ଆମେରିକାରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ, ମେକ୍ସିକୋ ସୀମାରେ କରାଯାଇଥିଲା ଗିରଫ

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ ୧୮।୦୪: ଆମେରିକାରେ ପୁଣି ଥରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ଏଥର କଥାଟି ସାମାନ୍ୟ ଅଲଗା । ମିଳିଥିବା ସୂଚନା ଅନୁଯାୟୀ, ବେଆଇନ ଭାବେ ଆମେରିକା ଆସିଥିବା ଜଣେ ଭାରତୀୟ ନାଗରିକ ଆଟଲାଣ୍ଟାର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ। ଆମେରିକାର ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ (IECE) ବିଭାଗ କହିଛି ଯେ ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟକୁ ୫୭ ବର୍ଷିୟ ଜସପାଲ ସିଂଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିସହ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି।

ICE କହିଛି ଯେ ଜସପାଲ ସିଂ ୧୫  ଏପ୍ରିଲରେ ଆଟଲାଣ୍ଟା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଜସପାଲ ନାମକ ଜଣେ ଭାରତୀୟ ନାଗରିକ ପ୍ରଥମେ ଅକ୍ଟୋବର ୨୫, ୧୯୯୨ ରେ ଆମେରିକାରେ ପ୍ରବେଶ କରିଥିଲେ। ଜାନୁୟାରୀ ୨୧, ୧୯୯୮ ରେ, ଜଣେ ଇମିଗ୍ରେସନ୍ ଜଜ୍ ସିଂଙ୍କୁ ଆମେରିକା ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ, ଏହା ପରେ ସିଂ ସ୍ବେଚ୍ଛାକୃତ ଭାବେ ଭାରତ ଫେରିଥିଲେ। ସିଂ ୨୯ ଜୁନ୍ ୨୦୨୩ ରେ ପୁନର୍ବାର ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କର୍ତ୍ତୃପକ୍ଷ ତାଙ୍କୁ ଆମେରିକା-ମେକ୍ସିକୋ ସୀମାରେ ଗିରଫ କରିଥିଲେ।

ICE ଅନୁଯାୟୀ, ଜସପାଲ ସିଂଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଆଟଲାଣ୍ଟାର ଏନଫୋର୍ସମେଣ୍ଟ ଆଣ୍ଡ ରିମୁଭାଲ ଅପରେସନ୍ସ (ERO) କୁ ହସ୍ତାନ୍ତର କରାଯାଇଥିଲା। ଯେଉଁଠାରୁ ତାଙ୍କୁ ଆଟଲାଣ୍ଟାର ଏକ ବନ୍ଦ କେନ୍ଦ୍ରରେ ରଖାଯାଇଥିଲା। ଆମେରିକାରେ ଯେତେବେଳେ ଜଣେଙ୍କର ହେପାଜତ କେନ୍ଦ୍ରରେ ମୃତ୍ୟୁବରଣ କରନ୍ତି,ତ ସେ ଆମେରିକାର ନାଗରିକ ନଥିଲେ ERO କୁ ଦୁଇ କାର୍ଯ୍ୟଦିବସ ମଧ୍ୟରେ ସଂସଦ, ଏନଜିଓ, ଗଣମାଧ୍ୟମକୁ ଜଣାଇବାକୁ ପଡେ । ସେହି ବ୍ୟକ୍ତିଙ୍କ ସହ ଜଡିତ ବିବରଣୀକୁ ନିଜ ୱେବସାଇଟରେ ସେୟାର କରିବାକୁ ପଡିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.