LIVE TV
LIVE TV

ମିଳିବନି କ୍ଷମା ! ଜୁଆ ଖେଳି ଧରାପଡ଼ିଲେ ଗଣିବେ ମୋଟା ଆଙ୍କର ଜୋରିମାନା

NEWS7
india-will-change-the-names-of-30-places-in-tibet

ଭୁବନେଶ୍ଵର: ଜୁଆ ଖେଳ ରୋକିବାକୁ ନୂଆ ଆଇନ ଆଣିବାକୁ ଯାଉଛନ୍ତି ସରକାର। ଜୁଆ ଖେଳି ଧରାପଡ଼ିଲେ ଗଣିବେ ମୋଟା ଆଙ୍କର ଜୋରିମାନା। ପୂର୍ବରୁ ଥିବା ଜୋରିମାନା ରାଶି ବଢ଼ାଇଲେ ସରକାର।ପୂର୍ବରୁ ଥିବା ଜୋରିମାନା ୧୦୦ ଟଙ୍କାକୁ ୨୫ ହଜାର, ୧ ହଜାର ଟଙ୍କାକୁ ୭୫ ହଜାରକୁ ବୃଦ୍ଧି କଲେ ସରକାର।

ତେବେ ବିଧାନସଭାରେ ଆଗତ ହୋଇଥିବା ବିଲ ପାରିତ ଅପେକ୍ଷାରେ। ସର୍ବସାଧାରଣ ବଜାର, ମେଳା, ରାସ୍ତାରେ କୌଣସି ପ୍ରକାର ଜୁଆ ଖେଳକୁ ବରଦାସ୍ତ କରାଯିବନି । କୌଣସି ପଶୁ ପକ୍ଷୀଙ୍କୁ ଲଢ଼େଇ ପାଇଁ ବ୍ୟବହାର କରୁଥିବା ବ୍ୟକ୍ତି ଏବଂ ଲଢେଇରେ ସାହାଯ୍ୟ କରୁଥିବା ବ୍ୟକ୍ତି ଗଣିବେ ଜୋରିମାନା। ଏଣିକି ସରକାରଙ୍କ ଯେକୌଣସି ଅଧିକାରୀ ଏସବୁ ଖେଳରେ ସମ୍ପୃକ୍ତି ଥିବା ଏବଂ ପ୍ରବର୍ତ୍ତାଉ ଥିବା ବ୍ୟକ୍ତିଙ୍କୁ ବିନା ବିଳମ୍ବରେ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରିପାରିବେ।