ଆସିଲା How India Gives-2025 ରିପୋର୍ଟ, ବାର୍ଷିକ ହଜାର ହଜାର କୋଟି ଟଙ୍କା ଦାନ କରି ଦେଉଛନ୍ତି ଭାରତୀୟ

NEWS7
indian-railways-latest-facts-electric-engine-runs-on-wire-but-why-it-does-not-became-fade-know-reason

ନୂଆଦିଲ୍ଲୀ ୨୧।୨: ଭାରତରେ ରହୁଥିବା ଲୋକେ ବାର୍ଷିକ ହଜାର ହଜାର କୋଟି ଟଙ୍କା ଦାନ କରି ଦେଉଛନ୍ତି! ଏହି କଥା ଉପରୁ ପ୍ରଥମ ଥର ପର୍ଦ୍ଦା ହଟାଇଛି ‘ହାଓ ଇଣ୍ଡିଆ ଗିଭସ୍-୨୦୨୫’ ରିପୋର୍ଟ। ଲୋକଙ୍କ ଏହି ବ୍ୟକ୍ତିଗତ ଦାନର ୪୯.୯% ଧାର୍ମିକ ସଙ୍ଗଠନଙ୍କୁ ଯାଉଥିବା ବେଳେ ୪୧.୮% ସିଧାସଳଖ ଗରିବ ଓ ଭିକାରୀଙ୍କ ହାତକୁ ଯାଉଛି। ତେବେ ଅଣ ଧାର୍ମିକ ସଙ୍ଗଠନ ପାଖକୁ ମାତ୍ର ୧୪.୯% ଦାନ ପହଞ୍ଚୁଥିବା ଏହି ରିପୋର୍ଟରୁ ଜଣାପଡିଛି। ରିପୋର୍ଟ ଅନୁସାରେ ଦେଶରେ ଦାନର ସବୁଠୁ ବଡ ଆଧାର ସାଧାରଣ ଲୋକଙ୍କ ଘର ବୋଲି କୁହାଯାଇଛି। ଏଣୁ ବାର୍ଷିକ ମୋଟ ଘରୋଇ ଦାନର ପରିମାଣ ପାଖାପାଖି ୫୪ ହଜାର କୋଟି ଟଙ୍କାରୁ ବି ଅଧିକ ବୋଲି କୁହାଯାଇଛି।

ରିପୋର୍ଟ ମୁତାବକ ୬୮% ଲୋକେ କୌଣସି ନା କୌଣସି ରୂପରେ ଦାନ ଦେଉଥିବାର କହିଛନ୍ତି। ସେହିପରି ଦାନରେ ଦିଆଯାଉଥିବା ବିପୁଳ ଖାଦ୍ୟ ମାଗଣାରେ ସାମୂଦାୟିକ ରୋଷେଇ ପର୍ଯ୍ୟନ୍ତ ପହଞ୍ଚେ। ଭାରତରେ ସେବାର ସବୁଠୁ ସାଧାରଣ ସ୍ୱରୂପ ଧାର୍ମିକ ଅନୁଷ୍ଠାନରେ କାମ କରିବା ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ଭାରତର ଘରମାନଙ୍କର ଦୈନିକ ଦାନର ପରିମାଣ, ପ୍ୟାଟର୍ଣ୍ଣ ଓ କାରଣ ମଧ୍ୟ କୁହାଯାଇଛି। କୁହାଯାଇଛି ବିଶ୍ୱର ସବୁଠୁ ଉଦାର ଲୋକେ ହେଉଛନ୍ତି ଭାରତୀୟ। ଏହି ଅଧ୍ୟୟନ ୨୦ ରାଜ୍ୟଙ୍କ ସର୍ଭେ ଉପରେ ଆଧାରିତ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକେ ନଗଦ, ସାମଗ୍ରୀ ରୂପେ ସହାୟତା ଓ ସାମାଜିକ କାମରେ କିପରି ସହଯୋଗ କରନ୍ତି।

