ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ପ୍ରିମାଚ୍ୟୁର କହି ମାମଲାକୁ ଗ୍ରହଣ କଲେନି ହାଇକୋର୍ଟ

NEWS7
indian-americans-broadly-supportive-of-bidens-india-policy

କଟକ ୨୩।୧୨ : ଓଡ଼ିଶା ବିଧାୟକଙ୍କ ଦରମା ବୃଦ୍ଧି ମାମଲା । ହାଇକୋର୍ଟରେ ଗ୍ରହଣ ହେଲାନାହିଁ ମାମଲା । AGପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ ଯୁକ୍ତି ପରେ ଗ୍ରହଣ କଲେନି ହାଇକୋର୍ଟ। ପ୍ରିମାଚ୍ୟୁର କହି ମାମଲାକୁ ଗ୍ରହଣ କଲେନି ହାଇକୋର୍ଟ। ବିଧିବଦ୍ଧ ବିଜ୍ଞପ୍ତି ହୋଇନଥିବା ଦର୍ଶାଇ ମାମଲା ଗ୍ରହଣୀୟ ହେବନି ବୋଲି କହିଲେ କୋର୍ଟ। ବିଧିବଦ୍ଧ ବିଜ୍ଞପ୍ତି ପରେ ଯାଇ ମାମଲା କରିପାରିବେ ବୋଲି ଆବେଦନକାରୀଙ୍କୁ ଅନୁମତି ଦେଲେ ଉଚ୍ଚ ନ୍ୟାୟାଳୟ।

ହାଇକୋର୍ଟରେ ଏକ ମାମଲା ରୁଜୁ କରି ଆବେଦନକାରୀ ଦର୍ଶାଇଥିଲେ ଯେ, ଓଡ଼ିଶା ବିଧାୟକମାନଙ୍କ ଦରମା ଅନ୍ୟ ସମସ୍ତ ରାଜ୍ୟର ବିଧାୟକମାନଙ୍କ ଅପେକ୍ଷା ଅଧିକ। ଓଡ଼ିଶା ଭଳି ଗରିବ ରାଜ୍ୟରେ ଏଭଳି ଦରମା ବୃଦ୍ଧି କରିବା ଦ୍ବାରା ଅର୍ଥ ବ୍ୟବସ୍ଥା ଉପରେ ଗୁରୁତର ଭାବେ ପ୍ରଭାବ ପଡ଼ିବ। ବହୁ ଜିଲ୍ଲାର ଲୋକେ ରୋଜଗାର ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟ ଋଣ ଜାଲରେ ଛନ୍ଦି ହୋଇପଡ଼ିଛି। ଦରମା ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ। ତେଣୁ ମାନ୍ୟବର କୋର୍ଟ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବାତିଲ୍‌‌ କରିବା ସହ ଏକ ସ୍ୱାଧୀନ ପେ’ କମିସନ ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ​​​​​​​