India-UK trade deal: ଭାରତୀୟ ସ୍ମାର୍ଟଫୋନ୍, ଅପ୍ଟିକାଲ ଫାଇବର କେବୁଲ ଓ ଇନଭେଟର୍ସ ଉପରେ ବ୍ରିଟେନରେ ଲାଗିବନି ଶୁଳ୍କ

Published By : Prameya-News7 Bureau | July 24, 2025 IST

internet

ନୂଆଦିଲ୍ଲୀଭାରତ ଏବଂ ୟୁକେ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇଛି। ଦୁଇ ଦେଶ ପରସ୍ପରର ସର୍ତ୍ତ ଉପରେ ରାଜି ହୋଇ ଡିଲ୍ ଫାଇନାଲ୍ କରିଛନ୍ତି। ମୁକ୍ତ ବାଣିଜ୍ୟ ଚୁକ୍ତି ଅନୁଯାୟୀ ଭାରତ ବ୍ରିଟେନକୁ ଯେଉଁ ସ୍ମାର୍ଟଫୋନ୍, ଅପ୍ଟିକାଲ୍ ଫାଇବର କେବୁଲ୍ ଏବଂ ଇନଭର୍ଟର ଆଦି ରପ୍ତାନୀ କରିବ ସେଥିରେ ବ୍ରିଟେନ କୌଣସି ଶୁଳ୍କ ଲାଗୁ କରିବ ନାହିଁ। ଭଳରେ ବ୍ରିଟେନ୍‌ରେ ଏହିସବୁ ଭାରତୀୟ ସାମଗ୍ରୀ ଶସ୍ତା ହେବା ସହିତ ଭାରତୀୟ ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ପାଇଁ ଏହା ଏକ ବଡ଼ ପ୍ରୋତ୍ସାହନ ହେବ। ଏହା ବ୍ୟତୀତ, ଏଫ୍‌ଟିଏ ଭାରତୀୟ ସଫ୍ଟୱେର୍ କମ୍ପାନୀଗୁଡ଼ିକ ପାଇଁ ସମ୍ଭାବନା ଆଣିପାରେ। କାରଣ ତାଲିକାରେ ଆଇଟି ଏବଂ ଆଇଟି-ସକ୍ଷମ ସେବାଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି।

ଏନେଇ ଜଣେ ଅଧିକାରୀ ପିଟିଆଇକୁ ସୂଚନା ଦେଇ କହିଛନ୍ତି “ଶୂନ୍ୟ-ଶୁଳ୍କ ଦ୍ୱାରା ଇଲେକ୍ଟ୍ରୋନିକ୍ ଉତ୍ପାଦର ରପ୍ତାନୀ ବଢ଼ିବ ବୋଲି ଆଶା କରାଯାଉଛି। ସ୍ମାର୍ଟଫୋନ୍, ଅପ୍ଟିକାଲ୍ ଫାଇବର କେବୁଲ୍ ଏବଂ ଇନଭର୍ଟର ଆଦି ସାମଗ୍ରୀ ୟୁକେ ବଜାରରେ ଭାରତର ଉପସ୍ଥିତି ସୁଦୃଢ଼ କରିବ," ସଫ୍ଟୱେର୍ ଏବଂ ଆଇଟି-ସକ୍ଷମ ସେବା ପାଇଁ ୟୁକେର ଦୃଢ଼ ପ୍ରତିବଦ୍ଧତା ଭାରତୀୟ ଫାର୍ମଗୁଡ଼ିକୁ ନୂଆ ବଜାରରେ ପ୍ରବେଶ କରିବାରେ ସାହାଯ୍ୟ କରିପାରିବ। ଏହି କ୍ଷେତ୍ର ବାର୍ଷିକ ୧୫-୨୦ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି। ୨୦୨୪-୨୫ ରେ ରପ୍ତାନି ମୂଲ୍ୟ ୩୨ ବିଲିୟନ ଡଲାର ରହିଥିଲା। 


ତେବେ ଏହି ଚୁକ୍ତିରେ ଭାରତରେ ମଧ୍ୟ କିଛି ବ୍ରିଟେନ୍ ସାମଗ୍ରୀ ଶସ୍ତା ହେବ। ସ୍କଚ୍ ମଦ, କସମେଟିକ ସାମଗ୍ରୀ, ଚୋକୋଲେଟ ଓ ଇଲେକ୍ଟ୍ରିକ ଗାଡି ଶସ୍ତା ହେବ। କାରଣ ଭାରତ ୯୦% ବ୍ରିଟିଶ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିବ। ଏଥିରେ ରହିଛି...

