଇଞ୍ଜିନ ବନ୍ଦ ହୋଇଗଲା। ଗୋଟିଏ ଇଞ୍ଜିନରେ ଟେକ୍ନିକାଲ ତ୍ରୁଟି ବିଷୟରେ ଜାଣିବା ପାଇଁ ପାଇଲଟ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି)କୁ ପ୍ୟାନ୍-ପ୍ୟାନ୍‌ ମେସେଜ୍‌ ପଠାଇ ଥିଲା। ଅହିଲ୍ୟାବାଇ ହୋଲକର ବିମାନ ବନ୍ଦରରେ ବିମାନକୁ ସୁରକ୍ଷିତ ଉପାୟରେ ଓହ୍ଲାଇ ଦିଆଯାଇ ଥିଲା ଏବଂ ଏହାପରେ ସମସ୍ତେ ଆଶ୍ୱସ୍ତିର ନିଃଶ୍ୱାସ ନେଇଥିଲେ। ହେଲେ , ବିମାନ କମ୍ପାନୀ ଏହାକୁ ଜରୁରୀକାଳୀନ ଲ୍ୟାଣ୍ଡିଂ ଭାବେ ଗ୍ରହଣ କରିବାକୁ ମନା କରି ଦେଇଛି।

ବିମାନ ବନ୍ଦରର ନିର୍ଦ୍ଦେଶକ ବିପିନକାନ୍ତ ସେଠ୍‌ କହିଛନ୍ତି , ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଦିଲ୍ଲୀରୁ ଇନ୍ଦୋର ଆସୁଥିବା ବିମାନର ଗୋଟିଏ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟିର ସୂଚନା ମିଳିବା ପରେ ଆମେ ଅନେକ ସତର୍କତା ଅବଲମ୍ୱନ କରି ଏହି ବିମାନକୁ ଇନ୍ଦୋର ବିମାନ ବନ୍ଦରରେ ସକାଳ ୦୯.୫୫ ସମୟରେ ଓହ୍ଲାଇ ଦେଇ ଥିଲା। ନିର୍ଦ୍ଧାରିତ ସମୟ ମୁତାବିକ ,ଏହି ବିମାନକୁ ସକାଳ ୦୯.୩୫ ଟା ସମୟରେ ଇନ୍ଦୋର ବିମାନ ବନ୍ଦରରେ ଓହ୍ଲାଇବାର ଥିଲା। ସେ କହିଛନ୍ତି ଯେ ଉଡ଼ାଣ ସଂଖ୍ୟା ଆଇଏକ୍ସ ୧୦୨୮ର ଏହି ବିମାନକୁ ଚାଳକ ଦଳ ଓ ଏଥିରେ ଥିବା ସବୁ ୧୬୧ ଜଣ ଯାତ୍ରୀ ସଂପୂର୍ଣ୍ଣ ରୂପେ ସୁରକ୍ଷିତ ଅଛନ୍ତି।

ସେଠ୍‌ କହିଛନ୍ତି ଯେ, ବିମାନର ପାଇଲଟ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି)କୁ PAN-PAN ସଙ୍କେତ ପଠାଇ ଥିଲେ , ଏହାପରେ ମାନକ କାର୍ଯ୍ୟ ପ୍ରଣାଳୀ (ଏସଓପି) ଅନୁସାରେ ବିମାନ ବନ୍ଦରରେ ଅଗ୍ନିନିର୍ବାପନ ଓ ଚିକିତ୍ସାର ବନ୍ଦୋବସ୍ତ କରାଯାଇ ଥିଲା।

PAN-PAN ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ସଙ୍କେତ ,ଯାହାର ବ୍ୟବହାର ସାମୁଦ୍ରୀକ ଓ ବାୟୁବାହୀ ରେଡିଓରେ ବ୍ୟବହୃତ ହୁଏ। ବିମାନ ଚଳାଚଳ କ୍ଷେତ୍ରରେ ଏହାର ଅର୍ଥ ହୋଇଥାଏ ସ୍ଥିତି ଗମ୍ଭୀର ଅଛି ଏବଂ ତୁରନ୍ତ ସାହାଯ୍ୟର ଆବଶ୍ୟକ ଅଛି , କିନ୍ତୁ ଏହି ସ୍ଥିତି ବିମାନରେ ବସିଥିବା ଲୋକଙ୍କ ଜୀବନ ଉପରେ ସିଧାସଳଖ କୌଣସି ବିପଦ ନାହିଁ। ଯେବେ କୌଣସି ପାଇଲଟ ପାନ –ପାନ୍‌ ସଙ୍କେତ ପଠାଇଥାନ୍ତି, ତ ଏହାର ଅର୍ଥ ହୋଇଥାଏ ଯେ, ଚାଳକ ଦଳକୁ ଏଟିସି ବା ଗ୍ରାଉଣ୍ଡ ସର୍ଭିସ୍‌ରେ ତୁରନ୍ତ ସାହାଯ୍ୟ ଆବଶ୍ୟକ ।

ଅନ୍ୟପଟେ , ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ପ୍ରବକ୍ତା କହିଛନ୍ତି ଯେ, ଏହି ଏମର୍ଜେନ୍ସି ଲ୍ୟାଣ୍ଡିଂ ନଥିଲା, ବରଂ ପାଇଲଟ ଏଟିସିରେ ପ୍ରାଥମିକତାର ଆଧାରରେ ଲ୍ୟାଣ୍ଡିଂର ଅନୁମତି ମାଗି ଥିଲେ। ସେ କହିଥିଲେ , ଇନ୍ଦୋରରେ ବିମାନକୁ ତଳକୁ ଆସିବାର ଅଏଲ ଫିଲଟରରେ ସନ୍ଦିଗ୍ଧ ସମସ୍ୟା ଆସିଥିଲା। ଏସଓପିର ପାଳନ କରି କ୍ରୁ ସୁରକ୍ଷିତ ଭାବେ ବିମାନକୁ ଓହ୍ଲାଇ ଥିଲେ। ଆମର ପାଇଲଟ ଏହିପରି ସତର୍କତା ପୂର୍ବକ ପଦକ୍ଷେପ ନେବାରେ ପ୍ରଶିକ୍ଷିତ ଅଛନ୍ତି।