ଗଲ୍ଫ ଦେଶରେ ଯୁଦ୍ଧ ସ୍ଥିତି : UAE ଜାହାଜ ଉପରେ ସାଉଦିର ଏୟାର ଷ୍ଟ୍ରାଇକ୍, କଥା ନମାନିଲେ ଆଗକୁ ଭୟଙ୍କର ଆକ୍ରମଣ

NEWS7
india-vs-south-africa-ଭାରତକୁ-୨୫୦-ଟାର୍ଗେଟ୍-ଦ

ରିୟାଦ,୩୦/୧୨ : ୟୁଏଇ ଏବଂ ସାଉଦି ଆରବ ମଧ୍ୟରେ ବଢିଲା ତିକ୍ତତା । ଯୁଦ୍ଧମୁହାଁ ଦୁଇ ମୁସଲିମ ଦେଶ । ୟେମେନ ବନ୍ଦରରେ ୟୁଏଇରୁ ଆସିଥିବା ଏକ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଜାହାଜରେ ସାଉଦିର ଏୟାର ଷ୍ଟ୍ରାଇକ୍ ପରେ ଦୁଇ ଦେଶର ସମ୍ପର୍କରେ ଅସ୍ଥିରତା ଦେଖାଦେଇଛି । ୟେମେନର ବିଦ୍ରୋହୀ ଗୋଷ୍ଠୀଙ୍କ ପ୍ରତି ୟୁଏଇ ଦେଖାଉଥିବା ସମର୍ଥନ ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ସାଉଦି ଆରବ କହିଛି ।

ସାଉଦିର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ୟୁଏଇର କାର୍ଯ୍ୟକଳାପ ବିପଜ୍ଜନକ । ୨୪ ଘଣ୍ଟା ମଧ୍ୟରେ ୟେମେନରୁ ସାଉଦି ନିଜର ସୈନ୍ୟ ପ୍ରତ୍ୟାହାର କରିନେବା ଦରକାର । ୟେମେନରେ ୟୁଏଇ ଯାହା କରୁଛି ତାହା ସାଉଦି ପାଇଁ ଶୁଭଙ୍କର ନୁହେଁ । ଗଣତନ୍ତ୍ର ପାଇଁ ମଧ୍ୟ ୟୁଏଇ ବିପଦ ସୃଷ୍ଟି କରୁଛି ।

ଆହୁରି ମଧ୍ୟ ସାଉଦି କହିଛି ଯେ, ୨୪ ଘଣ୍ଟା ମଧ୍ୟରେ ୟୁଏଇ ତୁରନ୍ତ ୟେମେନରୁ ସୈନ୍ୟ ଅପସାରଣ କରୁ । ଏହାସହ ସେଠାରେ କୌଣସି ଦଳକୁ ସାମରିକ କିମ୍ବା ଆର୍ଥିକ ସହୟତା ପ୍ରଦାନ ନକରୁ । ଯଦି ୟୁଏଇ ଆଗକୁ ସାଉଦିର ଦାବି ନମାନେ ତେବେ ପରସ୍ଥିତି ଭୟଙ୍କର ହୋଇପାରେ ।

ସାଉଦି ଅଭିଯୋଗ କରିଛି ଯେ, ୟୁଏଇରୁ ଅସ୍ତ୍ରଶସ୍ତ୍ର ନେଇ ଏକ ଜାହାଜ ଅଲ ଫୁଜାଇରା ବନ୍ଦରରୁ ୟେମେନର ଅଲ୍ ମୁକାଇଲା ଅଭିମୁଖେ ଯାତ୍ରା କରୁଥିଲା । ଏଥିପାଇଁ କୌଣସି ଅନୁମତି ନିଆଯାଇ ନାହିଁ । ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଚାଲାଣ କରାଯାଉଛି । ଯଦି ଆଗକୁ ୟୁଏଇ କିଛି ବିପଦ ସୃଷ୍ଟି କରେ ତାହାଲେ କଡା ଜବାବ ଦିଆଯିବ । ସମସ୍ତ ପ୍ରକାର ଧମକ ଏବଂ ବିପଦକୁ ସାମ୍ନା କରାଯିବ ।

ସାଉଦି ମେଣ୍ଟର ଆକ୍ରମଣ

ମଙ୍ଗଳବାର ସାଉଦି ସମର୍ଥିତ କିଛି ଦେଶ ୟେମେନ ବନ୍ଦରରେ ଥିବା ଦୁଇଟି ଜାହାଜରେ ଆକାଶରୁ ବୋମାମାଡ କରିଥିଲେ । ଜାହାଜରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଥିବା କୁହାଯାଉଛି । ସମସ୍ତ ମାନବାଧିକାରରୁ ସମ୍ମାନ ଦେଇ ଆକ୍ରମଣ କରାଯାଇଥିଲା । ଏହାଦ୍ୱାରା ଆଖପାଖର ଅଞ୍ଚଳ କିମ୍ବା ଲୋକଙ୍କ କୌଣସି କ୍ଷତି ହୋଇନଥିବା ସାଉଦିର ଅନେକ ଗଣମାଧ୍ୟମ ପ୍ରକାଶ କରିଛନ୍ତି ।

ଅନ୍ୟଦିଗରେ ୟେମେନରେ ବଢୁଥିବା ଅସ୍ଥିରତା ଏବଂ ବିଛିନ୍ନତାବାଦୀ ନେତାଙ୍କ ଉତ୍ଥାନ ପାଇଁ ଜରୁରୀକାଳିନ ସ୍ଥିତି ଜାରି କରାଯାଇଛି । ୟୁଏଇ ଦକ୍ଷିଣ ୟେମେନରେ ସ୍ୱାଧିନ ରାଷ୍ଟ୍ର ଦାବି କରୁଥିବା ଏସଟିସି ଗୋଷ୍ଠୀକୁ ସମର୍ଥନ କରୁଛି । ଅନ୍ୟ ଦିଗରେ ସାଉଦି ୟେମେନ ସରକାରଙ୍କ ସମର୍ଥନରେ ରହିଛି ।