ମୁମ୍ବାଇ ୟୁନିଭର୍ସିଟି ଇଭେଣ୍ଟରୁ ଶେଷ ମୁହୂର୍ତ୍ତରେ ହଟିଲେ ନଶିରୁଦ୍ଦିନ ଶାହ, ଜାଣନ୍ତୁ କ’ଣ କହିଲେ ଅଭିନେତା?

NEWS7
india-vs-australia-2nd-test-day-3-updates-delhi-match-scoreଚ

ମୁମ୍ବାଇ ୫।୨: ଦିଗଜ ବଲିଉଡ ଅଭିନେତା ନଶିରୁଦ୍ଦିନ ଶାହ ପୁଣି ଥରେ ଖବରକୁ ଆସିଛନ୍ତି। ଅଭିନେତା କହିଛନ୍ତି ଯେ ତାଙ୍କୁ ନିକଟରେ ମୁମ୍ବାଇ ୟୁନିଭର୍ସିଟି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଥିଲା। ହେଲେ ତାଙ୍କୁ ଶେଷ ମିନିଟ୍ ରେ ଇଭେଣ୍ଟକୁ ଆସିବାକୁ ମନା କରାଯାଇଥିଲା। ପରେ ତାଙ୍କ ଉପରେ ଦୋଷାରୋପ କରାଯାଇଥିଲା ଯେ ସେ ଇଭେଣ୍ଟକୁ ଆସିବାକୁ ମନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଅଭିନେତାଙ୍କୁ ମୁମ୍ବାଇ ୟୁନିଭର୍ସିଟିର ‘ଜସ୍ନ-ଏ-ଉର୍ଦ୍ଦୂ’ ଇଭେଣ୍ଟକୁ ଆମନ୍ତ୍ରଣ କରାଯାଇଥିଲା।

ଏଠାରେ ସେ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥାନ୍ତେ ଏଥି ପାଇଁ ଅଭିନେତା ବେଶ୍ ଉତ୍ସାହିତ ଥିଲେ। ସେ କହିଛନ୍ତି ଯେ ଟିଚିଂ ଓ ଉଦୟମାନ ଅଭିନେତାଙ୍କୁ ସେ ମେଣ୍ଟର କରନ୍ତି, ଏହି କାର୍ଯ୍ୟରେ ତାଙ୍କର ୪ ଦଶନ୍ଧୀର ଅଭିଜ୍ଞତା ରହିଛି। ହେଲେ ୩୧ ଜାନୁୟାରୀ ରାତିରେ ତାଙ୍କୁ କୁହାଗଲା କାଲି ଯେଉଁ ଇଭେଣ୍ଟ ହେବ ସେଠିକୁ ଆପଣଙ୍କର ଆସିବାର ନାହିଁ। ହେଲେ ପରେ ତାଙ୍କ ଉପରେ ଆରୋପ ଲଗାଗଲା ଯେ ଅଭିନେତା କାର୍ଯ୍ୟକ୍ରମକୁ ଆସିବାକୁ ମନା କରିଛନ୍ତି। ନଶିରୁଦ୍ଦିନ ଶାହ କହିଛନ୍ତି ଯେ ଏଥି ପାଇଁ ପରେ ତାଙ୍କୁ କ୍ଷମାନିବେଦନ ମଧ୍ୟ କରାଯାଇ ନାହିଁ।

ଇଣ୍ଡିଆନ ଏକ୍ସପ୍ରେସ୍ ସ୍ତମ୍ବରେ ଅଭିନେତା ଉଲ୍ଲେଖ କରିଛନ୍ତି ଯେ ‘ସବୁ ମାମଲାରେ ଖୋଲାଖୋଲି ରାୟ ରଖୁଥିବାରୁ ତାଙ୍କ ଇଭେଣ୍ଟ କ୍ୟାନସଲ ହୋଇଛି’। ନଶିରୁଦ୍ଦିନ ଶାହ କହିଛନ୍ତି ଯେ ସେ ନିଜକୁ ‘ବିଶ୍ୱଗୁରୁ’ କହୁଥିବା ଲୋକଙ୍କ ସେ ତାରିଫ କରନ୍ତିନି। ଏହା ଛଡା ସେମାନେ ଯେଉଁ ଢଙ୍ଗରେ ନିଜକୁ ଉପସ୍ଥାପନ କରନ୍ତି ତାକୁ ମୁଁ ସମାଲୋଚନା କରିଥାଏ। ସେମାନଙ୍କ ଗର୍ବ ମୋତେ ଭଲ ଲାଗେନି, ଗତ ୧୦ ବର୍ଷରେ ସେମାନେ କରିଥିବା କୌଣସି କାମ ମୋତେ ପ୍ରଭାବିତ କରି ନାହିଁ। ମୁଁ ପ୍ରାୟତଃ ଶାସନରେ ଥିବା ସରକାରଙ୍କ ସମାଲୋଚନା କରିଥାଏ ଓ ଏହି କାମ ଆଗକୁ ବି ଜାରି ରଖିବି। ସ୍ତମ୍ବ ଶେଷରେ ସେ ଲେଖିଛନ୍ତି ଯେ ‘ଏହା ସେହି ଦେଶ ନୁହେଁ ଯେଉଁଠି ମୁଁ ଲାଳିତପାଳିତ ଓ ବଡ଼ ହୋଇଛି, ଯିଏ ମୋତେ ଭଲପାଇବା ଶିଖାଇଛି’

ଏହା ବି ପଢନ୍ତୁ:-ନର୍ଥ ଇଣ୍ଡିଆନ୍ କେବଳ ସଫେଇ କରନ୍ତି, ପାଣିପୁରୀ ବିକନ୍ତି; ତାମିଲନାଡୁର ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିବାଦ