ଗତବର୍ଷ ରେକର୍ଡ ସଂଖ୍ୟକ ୧୩୫ ବିଲିଅନ ଡଲାର ରେମିଟାନ୍ସ ପାଇଛି ଭାରତ: ଅର୍ଥ ପଠାଇବାରେ ଆଗରେ ପ୍ରବାସୀ ଭାରତୀୟ

Published By : Prameya-News7 Bureau | June 30, 2025 IST

indiatoday

ନୂଆଦିଲ୍ଲୀ: ଅନ୍ୟମାନଙ୍କ ତୁଳନାରେ ବିଦେଶରେ ରହୁଥିବା ଭାରତୀୟମାନେ ଅଧିକ ଟଙ୍କା ପଠାଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଇଥିବା ତଥ୍ୟ ଅନୁସାରେ ଗତ ଆର୍ଥିକ ବର୍ଷରେ ପ୍ରବାସୀ ଭାରତୀୟମାନେ ୧୩୫ ବିଲିୟନ ଡଲାରର ଭାରତୀୟ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି। ଯାହା ପୂର୍ବ ବର୍ଷ ତୁଳନାରେ ୧୪ ପ୍ରତିଶତ ଅଧିକ। ଓ ଏପର୍ଯ୍ୟନ୍ତ ବିଦେଶୀ ଟଙ୍କା ପଠାଣ ଠାରୁ ସବୁଠାରୁ ଅଧିକ।

ଗତ ଦଶନ୍ଧିରେ ଭାରତୀୟମାନଙ୍କ ଦ୍ୱାରା ପଠାଯାଉଥିବା ଧନ ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି। ୨୦୧୪-୧୫ରେ ୬୯ ବିଲିୟନ ଡଲାରରୁ ୨୦୨୪-୨୫ରେ ୧୩୫.୪୬ ବିଲିୟନ ଡଲାର ହୋଇଛି। ଏଥିରେ ୯୪.୨୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

୨୦୦୧ ମସିହାରୁ ଭାରତ ସବୁଠାରୁ ଅଧିକ ପରିମାଣର ବିଦେଶୀ ଅର୍ଥ ପଠାଣ ଗ୍ରହଣ କରିଆସିଛି। ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ୨୦୨୩-୨୪ ମସିହାରେ ଭାରତ ୧୧୮ ବିଲିୟନ ଡଲାର ଅର୍ଥ ଗ୍ରହଣ ସହିତ ତାଲିକାର ଶୀର୍ଷରେ ଥିଲା। ଏହାପରେ ମେକ୍ସିକୋ ୬୮ ବିଲିୟନ ଡଲାର ସହିତ ଦ୍ୱିତୀୟ ସ୍ଥାନରେ ଥିଲା। ସେହିପରି ଚୀନ ୪୮ ବିଲିୟନ ଡଲାର ସହିତ ତୃତୀୟ ସ୍ଥାନରେ ରହିଥିଲା।

ବିଦେଶରୁ ପ୍ରବାସୀ ଭାରତୀୟ ପଠାଉଥିବା ଟଙ୍କା ନେଇ ଆର୍‌ବିଆଇ ଏକ ରିପୋର୍ଟରେ କହିଛି “ଭାରତର ଟଙ୍କା ପଠାଣ ସାଧାରଣତଃ ଭାରତର ମୋଟ ଘରୋଇ ପ୍ରତ୍ୟକ୍ଷ ବିଦେଶୀ ନିବେଶ (FDI) ଅପେକ୍ଷା ଅଧିକ ରହିଛି, ଯାହାଦ୍ୱାରା ବାହ୍ୟ ଆର୍ଥିକ ସହାୟତାର ଏକ ସ୍ଥିର ଉତ୍ସ ଭାବରେ ଏହାର ଗୁରୁତ୍ୱ ପ୍ରତିପାଦିତ ହୋଇଛି।" 

ତଥ୍ୟ ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ, ଆମେରିକାରୁ ୨୭.୭ ପ୍ରତିଶତ ଟଙ୍କା ପଠାଯାଇଥିଲା, ଏହାପରେ ୟୁଏଇ (୧୯.୨ ପ୍ରତିଶତ), ୟୁକେ (୧୦.୮ ପ୍ରତିଶତ), ସାଉଦି ଆରବ (୬.୭ ପ୍ରତିଶତ) ଏବଂ ସିଙ୍ଗାପୁର (୬.୬ ପ୍ରତିଶତ) ଅର୍ଥ ଆସିଥିଲା।

ଆର୍ଥିକ ବର୍ଷ ୨୦୨୩-୨୪ରେ ମହାରାଷ୍ଟ୍ର ଏହି ରେମିଟେନ୍ସର ସର୍ବାଧିକ ୨୦.୫ ପ୍ରତିଶତ ଅଂଶ ପାଇଥିଲା, ଯାହା ୨୦୨୦-୨୧ (୩୫.୨ ପ୍ରତିଶତ) ତୁଳନାରେ କମ୍। ଏହାପରେ କେରଳ ରହିଥିଲା। ଏଥିରୁ କେରଳର ଅଂଶ ପ୍ରାୟ ୧୦ ପ୍ରତିଶତରୁ ୧୯.୭ ପ୍ରତିଶତକୁ ବୃଦ୍ଧି ପାଇଥିଲା, ତା’ପରେ ତାମିଲନାଡୁ (୧୦.୪ ପ୍ରତିଶତ), ତେଲେଙ୍ଗାନା (୮.୧ ପ୍ରତିଶତ) ଏବଂ କର୍ଣ୍ଣାଟକ (୭.୭ ପ୍ରତିଶତ) ସର୍ବାଧିକ ରେମିଟାନ୍ସ ପାଇଛନ୍ତି। 

ହାରାହାରି ୨୬.୫ ପ୍ରତିଶତ ରେମିଟାନ୍ସ ନଗଦ ଆକାରରେ ଆସୁଥିବା ବେଳେ ୭୩.୫ ପ୍ରତିଶତ ଡିଜିଟାଲ କାରବାର ହୋଇଛି। ସାଉଦି ଆରବରୁ ୯୨.୭ ପ୍ରତିଶତ ରେମିଟାନ୍ସ ଡିଜିଟାଲ ରୂପରେ ଆସୁଥିବା ବେଳେ ଦ୍ୱିତୀୟରେ ଅଷ୍ଟ୍ରେଲିଆ (୮୯.୫ ପ୍ରତିଶତ) ଡିଜିଟାଲ ରେମିଟାନ୍ସ ଆସୁଛି। ତେବେ ନଗଦ ଆକାରରେ ଇଟାଲୀରୁ ସର୍ବାଧିକ (୬୫ ପ୍ରତିଶତ) ରେମିଟାନ୍ସ ଆସୁଥିବା ବେଲେ କାନାଡା (୬୦ ପ୍ରତିଶତ) ନଗଦ ଆସୁଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.