ଶିଖରଚଣ୍ଡୀ ପାହାଡ଼ରେ ଉଡ଼ିବ ଡ୍ରୋନ୍, ଦନ୍ତା ହାତୀକୁ ଟ୍ରାକିଂ କରିବେ ବନ ବିଭାଗ ଟିମ୍

NEWS7
indias-mens-and-womens-team-jerseys-unveiled-for-the-asian-games

ଭୁବନେଶ୍ବର ୨୮।୧୨: ଶିଖରଚଣ୍ଡୀରେ ବୁଲୁଛନ୍ତି ଦୁଇଟି ଦନ୍ତା ହାତୀ । ରବିବାର ଶିଖରଚଣ୍ଡୀରେ ଦନ୍ତା ହାତୀକୁ ଟ୍ରାକିଂ କରିବ ବନ ବିଭାଗ । ଶିଖରଚଣ୍ଡୀ ପାହାଡ଼ରେ ଡ୍ରୋନ୍ ଉଡ଼ିବ । ଡ୍ରୋନ୍ ମାଧ୍ୟମରେ ହାତୀକୁ ଖୋଜିବେ ବନ ବିଭାଗ ଟିମ୍ । ବନ ବିଭାଗର ଗୋଟିଏ ସ୍ପେଶାଲ୍ ଗ୍ରୁପ୍ କରିବେ ଟ୍ରାକିଂ । ଡ୍ରୋନ୍ ଉଡ଼େଇ ହାତୀର ଲୋକେଶନ୍ ଠାବ କରିବେ । ଲୋକେଶନ୍ ଅନୁଯାୟୀ କର୍ମଚାରୀ ଟ୍ରାକିଂ କରିବେ । ଚନ୍ଦକା ଏବଂ ଭୁବନେଶ୍ବର ରେଞ୍ଜର କର୍ମଚାରୀ ହେବେ ନିୟୋଜିତ ।

ସେପଟେ ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ । ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ବୁଲୁଥିବା ଦୁଇଟି ଦନ୍ତା ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିଛି ଶିଖରଚଣ୍ଡୀ ପୀଠ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ଏଭଳି ପଦକ୍ଷେପ ନେଇଛନ୍ତି । ମନ୍ଦିର ପ୍ରବେଶ ଗେଟ୍ରେ ବନ ବିଭାଗ ତାଲା ପକାଇଛି ।

ପର୍ଯ୍ୟଟନ ଋତୁ ଥିବାରୁ ଶିଖରଚଣ୍ଡୀରେ ପର୍ଯ୍ୟଟକଙ୍କ ଭିଡ଼ ହେଉଥିଲା । ଲୋକଙ୍କ ସୁରକ୍ଷା ନେଇ ଇନ୍ଫୋସିଟି ଥାନାକୁ ବନ ବିଭାଗ ଅବଗତ କରିଥିଲା । ଗତ ୫ ଦିନ ହେଲା ଶିଖରଚଣ୍ଡୀ ପାହାଡ଼ରେ ବୁଲୁଛନ୍ତି ହାତୀ । ପାହାଡ଼ ଉପରକୁ ନଯାଇ ମେନ୍ ଗେଟ୍ ବାହାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା । ଇନ୍ଫୋସିଟି ଥାନା ପୋଲିସ ଏବଂ ସୁରକ୍ଷା କର୍ମୀ ମାନେ ମେନ୍ ଗେଟ୍ରେ ଜଗିଥିବା ଦେଖିବାକୁ ମିଳିଥିଲା ।

ଶିଖରଚଣ୍ଡୀରେ ଦୁଇଟି ଦନ୍ତା ହାତୀ ବୁଲିବା ପରେ ହାଇ ଟେନସନ୍ । ସହରବାସୀଙ୍କ ସୁରକ୍ଷା ପାଇଁ ହାତୀ ଜଗିଛନ୍ତି ବନ ବିଭାଗ । ଶୁକ୍ରବାର ସନ୍ଧ୍ୟାରୁ ରାତି ତମାମ ଓ ସକାଳ ପର୍ଯ୍ୟନ୍ତ ପାହାଡ଼ ଉପରେ ଓ ତଳ ଚାରିପଟେ ପଇଁତରା ମାରୁଥିଲେ ଜଙ୍ଗଲ ବିଭାଗ ସହ ବିଦ୍ୟୁତ ବିଭାଗ ଟିମ୍ । ପାହାଡ଼ ଉପରେ ଦନ୍ତା ହାତୀ ଥିବା ବେଳେ ଲୋକେ ଭୋଜି କରୁଛନ୍ତି । ଯାହାକୁ ନେଇ ବନ ବିଭାଗ ଟେନସନ୍ରେ ରହିଛି । ସେଥିପାଇଁ ଚନ୍ଦକା ଡିଏଫଓ, ରେଞ୍ଜର ଏବଂ ତାଙ୍କ ଟିମ୍ ଡ଼ାକବାଜି ଯନ୍ତ୍ର ବ୍ୟବହାର କରି ଲୋକଙ୍କୁ ପାହାଡ଼ରୁ ବାହାର କରିବା ସହ ପାହାଡ଼ ଉପରକୁ ଆସିବାକୁ ବାରଣ କରିଛନ୍ତି । ସ୍ଥାନୀୟ ଲୋକେ ଓ ସୁରକ୍ଷା କର୍ମୀ ଭୟଭୀତ ଅବସ୍ଥାରେ ଅଛନ୍ତି ।