ଇଣ୍ଡିଆନ୍ ପ୍ଲେଟ୍‌ରେ ଡିଲାମିନେସନ୍ ପ୍ରକ୍ରିୟା ଆରମ୍ଭ; ଭୌଗୋଳିକ ଆକୃତିରେ ଆସିପାରେ ପରିବର୍ତ୍ତନ, ଦୁଇ ଭାଗ ହେବ ଭାରତ !

Published By : Prameya-News7 Bureau | April 12, 2025 IST

ନୂଆଦିଲ୍ଲୀ: ଭାଙ୍ଗିବ ଭାରତ, ଦୁଇଖଣ୍ଡ ହେବ ବିଶାଳ ଭୂମି । ବାରମ୍ବାର ଭୂମିକମ୍ପ ଦେଉଛି ବିପଦ ସଙ୍କେତ ।  ହିମାଳୟରେ ଲୁଚି ରହିଛି ଭୂକମ୍ପ ଫଲ୍ଟ ଜୋନ୍ । ଭାରତୀୟ ପ୍ଲେଟ୍‌ରେ ଡିଲାମିନେସନ୍ ପ୍ରକ୍ରିୟା ଆରମ୍ଭ ।  ବର୍ଷ ବର୍ଷ ଧରି ସ୍ଥିର ଥିବା ଭାରତୀୟ ଉପ-ମହାଦେଶର ଭୂପୃଷ୍ଠ ଏବେ ଭିତର ପାର୍ଶ୍ବରୁ ଭାଙ୍ଗିବାକୁ ଯାଉଛି । ଇଣ୍ଡିଆନ୍ ପ୍ଲେଟ୍ ଦୁଇ ଭାଗରେ ବିଭକ୍ତ ହେବା ସହିତ ଏହାର ଭୌଗୋଳିକ ଆକୃତିରେ ବଡ଼ ପରିବର୍ତ୍ତନ ଆସିବାର ଆଶଙ୍କା ରହିଛି । ଆମେରିକା ଜିଓଫିଜିକାଲ୍ ୟୁନିୟନରେ ପ୍ରକାଶିତ ଏକ ଆର୍ଟିକିଲ୍ ଏଭଳି କିଛି ଅଭୂତପୂର୍ବ ଚେତାବନୀ ଦିଆଯାଇଛି । ଯାହା ଭାରତର ଭୌଗୋଳିକ ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରୁଛି । ଏହାଛଡ଼ା ଭାରତରେ ଘଟୁଥିବା ବାରମ୍ବାର ଭୂମିକମ୍ପ ବିଷୟରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି ।

ହିମାଳୟ ଭିତରେ ଲୁଚି ରହିଛି ଭୂକମ୍ପୀୟ କ୍ଷେତ୍ରର ବିପଦ । ଫଳରେ ୬୦ନିୟୁତ ବର୍ଷ ଧରି ୟୁରେସିଆନ ପ୍ଲେଟକୁ ଧକ୍କା ଦେଉଛି ଭାରତୀୟ ପ୍ଲେଟ୍ ।ଏହାଦ୍ବାରା "ଡିଲାମିନେସନ୍" ପ୍ରକ୍ରିୟା ଆରମ୍ଭ ହୋଇଛି । ଅର୍ଥାତ୍ ଇଣ୍ଡିଆନ୍ ପ୍ଲେଟ୍‌ର ତଳ ଅଂଶ ପୃଥିବୀର ଆବରଣ ବା ମେଣ୍ଟାଲ୍ ସ୍ତରକୁ ପ୍ରବେଶ କରିବା ସହିତ ପ୍ଲେଟ୍ ମଧ୍ୟରେ ଏକ ଭୂଲମ୍ବ ଫାଟ ସୃଷ୍ଟି ହେଉଛି । ଏହା ଭାରତୀୟ ପ୍ଲେଟ୍‌ର ସ୍ଥିରତାକୁ ପ୍ରଭାବିତ କରିପାରେ ବୋଲି ମତ ଦେଇଛନ୍ତି ୟୁଟ୍ରେକ୍ଟ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱବିତ୍ ଡୋୱେ ଭାନ୍ ହିନ୍ସବର୍ଗେନ । ସେ କହିଛନ୍ତି, ପ୍ଲେଟ୍‌ଗୁଡ଼ିକର ପୃଷ୍ଠରେ କେବଳ ବିଭିନ୍ନ ଘନତ୍ବ ଓ ବୈଶିଷ୍ଟ୍ୟ ନାହିଁ, ବରଂ ଟେକ୍ଟୋନିକ୍ ପରିବର୍ତ୍ତନ ହେଉଥିବାରୁ ଆଭ୍ୟନ୍ତରୀଣ ପ୍ରକ୍ରିୟା ଦ୍ରୁତ ଗତିରେ ବଦଳୁଛି ।

ଅନ୍ୟପଟେ ହିମାଳୟ ସଂଘର୍ଷ କ୍ଷେତ୍ରରେ ଥିବା ଟାକ୍ଟୋନିକ୍ ପ୍ଲେଟରେ ଅନେକ ଫାଟ ରହିଛି । ଏହି ଫଲ୍ଟ ଭୂମିକମ୍ପର ଆଶଙ୍କାକୁ ବୃଦ୍ଧି କରୁଛି ବୋଲି ଭୂତତ୍ତ୍ବ ବିଜ୍ଞାନୀ ସାଇମନ କ୍ଲେମ୍ପେରର୍ କହିଛନ୍ତି। ତେଣୁ ନୂତନ ଭାବେ ହୋଇଥିବା ଡିଲାମିନେସନ୍ ପ୍ରକ୍ରିୟା, ଏହି ଅଞ୍ଚଳରେ ପୃଥିବୀର ଆଭ୍ୟନ୍ତରୀଣ ଚାପକୁ ଆହୁରି ବଢ଼ାଇପାରେ । ଯାହାଫଳରେ ତୀବ୍ର ଏବଂ ବାରମ୍ବାର ଭୂମିକମ୍ପ ଆସିପାରେ । ଏହି ପ୍ରକ୍ରିୟା ତୀବ୍ବତ୍ ପ୍ଲାଟୁରେ ଗଭୀର ଫାଟ ସୃଷ୍ଟି କରିବ ବୋଲି ଆଶଙ୍କା କରିଛନ୍ତି  ଭୂ-ବୈଜ୍ଞାନିକ । ଏହା ଏବେ ପାରମ୍ଭିକ ସ୍ତରରେ ଅଛି । ଏପରି ଜାରି ରହିଲେ ଆଗକୁ ଭାରତୀୟ ଉପମହାଦେଶ ଦୁଇ ଭାଗରେ ବିଭାକ୍ତ ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.