୩୦ ଓସାରିଆ A350 ବିମାନ ପାଇଁ ଅର୍ଡର ଦେଲା ଇଣ୍ଡିଗୋ, ଅନ୍ତରାଷ୍ଟ୍ରୀୟ ଉଡାଣ କ୍ଷମତା ବଢାଇବା ଲକ୍ଷ୍ୟ

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ: ଓସାରିଆ ବିମାନର ନିଜର ପ୍ରଥମ ଅର୍ଡରରେ ଇଣ୍ଡିଗୋ ଏୟାରବସ ସହ ୩୦ A350-900 ବିମାନ ପାଇଁ ଚୁକ୍ତି କରିଛି । ଇଣ୍ଡିଗୋର ଭାରତୀୟ ଏୟାରାଇନ୍ସ ମାର୍କେଟ ସେୟାର ୬୦ ପ୍ରତିଶତ ରହିଛି । ଏବେ ଇଣ୍ଡିଗୋର ଲକ୍ଷ୍ୟ ୨୦୩୦ ସୁଦ୍ଧା ନିଜ କ୍ଷମତାକୁ ଦ୍ୱିଗୁଣା କରିବା ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଜ ନେଟୱାର୍କରେ ବିସ୍ତାର କରିବା । ଏହି ୩୦ ନୂତନ ବିମାନ କିଣିବା ସହ ଇଣ୍ଡିଗୋ ୧୦ ଅତିରିକ୍ତ A350 ବିମାନ କିଣିବା ଅଧିକାର ପାଇଁ ମଧ୍ୟ ହସ୍ତାକ୍ଷର କରିଛି । 

ନୂଆ ବିମାନ ଆସିବା ଦ୍ୱାରା ଇଣ୍ଡିଗୋ ଏୟାରଲାନ୍ସ ଲମ୍ୱା ଯାତ୍ରା ପାଇଁ ଉଡାଣ ଆରମ୍ଭ କରିପାରିବ । ଯେଉଁଥିରେ ଭାରତରୁ ଆମେରିକା ସିଧା ଉଡାଣ ମଧ୍ୟ ସାମିଲ ହୋଇପାରେ । ଯାହାଦ୍ୱାରା ଇଣ୍ଡିଗୋ, ଏୟାର ଇଣ୍ଡିଆ ଏବଂ ବିସ୍ତାର ସହ ପ୍ରତିଯୋଗିତା କରିବ । ଗତ ବର୍ଷ ଇଣ୍ଡିଗୋ ଏୟାରବସ ସହ ୫୦୦ ବିମାନ ପାଇଁ ଚୁକ୍ତି ଘୋଷଣା କରିଥିଲା । ଯାହା ବିମାନ କିଣିବା ଇତିହାସରେ ଏକ ରେକର୍ଡ ଥିଲା ।

ଇଣ୍ଡିଗୋ ଏୟାରଲାଇନ ନିଜ ବୟାନରେ କହିଛି ଯେ, ଇଣ୍ଡିଗୋ ୩୯ ଫର୍ମ A350-900 ବିମାନ ପାଇଁ ଅର୍ଡର ଦେବା ଉପରେ ସହମତି ବ୍ୟକ୍ତି କରିଛି, ଯାହା ଇଣ୍ଡିଗୋକୁ ନିଜ ନେଟୱାର୍କକୁ ବଢାଇବାରେ ସକ୍ଷମ କରିବ । ଇଣ୍ଡିଗୋ ଏହି ଡିଲରେ ବିଭିନ୍ନ ଭାରତୀୟ ମହାନଗରରୁ ଦୁନିଆକୁ ଯୋଡ଼ିବାରେ ସକ୍ଷମ ହେବ । ବିମାନକୁ ରୋଲ୍ସ ରୟସର ଟ୍ରେଣ୍ଟ ଏକ୍ସଡବ୍ଲୁଭି ଇଞ୍ଜିନ ଦ୍ୱାରା ପରିଚାଳନା କରାଯିବ । ଏୟାରଲାଇନ କହିଛି ଯେ ବିମାନର ଡିଲିଭରି ଆଗାମୀ ତିନି ବର୍ଷ ପରେ ୨୦୨୭ରୁ ଆରମ୍ଭ ହେବା ନେଇ ଆଶା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.