ବଲିଉଡ୍‌ ସୁପରଷ୍ଟାରଙ୍କ ବଢିଲା ଅଡୁଆ, କଳାହାଣ୍ଡି ଖାଉଟି ଅଦାଲତରେ ମାମଲା

NEWS7
india-will-also-weigh-heavily-on-england-in-the-fourth-test-as-will-the-motera-pitch

କଳାହାଣ୍ଡି ୧୬/୦୧: ବଢିଲା ଦୁଇ ସୁପରଷ୍ଟାରଙ୍କ ଅଡୁଆ । ମୃଦୁ ପାନୀୟ ମାଉଣ୍ଟେନ ଡିଉ ବିଜ୍ଞାପନକୁ ନେଇ ଫିଲ୍ମ ଅଭିନେତା ସାଲମାନ ଖାନ, ହ୍ରିତିକ ରୋଶନ,ପେପ୍ସିକୋ ବିଜ୍ଞାପନ କାଉନ୍ସିଲ ବିରୋଧରେ ମାମଲା ରୁଜୁ ହୋଇଛି । କଳାହାଣ୍ଡି ଜିଲ୍ଲାରେ ଖାଉଟି ଅଦାଲତରେ ରୁଜୁ ହୋଇଛି । ଖରିଆରର ଦୀପକ ଦୁବେ ଏହି ଅଭିଯୋଗ ଜରିଛନ୍ତି ।

ସୂଚନା ଥାଉକି, ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ମାଉଣ୍ଟେନ ଡିଉ ବିଜ୍ଞାପନ ଦେଖି ଏହି କୋଲଡ୍ରିଙ୍କୁ କିଣିବା ପାଇଁ ତାଙ୍କୁ ବାଧ୍ୟ କରିଥିଲା । ଏହା ପିଇବା ପରେ ଦୌଡ଼ରେ ଭାଗ ନେଲେ ବିଜୟ ସୁନିଶ୍ଚିତ ଓ ଦେହରେ ଶକ୍ତି ବଢ଼ିବା ବିଜ୍ଞାପନରୁ ପ୍ରଭାବିତ ହୋଇଥିଲେ ମାତ୍ର ଏହା ଭୁଲ୍ ପ୍ରମାଣିତ ହୋଇଥିବା ତାଙ୍କ ପୁଅ ଅଭିଯୋଗ କରିଥିଲେ ।

ବିଜ୍ଞାପନରେ ସଲମନ ଖାନ ଓ ହ୍ରିତିକ ରୋଶନ ଅଭିନୟ କରିଥିବା ଯୋଗୁଁ ଏହାର ପ୍ରଭାବ ଶିଶୁମାନଙ୍କ ଉପରେ ପଡୁଛି । ଏନେଇ କଳାହାଣ୍ଡି ଖାଉଟି ଅଦାଲତରେ ସେ ଫିଲ୍ମ ଅଭିନେତା ସଲମନ ଖାନ, ହ୍ରିତିକ୍ ରୋଶନ, ମୃଦୁପାନୀୟ କମ୍ପାନି ପେପ୍ସି.କୋ ବିଜ୍ଞାପନ କାଉନସିଲ ବିରୋଧରେ ଅଭିଯୋଗ କରିଥିଲେ ।

ଗତ ୨୨ ତାରିଖରେ ଏହାର ପ୍ରଥମ ଶୁଣାଣି ହୋଇଥିବା ବେଳେ ଜାନୁଆରି ୧୯ ତାରିଖରେ ଦ୍ଵିତୀୟ ଶୁଣାଣି ହେବ ବୋଲି ସୂଚନା ମିଳିଛି । ଅଭିଯୋଗକାରୀ କ୍ଷତିପୂରଣ ବାବଦକୁ ମାତ୍ର ଏକଟଙ୍କା ଦାବି ରଖିଥିବା ବେଳେ ବିଜ୍ଞାପନ କାଉନସିଲ ପାଇଁ ଓକିଲ ଅମିତ ଜୈନ, ଫିଲ୍ମ ଅଭିନେତା ସଲମନ ଖାନଙ୍କ ପାଇଁ ଅନୀଷ ପଟ୍ଟନାୟକ,ହ୍ରିତିକ ରୋଶନ ଓ ପେପ୍ସିକୋ ପାଇଁ କୁନାଲ ବେହେରା ଆଣ୍ଡ ଆସୋସିଏଟ୍ସ ମାମଲା ପରିଚାଳନା କରୁଛନ୍ତି ।