ଆମେରିକା-ଇରାନ ଯୁଦ୍ଧରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, AI ନିର୍ଦ୍ଧାରଣ କରିଥିଲା ଆକ୍ରମଣର ଟାର୍ଗେଟ୍?

NEWS7
india-vs-south-africa-ଭାରତକୁ-୨୫୦-ଟାର୍ଗେଟ୍-ଦ

ନୂଆଦିଲ୍ଲୀ ୨।୩: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଜାରିରହିଛି। ଏହି ଯୁଦ୍ଧରେ ଇରାନ ସୁପ୍ରିମ ଲିଡର ଅୟାତୋଲ୍ଲା ଅଲି ଖେମେନିଙ୍କୁ ଆମେରିକା ଏୟାର ରେଡରେ ହତ୍ୟା କରିଛି। ଏବେ ଜଣାପଡିଛି ଆମେରିକା ଏହି ଆକ୍ରମଣ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲସର ସହାୟତା ନେଇଥିଲା, ଯାହା ଦର୍ଶାଉଛି ଏବେ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ର ଅଥବା ସୈନ୍ୟ ବଳରେ ଲଢା ଯାଉନି ବରଂ ଏଆଇ ଆଧୁନିକ ଡିଫେନ୍ସ ଷ୍ଟ୍ରାଟେଜିର ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି। ଦି ଗାର୍ଡିଆନ ରିପୋର୍ଟ ଅନୁସାରେ ଇରାନ ଉପରେ ଆମେରିକା କରିଥିବା ଆକ୍ରମଣରେ ଆନ୍ଥ୍ରୋପିକ୍ ର ଏଆଇ ମଡେଲ କ୍ଲାଉଡେ ଉପଯୋଗ କରିଥିଲା।

ତେବେ ଖାସ କଥା ଯାହା ଏହା ସେହି ସମୟରେ ଉପଯୋଗ ହୋଇଥିଲା ଯେତେବେଳେ କିଛି ଘଣ୍ଟା ପୂର୍ବରୁ ଆମେରିକା ରାଷ୍ଟ୍ରପତି ସରକାରୀ ଏଜେନ୍ସୀଙ୍କୁ ଏହି ଏଆଇ ସହ ସବୁ ପ୍ରକାରର ସମ୍ପର୍କ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ଏହା ସ୍ପଷ୍ଟ କରିଦେଉଛି ଆଜି ଏଆଇ କେବଳ ଏକ ସୁବିଧା ନୁହେଁ ବରଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ମଧ୍ୟ ସାମିଲ ହୋଇ ପାରୁଛି। ରିପୋର୍ଟସ ଅନୁସାରେ ଆମେରିକୀୟ ସୈନ୍ୟ କମାଣ୍ଡ କ୍ଲାଉଡେ ଏଆଇକୁ ୩ଟି ବଡ଼ କାମ ପାଇଁ ବ୍ୟବହାର କରିଛନ୍ତି।

ମାମଲା ଏଥି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଏଆଇ କମ୍ପାନୀ ଆନ୍ଥ୍ରୋପିକ୍ ପୂର୍ବରୁ ସ୍ପଷ୍ଟ କରିଥିଲା ଯେ ତା ମଡେଲର ବ୍ୟବହାର ହିଂସକ ଗତିବିଦ୍ଧିରେ ଯେପରି ଉପଯୋଗ ନହୁଏ । ଏହି ପ୍ରସଙ୍ଗକୁ ନେଇ ଏବେ ଆମେରିକା ସରକାର ଓ କମ୍ପାନୀ ମଧ୍ୟରେ ବିବାଦ ବଢି ଯାଇଛି। ଏହା ସତ୍ତ୍ୱେ ସୈନ୍ୟ ସିଷ୍ଟମରୁ ଏବେ ଏଆଇକୁ ହଟାଇବା ସମ୍ଭବ ନୁହେଁ, କାରଣ ଏହି ଟେକ୍ନୋଲଜି ପୂର୍ବରୁ ଅପରେସନ ନେଟୱାର୍କରେ ସାମିଲ ହୋଇସାରିଛି। ଏହି କାରଣରୁ ଏଆଇ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ବଦଳେ ଟ୍ରାଞ୍ଜିସନ ପିରିୟନ ଦେବା କଥା ଏବେ ସାମ୍ନାକୁ ଆସୁଛି। ଏହି ପିରିୟଡ କାଳରେ ଇରାନକୁ ଟାର୍ଗେଟ୍ କରାଯାଇଛି। ଏହା ସହିତ ଏବେ ଏହି ପ୍ରଶ୍ନ ମଧ୍ୟ ଉଠୁଛି ଶକ୍ତିଶାଳୀ ହେଉଥିବା ଟେକ୍ନୋଲଜି ଉପରେ କେତେ ଭରସା କରାଯାଇ ପାରିବ ଓ କେତେ ନୁହେଁ।