ନୂଆଦିଲ୍ଲୀ- ଇଣ୍ଡିଗୋର ଏକ ବିମାନକୁ ଶନିବାର ସୁରକ୍ଷା ବିପଦ ଥିବା ଜାଣିବା ପରେ ମୁମ୍ୱାଇ ଡାଇଭର୍ଟ କରିଦିଆ ଯାଇଛି। ହାଇଦ୍ରାବାଦ ଏୟାରପୋର୍ଟ ପକ୍ଷରୁ କୁହାଯାଇଛି ଯେ ବିମାନ ଜେଦ୍ଦାହରୁ ହାଇଦ୍ରାବାଦ ପାଇଁ ଉଡ଼ାଣ ଭରିଥିଲା। ଏହି ଘଟଣା ସେତେବେଳେ ଘଟିଥିଲା ,ଯେତେବେଳେ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଧମକ ପୂର୍ଣ୍ଣ ଇମେଲ ମିଳିଥିଲା, ଯେଉଁଥିରେ ଦାବିକରାଯାଇ ଥିଲା ଯେ, ଇଣ୍ଡିଗୋ ଫ୍ଲାଇଟ୍‌ 6E 68ରେ ହ୍ୟୁମାନ ବୋମା ,ଯାହା ଜେଦ୍ଦାହ ଠାରୁ ହାଇଦ୍ରାବାଦ ଯାଉଛି। ସକାଳ ସମୟ ପାଖାପାଖି ୫ଟା ୩୦ରେ ମିଳିଥିବା ଏହି ଧମକପୂର୍ଣ୍ଣ ଇମେଲରେ ଏୟାରପୋର୍ଟ ଅଧିକାରୀଙ୍କୁ ଚେତାବନୀ ଦିଆଯାଇଛି ଯେ, ଇଣ୍ଡଗୋର ଫ୍ଲାଇଟ୍‌କୁ ହାଇଦ୍ରାବାଦରେ ଲ୍ୟାଣ୍ଡିଂ କରିବାରୁ ରୋକାଯାଉ। ଏହାପରେ ବିମାନକୁ ମୁମ୍ୱାଇ ଡାଇଭର୍ଟ କରିଦିଆ ଯିବା ସହ ଏମର୍ଜେନ୍ସି ଲ୍ୟାଣ୍ଡିଂ ହୋଇଥିଲା।

ଇମେଲରେ କୁହାଯାଇଛି , ବୋର୍ଡରେ ଏଲଟିଟିଇ-ଆଇଏସଆଇ ଅପରେଟିଭ୍ସ ୧୯୮୪ ମାଦ୍ରାସ୍‌ ଏୟାରପୋର୍ଟ ମୋଡସ ଅପରେଣ୍ଡି ଷ୍ଟାଇଲ୍‌ରେ ବଡ଼ ବିସ୍ଫୋରଣ କରିବାର ଯୋଜନା କରାଯାଇଛି। ଇଣ୍ଡିଗୋର ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ, ହାଇଦ୍ରାବାଦ ଯାଉଥିବା ଫ୍ଲାଇଟ୍‌ 6E 68କୁ ୧ ନଭେମ୍ୱରରେ ସୁରକ୍ଷାରେ ବିପଦ ମିଳିଥିଲା, ଯେଉଁଥି ପାଇଁ ଏହାକୁ ଡାଇଭର୍ଟ କରାଗଲା। ପ୍ରୋଟୋକଲର ପାଳନ କରି ତୁରନ୍ତ ସମ୍ୱନ୍ଧିତ ଅଧିକାରୀଙ୍କୁ ଏହାର ସୂଚନା ଦିଆଯାଇଛି। ଏହି ସମୟରେ ଆବଶ୍ୟକ ସୁରକ୍ଷା ଯାଞ୍ଚ ମଧ୍ୟ ହୋଇଛି। ଏହାପରେ ବିମାନକୁ ଆଗାମୀ ଉଡାଣ ପାଇଁ ମଞ୍ଜୁରୀ ଉପରେ ବିଚାର କରାଯାଇଛି।

ଏହା ପୂର୍ବରୁ , ଚେନ୍ନାଇର ଶାସ୍ତ୍ରୀ ଭବନ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ବୋମା ରଖାଯିବାର ଦାବି କରାଯାଇ ଥିଲା। ଏହାକୁ ନେଇ ଏକ ଇ-ମେଲ୍ ପୁଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟକୁ ମିଳିଲା। ବୋମାର ଏହି ଧମକ ଯାଞ୍ଚରେ ମିଛ ସାବ୍ୟସ୍ତ ହୋଇଛି। ଶୁକ୍ରବାର ପୁଲିସ ଏହି ସୂଚନା ଦେଇଥିଲା।