ଘନେଇଲା ଯୁଦ୍ଧ ଆଶଙ୍କା, ସୀମାରେ ପାକିସ୍ତାନର ତିନି ଲଢୁଆ ଜେଟ୍‌କୁ ମାରି ତଳେ ଖସାଇଲା S-400

Published By : Prameya-News7 Bureau | May 08, 2025 IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଗୁରୁବାର ରାତିରେ ପାକିସ୍ତାନ ଜମ୍ମୁ, ପଠାନକୋଟ ସମେତ ଅନେକ ସହର ଉପରେ ମିସାଇଲରେ ହମଲା କରିଛି। କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ମିସାଇଲକୁ ଆକାଶରେ ମାରି ଖସାଇଛି। ଏହି ସମୟରେ ଭାରତୀୟ ସେନା ପାକିସ୍ତାନର ଗୋଟିଏ ଏଫ-୧୬ ଲଢୁଆ ବିମାନ ଓ ଦୁଇଟି J -17 ବିମାନକୁ ଧ୍ଵଂସ କରିଛି। ପାକିସ୍ତାନର ପ୍ରତିଟି ଦୁଃସାହସର ମୁହଁତୋଡ଼ ଜବାବ ଦେଉଛି ଭାରତ।

ଭାରତୀୟ ସେନାର ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନ ପକ୍ଷରୁ ମାଡ଼ କରାଯାଇଥିବା ୮ ମିସାଇଲକୁ ଆକାଶ ମାର୍ଗରେ ମାରି ନଷ୍ଟ କରି ଦେଇଛି। ସେନା ସୂତ୍ର ଅନୁଯାୟୀ, ଏହି ମିସାଇଲର ଟାର୍ଗେଟ୍‌ରେ ଜମ୍ମୁର ଏୟାରଷ୍ଟ୍ରିପ୍ ରହିଥିଲା। ମାତ୍ର ସଠିକ ସମୟରେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ମିସାଇଲକୁ ନିଷ୍ପ୍ରଭ କରିଛି। ଏହି ସମୟରେ ଏସ-୪୦୦ ପାକିସ୍ତାନର ତିନୋଟି ଲଢୁଆ ଜେଟ୍‌କୁ ମାରି ଖସାଇ ଦେଇଛି। ପାକିସ୍ତାନୀ ଜେଟ୍ ଭାରତୀୟ ବାୟୁ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ଭାରତ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.