ଏହି ରାଜ୍ୟରେ ଖୋଲିଲା ଦେଶର ପ୍ରଥମ ଏଆଇ ୟୁନିଭର୍ସିଟି: ମାସକୁ ଦେଢ଼ ଲକ୍ଷ ଲୋକଙ୍କୁ ମିଳିବ ଟ୍ରେନିଂ

Published By : Prameya-News7 Bureau | July 27, 2025 IST

indiatoday

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଖୋଲିଲା ଦେଶରେ ପ୍ରଥମ ଘରୋଇ ଏୟାଇ ୟୁନିଭର୍ସିଟି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଉନ୍ନାଓରେ ଭାରତର ପ୍ରଥମ ଘରୋଇ ଏଆଇ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କରିଛନ୍ତି। ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏହି ଏଆଇ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା କରିଛି। 

ଏନେଇ ଉତ୍ତର ପ୍ରଦେଶ ସରକାରଙ୍କର ପକ୍ଷରୁ ଏକ ସରକାରି ବିବୃତ୍ତି ଜାରି କରାଯାଇଛି। ସରକାରୀ ବିବୃତ୍ତି ଅନୁଯାୟୀ, ରାଜ୍ୟ ଶିକ୍ଷା, ସୁରକ୍ଷା, କୃଷି, ପ୍ରଶାସନ ଏବଂ ଶିଳ୍ପ ସମେତ ଅନେକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାର କରୁଛି। ରାଜ୍ୟରେ ବୈଷୟିକ ଦକ୍ଷତା ବିକାଶରେ ଏହି ବିଶ୍ୱବିଦ୍ୟାଳୟ ସହାୟତା କରିବ ବୋଲି ଆଶା କରାଯାଉଛି। ଏଆଇ ପ୍ରଜ୍ଞା ଯୋଜନା ଅଧୀନରେ, ରାଜ୍ୟ ସରକାର ଏଆଇ, ଡାଟା ଆନାଲିଟିକ୍ସ, ମେସିନ୍ ଲର୍ଣ୍ଣିଂ ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ୧୦ ଲକ୍ଷ ଲୋକଙ୍କୁ ତାଲିମ ଦେବାକୁ ଯୋଜନା କରୁଛନ୍ତି। ଏଥିରେ ଯୁବପିଢ଼ି, ଶିକ୍ଷକ, ଗ୍ରାମ ନେତା, ସରକାରୀ କର୍ମଚାରୀ ଏବଂ ଚାଷୀ ସାମିଲ ଅଛନ୍ତି ବୋଲି ସରକାର କହିଛନ୍ତି। 

ବିବୃତ୍ତିରେ ଆହୁରି କୁହାଯାଇଛି ଯେ ରାଜ୍ୟ ସରକାର ମାଇକ୍ରୋସଫ୍ଟ, ଇଣ୍ଟେଲ୍, ଗୁଗୁଲ୍ ଏବଂ ଗୁଭି ଭଳି କମ୍ପାନୀଗୁଡ଼ିକ ସହଯୋଗରେ ଏହି ତାଲିମ ପ୍ରଦାନ କରିବେ। ପ୍ରତି ମାସରେ ୧.୫ ଲକ୍ଷ ଲୋକଙ୍କୁ ତାଲିମ ଦେବାର ଲକ୍ଷ୍ୟ ରଖାଯାଇଛି। ଉତ୍ତର ପ୍ରଦେଶ ସେଫ୍‌ଟି ପ୍ରୋଜେକ୍ଟ ମାଧ୍ୟମରେ ସାଧାରଣ ସୁରକ୍ଷାରେ ଏଆଇର ବ୍ୟବହାର ବଢ଼ାଉଛି। ରାଜ୍ୟ ସରକାର ୧୭ଟି ସହର ନିଗମରେ ଏଆଇ-ସକ୍ଷମ ସିସିଟିଭି କ୍ୟାମେରା, ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟକରଣ, ଏସଓଏସ୍ ଆଲର୍ଟ ସିଷ୍ଟମ ଏବଂ ମୁହଁ ଚିହ୍ନଟକରଣ(ଫେସ୍‌ରିକଗ୍ନିସନ) ଟେକ୍ନୋଲୋଜୀ ସ୍ଥାପନ କରିବାକୁ ଯୋଜନା ରହିଛି।

ଏହି ସିଷ୍ଟମଗୁଡ଼ିକ ନିରନ୍ତର କାର୍ଯ୍ୟ କାମ କରିବା ସହିତ ରିୟଲ ଟାଇ ମ ମନିଟରିଂ ପାଇଁ ୧୧୨ ଜରୁରୀକାଳୀନ ହେଲ୍ପଲାଇନ୍ ଏବଂ ପୋଲିସ ନିୟନ୍ତ୍ରଣ କକ୍ଷ ସହ ଯୋଡ଼ାଯିବ ବୋଲି ଉତ୍ତର ପ୍ରଦେଶ ସରକାର କହିଛନ୍ତି। କୃଷି କ୍ଷେତ୍ରରେ, ବିଶ୍ୱ ବ୍ୟାଙ୍କ ଦ୍ୱାରା ସମର୍ଥିତ ୪ ହଜାର କୋଟି ଟଙ୍କାର UP-AGRIS ପ୍ରକଳ୍ପ ୧୦ ଲକ୍ଷ ଚାଷୀଙ୍କୁ ଏଆଇ-ଆଧାରିତ ସମାଧାନ ପ୍ରଦାନ କରାଯାଉଛି। ବ୍ୟବହୃତ ପ୍ରଯୁକ୍ତିବିଦ୍ୟା ମଧ୍ୟରେ ସ୍ମାର୍ଟ ଜଳସେଚନ ପ୍ରଣାଳୀ, ଡ୍ରୋନ-ଆଧାରିତ ଭୂମି ମ୍ୟାପିଂ ଏବଂ କୀଟପତଙ୍ଗ ଚିହ୍ନଟ ଉପକରଣ ପ୍ରକ୍ରିୟା ଆଦି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.