ବିଜେପିକୁ ନବୀନଙ୍କ ଟାର୍ଗେଟ, କହିଲେ ରାଜ୍ୟସଭା ନିର୍ବାଚନ ପାଇଁ ଦଳ କରୁଛି ଘୋଡ଼ା ବେପାର

NEWS7
indian-army-releases-video-of-air-strike-on-terrorist-hideout

ଭୁବନେଶ୍ୱର ୧୪।୦୩ : ଦିନକ ପରେ ରାଜ୍ୟସଭା ନିର୍ବାଚନ । ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି । ଚାଲିଛି ଆରୋପ, ପ୍ରତ୍ୟାରୋପ ଲଢେଇ । କିଏ କହିଲାଣି ଆମ ବିଧାୟକ ଫୋନ୍ ଉଠାଉନାହାନ୍ତି, ତ ଆଉ କିଏ କହିଲାଣି .. ତାଙ୍କ କଥା ଆମକୁ କାଇଁ ପଚାରୁଛ। ଆଉ ଏବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ଦଳକୁ ଟାର୍ଗେଟ କରିଛନ୍ତି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆଗକୁ ରାଜ୍ୟସଭା ନିର୍ବାଚନ । ଏହାପୂର୍ବରୁ ଆମ ଦଳର ବିଧାୟକ ଏବଂ ନେତାମାନେ ନିର୍ବାଚନ ଅଧିକାରୀଙ୍କ ସହି ଭେଟିବାକୁ ଆସିଥିଲେ । କିପରି ଓ କେଉଁଭଳି ଭାବେ ନିର୍ବାଚନ ହେବ । ସେ ବିଷୟରେ କଥା ହୋଇଛି । ଏହି ଅବସରରେ ରାଜ୍ୟସଭା ନିର୍ବାଚନ ନେଇ ବିଜେପି ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।