୧୯୭୧ଯୁଦ୍ଧରେ ଯେଉଁ ବିମାନଘାଟି ଯୋଗୁ ୨ ଫାଳ ହୋଇଥିଲା ପାକିସ୍ତାନ ତାକୁ ପୁଣି ଚାଲୁ କରିବ ଭାରତ

Published By : Prameya-News7 Bureau | May 29, 2025 IST

ନୂଆଦିଲ୍ଲୀ ୨୯।୫: ଭାରତ ପୂର୍ବୋତ୍ତର ରାଜ୍ୟ ତ୍ରିପୁରାରେ ଥିବା ଐତିହାସିକ କେଲାସହର ବାୟୁସେନା ଘାଟିକୁ ପୁଣି ସକ୍ରିୟ କରିବାକୁ ଯୋଜନା କରୁଛି। ଏହି ପଦକ୍ଷେପ ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ବାଂଲାଦେଶର ଲାଲ ମିନରହାଟ ଏୟାରବେସ୍ କୁ ଅତ୍ୟାଧୁନିକ ସୈନ୍ୟ ଠିକଣାରେ ରୂପାନ୍ତରିତ କରିବାକୁ ଚୀନ୍‌ ସହଯୋଗ କରୁଛି। ଏଥିରେ   କେଲାସହର ଏୟାରବେସ୍ ଭାରତ ଲାଗି ରଣନୈତିକ ରୂପେ ଗୁରୁତ୍ୱପୂର୍ଣ୍ଣ ସିଲିଗୁଡି କରିଡୋରରୁ ମାତ୍ର ୨୦ କିଲୋମିଟର ଦୂରରେ ରହିଛି। 

ସିଲିଗୁଡି କରିଡର ଯାହାକୁ ‘ଚିକେନ ନେକ୍’ ମଧ୍ୟ କୁହାଯାଏ। ପୂର୍ବୋତ୍ତର ରାଜ୍ୟଙ୍କୁ ଅବଶିଷ୍ଟ ଭାରତ ସହ ସଂଯୁକ୍ତ କରିବାକୁ ଏହା ଏକମାତ୍ର ଭୂ- ମାର୍ଗ। ଏହି କ୍ଷେତ୍ରରେ କୌଣସି ପ୍ରକାରର ବିଦେଶୀ ସୈନ୍ୟ ଗତିବିଦ୍ଧି ଭାରତ ନିଜ ସୁରକ୍ଷା ପାଇଁ ବିପଦ ମନେ କରିଥାଏ। କେଲା ସହର ଏୟାରବେସ୍ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ବାୟୁସେନା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏହାକୁ ପୁଣି ଆକ୍ଟିଭ କରିବା ନା କେବଳ ଐତିହାସିକ ଗୁରୁତ୍ୱରୁ ପୁନର୍ଜୀବିତ କରାଯିବ ବରଂ ଏହି ସମ୍ବେଦନଶୀଳ କ୍ଷେତ୍ରରେ ଭାରତକୁ ଏକ ବାୟୁସେନା ବିମାନଘାଟି ମଧ୍ୟ ମିଳିବ। 

କେଲାସହର ଏୟାରବେସ୍ ଆକ୍ଟିଭ ହେଲେ ବାଂଲାଦେଶ ସୀମାରେ ଓ ସିଲିଗୁଡି କରିଡୋରରେ ତ୍ୱରିତ ସାମରିକ କାର୍ଯ୍ୟାନୁଷ୍ଠାନ ଦେଖରେଖ ଓ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିବ। ଏଥିରୁ ଚୀନ୍ କୁ ସ୍ପଷ୍ଟ ବାର୍ତ୍ତା ମିଳିବ ଭାରତ ନିଜ କ୍ଷେତ୍ରରେ ରଣନୈତିକ ସ୍ଥିତିକୁ ଦୁର୍ବଳ ହେବାକୁ ଦେବ ନାହିଁ। ଏହି ବାୟୁସେନା ଘାଟି କ୍ଷେତ୍ରରେ ଭାରତର ପ୍ରତିରକ୍ଷା କ୍ଷମତାକୁ ମଜଭୁତ କରିବ ଓ ପୂର୍ବୋତ୍ତର ରାଜ୍ୟଙ୍କ ସୁରକ୍ଷାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରିବ। 

ତେବେ ଚୀନ ବାଂଲାଦେଶରେ ଲାଲ ମିନରହାଟ ଏୟାରବେସ୍ କୁ ଆଧୁନିକରଣ କରିବା ଦକ୍ଷିଣ ଏସିଆରେ ତାର ‘ଷ୍ଟ୍ରିଙ୍ଗ ଅଫ ପର୍ଲସ୍’ ରଣନୀତିର ଅଂଶବିଶେଷ। ଏହା ଦ୍ୱାରା ଚୀନ ଭାରତର ଚାରିପାଖରେ ସୈନ୍ୟ ଓ ଆର୍ଥିକ କ୍ଷମତା ବଢାଇବାକୁ ଉଦ୍ୟମ କରୁଛି। ଏହା ସହିତ ଚୀନ୍ ବାଂଲାଦେଶକୁ ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର ପ୍ରଣାଳୀ ଓ ନୌସୈନିକ ଉପକରଣ ପ୍ରଦାନ କରୁଛି, ଯାହା ଏବେ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଥିରେ ଭାରତ କେଲା ସହର ଏୟାରବେଶକୁ ସକ୍ରିୟା କରିବା ସିଲିଗୁଡି କରିଡୋର ଆଖପାଖରେ ବଢୁଥିବା ଭୂ-ରାଜନୈତିକ ପ୍ରତିଯୋଗୀତାକୁ ପ୍ରଦର୍ଶିତ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.