ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ୍ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମୁକାବିଲା ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳା ଯାଇଛି। ଭାରତୀୟ ବ୍ୟାଟରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଡ୍ର ରହିଛି ମାଞ୍ଚେଷ୍ଟର ଟେଷ୍ଟ। ଏବେ ଦୁଇ ଦେଶ ମଧ୍ୟରେ ସିରିଜର ଶେଷ ମୁକାବିଲା ଜୁଲାଇ ୩୧ରେ ଓଭାଲ ମୈଦାନରେ ଖେଳାଯିବ। ଓଭାଲ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଟିମରେ ଦେଖିବାକୁ ମିଳିପାରେ ବଡ଼ ପରିବର୍ତ୍ତନ। ଋଷଭ ପନ୍ତଙ୍କୁ ଆଘାତ ଲାଗିବା କାରଣରୁ ଏହି ମୁକାବିଲାରୁ ବାହାରି ଯାଇଛନ୍ତି। ତେଣୁ ଋଷଭ ପନ୍ତଙ୍କ ବଦଳ ଖେଳାଳି ଭାବେ ଭାରତୀୟ ଦଳରେ ୱିକେଟ କିପର ନାରାୟଣ ଜଗଦୀଶନଙ୍କୁ ସାମିଲ୍ କରାଯାଇଛି। ୨୯ ବର୍ଷୀୟ ଜଗଦୀଶନ ପ୍ରଥମ ଥର ଭାରତୀୟ ଟିମ୍ ରେ ସ୍ଥାନ ପାଇଛନ୍ତି। ଜଗଦିଶନ ତାମିଲନାଡ଼ୁ ପାଇଁ ଘରୋଇ କ୍ରିକେଟ୍ ଖେଳିଛନ୍ତି। ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ତାଙ୍କର ଶୁଭେଚ୍ଛୁ ଓ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ଜଗଦୀଶନ ଏବେ ପର୍ଯ୍ୟନ୍ତ ୫୨ଟି ପାଷ୍ଟ୍ କ୍ଲାସ୍ ମ୍ୟାଚ୍ ରୁ 47.50 ହାରରେ 33733 ରନ୍ କରିଛନ୍ତି। ଯେଉଁଥିରୁ 10ଟି ଶତକ ଓ 14 ଅର୍ଦ୍ଧ ଶତକ ସାମିଲ୍ ସେମିତି 64 ଲିଷ୍ଟ-ଏ ମ୍ୟାଚ୍ ରେ ଜଗଦିଶନଙ୍କ ନାଁରେ 46.23 ହାରରେ 2728 ରନ୍ ରହିଛି। ଲିଷ୍ଟ –ଏ କ୍ରିକେଟରେ ଜଗଦିଶନ୍ 9 ଶତକ ଓ 9 ଅର୍ଦ୍ଧଶତକ ହାସଲ କରିଛନ୍ତି। ଜଗଦୀଶନ 66 ଟି 20 ମୁକାବିଲା ବି ଖେଳିଛନ୍ତି। ଯେଉଁଥିରେ ସେ 10 ଅର୍ଦ୍ଧଶତକ ସାହାଯ୍ୟରେ 1475 ରନ୍ କରିଛନ୍ତି। ଟି 2୦ କ୍ରିକେଟରେ ଜଗଦୀଶନଙ୍କ ଆଭରେଜ୍ 31.38 ରହିଛି।
କୋଏମ୍ବାଟୁରରେ ଜନ୍ମିତ ଜଗଦୀଶନ ବିଜୟ ହଜାରେ ଟ୍ରଫି 2022ରେ ଲଗାତାର 5 ପାରିରେ ଶତକ କରିଥିଲେ। ଲିଷ୍ଟ-ଏ- କ୍ରିକେଟରେ ସେ ଏମିତି ସଫଳତା ହାସଲ କରିବାରେ ଦୁନିଆର ପ୍ରଥମ କ୍ରିକେଟର। ନାରାୟଣ ଜଗଦୀଶନ IPLରେ ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକତା ନାଇଟ୍ ରାଇଡର୍ସ ପାଇଁ ଖେଳି ସାରିଛନ୍ତି। ଜଗଦୀଶନ୍ 13 ଆଇପିଏଲ୍ ମ୍ୟାଚ୍ ଖେଳି 18 ହାରରେ 162 ରନ୍ କରିଛନ୍ତି।
ଜଗଦିଶନଙ୍କ ପାଖରେ ଫାଷ୍ଟ କ୍ଲାସ୍ କ୍ରିକେଟର ଭଲ ଅନୁଭବ ରହିଛି। ଜଗଦୀଶନଙ୍କ ଜଣେ ଓ୍ଵିକେଟ୍ କିପର ବ୍ୟାଟର । ସେ ଲଗାତାର ପାଞ୍ଚଟି ଇନିଂସରେ ଶତକ ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଜଗଦୀଶନ ୨୦୨୨ରେ ଏହି କୃତିତ୍ୱ ବିଜୟ ହଜାରେ ଟ୍ରଫିରେ କରିଥିଲେ। ସେତେବେଳେ ତାଙ୍କ ବ୍ୟାଟ୍ ରୁ ରନ୍ ବର୍ଷା ହୋଇଥିଲା। IPLରେ, ସେ KKR ଏବଂ ଚେନ୍ନାଇ ସୁପର କିଙ୍ଗସ୍ ପରି ଦଳ ପକ୍ଷରୁ ଖେଳିଛନ୍ତି। ଦୀର୍ଘ ଦିନ ରି ଖେଳିବା ପରେ, ଏବେ ସେ ଟିମ୍ ଇଣ୍ଡିଆରେ ପାଇଛନ୍ତି ସ୍ଥାନ ।