• ସ୍କଚ୍ ହ୍ୱିସ୍କି: ଆମଦାନୀ ଶୁଳ୍କ ତୁରନ୍ତ ୧୫୦% ରୁ ୭୫% କୁ ହ୍ରାସ ପାଇବ, ଏବଂ ୧୦ ବର୍ଷ ମଧ୍ୟରେ ୪୦% କୁ ହ୍ରାସ ପାଇବ।

• ଇଲେକ୍ଟ୍ରିକ ଗାଡି: ଏକ କୋଟା ମଧ୍ୟରେ ଶୁଳ୍କ ୧୧୦% ରୁ ୧୦% କୁ ହ୍ରାସ।

• ପ୍ରସାଧନ ସାମଗ୍ରୀ, ଚକୋଲେଟ୍, ବିସ୍କୁଟ, ମେଣ୍ଢା ମାଂସ, ସାଲମନ, ମୃଦୁ ପାନୀୟ ଏବଂ ଚିକିତ୍ସା ଉପକରଣ ମଧ୍ୟ ଅଧିକ ସୁଲଭ ହେବ।

ୟୁକେ ଆମଦାନୀ ଉପରେ ହାରାହାରି ଶୁଳ୍କ ୧୫% ରୁ ୩% କୁ ହ୍ରାସ ପାଇବ, ଯାହା ପ୍ରିମିୟମ୍ ୟୁକେ ବ୍ରାଣ୍ଡଗୁଡ଼ିକୁ ଭାରତୀୟ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ମିଳିପାରିବ।


ଭାରତ ପାଇଁ ଏହି ଡିଲ୍‌ ଅନେକ ଅର୍ଥରେ ଗେମ୍‌ଚେଞ୍ଜର କୁହାଯାଉଛି। ଚୁକ୍ତିନାମା ଅନୁସାରେ ଭାରତୀୟ ରପ୍ତାନକାରୀମାନଙ୍କୁ ୯୯ପ୍ରତିଶତ ଉତ୍ପାଦ ଉପରେ ବ୍ରିଟେନରେ ବିନା ଶୁଳ୍କରେ ଏଣ୍ଟ୍ରି ମିଳିବ। ଏଥିରେ ପାଖାପାଖି ୨୩ ବିଲିୟନ ଡଲାରର ବାଣିଜ୍ୟ ସୁଯୋଗ ଖୋଲିବାର ଆଶା କରାଯାଉଛି। ସରକାରଙ୍କ ମୁତାବିକ , ଏଥିରେ ଭାରତର ବୟନ , ଚମଡ଼ା ,ଜୋତା , ଅଳଙ୍କାର , ଖେଳନା ଓ ସାମୁଦ୍ରିକ ଉତ୍ପାଦରେ କାମ କରୁଥିବା କାରିଗର ,ବୁଣାକାର ଓ ଦିନ ମଜୁରିଆମାନଙ୍କୁ ସିଧାସଳଖ ଲାଭ ମିଳିବ। ଏମଏସଏମଇ କ୍ଷେତ୍ରର ଲକ୍ଷ ଲକ୍ଷ ୟୁନିଟ୍‌ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ। ଏହି ଚୁକ୍ତିରେ ୯୫ ପ୍ରତିଶତ କୃଷି ଉତ୍ପାଦ ଏବେ ବିନା କୌଣସି ଶୁକ୍ଳରେ ବ୍ରିଟେନରେ ରପ୍ତାନୀ କରାଯାଇ ପାରିବ। ଅନ୍ୟପଟେ ମତ୍ସଜୀବୀଙ୍କୁ ୯୯ପ୍ରତିଶତ ସାମୁଦ୍ରିକ ଉତ୍ପାଦ ଉପରେ ଶୂନ୍ୟ ଶୁଳ୍କ ପାଇବା ଦ୍ୱାରା ତାଙ୍କର ଆମଦାନୀରେ ବୃଦ୍ଧି ହେବାର ଆଶା କରାଯାଉଛି।

ସେହିପରି ଏଫ୍‌ଟିଏ ଚୁକ୍ତିରେ ଭାରତ ମଧ୍ୟ ବ୍ରିଟେନ୍‌ ସାମଗ୍ରୀ ଉପରେ ୯୦% ଶୁଳ୍କ ହ୍ରାସ କରିବ। ୟୁକେ ଉତ୍ପାଦ ଉପରେ ଏହାର ହାରାହାରି ଶୁଳ୍କ ୧୫% ରୁ ୩% କୁ ହ୍ରାସ ପାଇବ। ବ୍ରିଟେନ୍‌ର ସ୍କଚ୍ ହ୍ୱିସ୍କି ଉପରେ ଭାରତ ଶୁଳ୍କ ଅଧା କରି ୭୫% କୁ ହ୍ରାସ କରିବ। ପୁଣି ଦଶନ୍ଧି ମଧ୍ୟରେ ଏହି ଶୁଳ୍କ ସ୍ତର ୪୦% କୁ ଖସି ଆସିବ। ସେହିପରି ଇଲେକ୍ଟ୍ରିକ ଭେଇକଲ୍ସ ଉଫରେ କୋଟା-ଆଧାରିତ ଶୁଳ୍କ ହ୍ରାସ ପାଇଁ ଭାରତ ରାଜି ହୋଇଛି, ଯାହାର ମୁଖ୍ୟ ଶୁଳ୍କ ସ୍ତର ୧୧୦% ରୁ ୧୦% କୁ ହ୍ରାସ ପାଇବ। ତେଣୁ ବ୍ରିଟେନ୍‌ରୁ ଭାରତ ଆସୁଥିବା ସାମଗ୍ରୀ ଶସ୍ତା ହେବ। 

 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.