ଆତଙ୍କବାଦୀଙ୍କୁ ଦଣ୍ଡ ଦେଲେ ଭାରତୀୟ ସେନା, ପ୍ରତିରକ୍ଷା ମନ୍ତ୍ରୀ କହିଲେ- ଭାରତ ମାତା କି ଜୟ

Published By : Prameya-News7 Bureau | May 07, 2025 IST

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ବଦଲା ନେଇଛି ଭାରତ । ମଙ୍ଗଳବାର ମଧ୍ୟରାତ୍ର ପରେ ପିଓକେର ମୁଜଫରାବାଦ ସହର ଓ ଏହାର ଆଖପାଖ ପାହାଡିଆ ଅଞ୍ଚଳରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିଛନ୍ତି । ଆତଙ୍କବାଦୀଙ୍କ ୯ଟି ଶିବିର ଉପରେ ଏୟାର  ଷ୍ଟ୍ରାଇକ କରି ଉଡାଇ ଦିଆଯାଇଛି । ଭାରତୀୟ ସେନା ଏକ୍ସରେ ପୋଷ୍ଟ କରି ‘ଅପରେସନ ସିନ୍ଦୂର’ର ସୂଚନା ଦେବା ସହ ଲେଖିଛନ୍ତି ନ୍ୟାୟ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ୍ସରେ ପୋଷ୍ଟ କରି ଏହାର ସୂଚନା ମଧ୍ୟ ଦେଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି “ଭାରତ ମାତା କି ଜୟ ।”




ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ପରେ ଏକ୍ସରେ ପୋଷ୍ଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଜୟ ହିନ୍ଦ ! ଜୟ ହିନ୍ଦ ସେନା ! 




ଭାରତୀୟ ସେନାର ଏହି ଅପରେସନ ଉପରେ ୟୁଏସ  ଷ୍ଟେଟ ଡିପାର୍ଟମେଣ୍ଟର ମୁଖପାତ୍ର କହିଛନ୍ତି, ଆମକୁ ଘଟଣା ବିଷୟରେ ସୂଚନା ମିଳିଛି । ତେବେ ବର୍ତ୍ତମାନ ଆମ ପାଖରେ ବିସ୍ତୃତ କୌଣସି ସୂଚନା ନାହିଁ । ଆମେ ଘଟଣାକ୍ରମ ଉପରେ ତୀକ୍ଷ୍ମ ନଜର ରଖିଛୁ । 

ହମଲାର କିଛି ଘଣ୍ଟା ପରେ ଶେହବାଜ ସରିଫ ଏକ୍ସରେ ନିଜର ପ୍ରତିକ୍ରିୟା ଦେଇ ଭାରତର ଏୟାର ଷ୍ଟ୍ରାଇକକୁ ସ୍ୱୀକାର କରିଛନ୍ତି । ଆଉ ଭାରତର ଚାଲାକିକୁ ମଧ୍ୟ ସେ ମାନିଛନ୍ତି । ଶରିଫ ଏକ୍ସରେ ଲେଖିଛନ୍ତି, ଚାଲାକ ଶତ୍ରୁ ପାକିସ୍ତାନର ପାଞ୍ଚ ସ୍ଥାନରେ ହମଲା କରିଛି । ଭାରତ ଦ୍ୱାରା ଥୋପା ଯାଇଥିବା ଏହି ଯୁଦ୍ଧ କୃତ୍ୟର ପୂରା ଜବାବ ଦେବାକୁ ପାକିସ୍ତାନର ଅଧିକାର ରହିଛି । ସମଗ୍ର ଦେଶ ପାକିସ୍ତାନୀ ସଶସ୍ତ୍ର ବଳ ସହିତ ରହିଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.