ରିପୋର୍ଟ ଅନୁସାରେ ଭାରତରେ ଦୈନିକ ଘରୋଇ ଦାନର ଇକୋ ସିଷ୍ଟମ ବାର୍ଷିକ ପ୍ରାୟ ୫୪ ହଜାର କୋଟି ଟଙ୍କାର। ରିପୋର୍ଟ ଲଞ୍ଚ ଅବସରରେ ସିଏସଆଇପିର ନିର୍ଦ୍ଦେଶକ ତଥା ମୁଖ୍ୟ ଜିନି ଉପ୍ପଲ କହିଛନ୍ତି ଯେ ‘ହାଓ ଇଣ୍ଡିଆ ଗିଭସ୍ ୨୦୨୫-୨୬’ ରିପୋର୍ଟ ଭାରତର ସେହି ଉଦାରତାକୁ ପ୍ରଦର୍ଶିତ କରୁଛି, ଯାହା ଦେଶର ସଂସ୍କୃତି ସହିତ ରହିଛି, ହେଲେ ଏହାକୁ ଏ ପର୍ଯ୍ୟନ୍ତ କେହି ଦେଖି ନାହାନ୍ତି ବା ଅଣଦେଖା କରାଯାଇଛି। ସେ କହିଛନ୍ତି ଯେ ଜାତୀୟ ଖର୍ଚ୍ଚ ତଥ୍ୟ ଆଧାରରେ ବିଶ୍ଲେଷଣ କରାଗଲେ ଏହା ବୁଝାପଡେ ଭାରତୀୟ କିପରି ଦାନ କରନ୍ତି। ଏହା ବି ଜଣାପଡୁଛି ଦେଶର ବିକାଶ ଗତି ସହିତ ଦାନର ପରିଭାଷା କିପରି ବଦଳିଛି।

ଭାରତୀୟ ଲୋକେ ଯେଉଁ ସବୁ ଉପାୟରେ ଦାନ କରନ୍ତି ସେଥିରେ ଖାଦ୍ୟ, ପୋଷାକ, ଜରୁରି ସାମଗ୍ରୀ ରୂପେ ୪୮% ରହିଛି। ଏହା ଛଡା ୪୪% ନଗଦ ଦାନ କରୁଥିବା ବେଳେ , ୩୦% ସେବା ଦାନ କରନ୍ତି। ଦେଶରେ ମାସିକ ୪ହଜାରରୁ ୫ ହଜାର ଟଙ୍କା ଆୟକାରୀ ପରିବାର ମଧ୍ୟ ଦାନ କରିଥାନ୍ତି। ସେହିପରି ଉଚ୍ଚ ଆୟକାରୀଙ୍କ ଭାଗିଦାରୀରେ ଏହି ପରିମାଣ ୭୦-୮୦% ପର୍ଯ୍ୟନ୍ତ ବଢିଯାଏ। ଦେଶର ୯୦% ଲୋକେ ଦାନକୁ କର୍ତ୍ତବ୍ୟ ମନେ କରନ୍ତି। ଏଣୁ ସାମ୍ନା ସାମ୍ନାନି ନିବେଦନ ଦାନର ସବୁଠୁ ବଡ଼ ପ୍ରଭାବୀ ଶୈଳୀ ବୋଲି ଜଣାପଡିଛି।

ରିପୋର୍ଟ ମୁତାବକ ଦେଶରେ ସବୁ ଆୟ ବର୍ଗର ଲୋକେ ଦୈନିକ କିଛି ନା କିଛି ଦାନ କରିଥାନ୍ତି। ସବୁଠୁ କମ ଆୟକାରୀ ମାସିକ ୪-୫ ହଜାର ଆୟରେ ମଧ୍ୟ ଘରର ଅଧା ଲୋକେ ଦାନ କରନ୍ତି। ଆୟ ବୃଦ୍ଧି ସହ ଲୋକଙ୍କ ଏହି ଦାନର ପରିମାଣ ମଧ୍ୟ ବୃଦ୍ଧି ହୁଏ। ରିପୋର୍ଟରେ ଦାନ ଦାତାଙ୍କୁ ୪ ପ୍ରକାରରେ ବିଭାଜିତ କରାଯାଇଛି। ଏଥିରେ ଗ୍ରାସରୁଟ, ଏସ୍ପିରେସନାଲ, ପ୍ରାକ୍ଟିକାଲ ଏବଂ ୱେଲ ଅଫ ଗିଭର୍ସ ଭାବେ ବଣ୍ଟା ଯାଇଛି। ସେଥି ପାଇଁ ପ୍ରେରଣା, ସଚେତନତା, ଦାନ ସହ ଯୋଡି ହେବାର ପସନ୍ଦ ମଧ୍ୟ ପୃଥ ପୃଥକ କୁହାଯାଇଛି।

ଏହା ବି ପଢନ୍ତୁ:-ପୋଷା କୁକୁର ପାଇଁ ଭାଙ୍ଗିଗଲା ବାହାଘର, ମଣ୍ଡପରୁ ଫେରିଗଲେ ଦୁଇ ପକ୍ଷ