ଆମେରିକା ରିହାତି ପ୍ରତ୍ୟାହାର କରି ନେବାରୁ ଆକ୍ସନରେ ଭାରତ, ଅନ୍ତର୍ଜାତୀୟ ପୋଷ୍ଟାଲ ସର୍ଭିସ୍‌କୁ କଲା ସସ୍‌ପେଣ୍ଡ

Published By : Prameya-News7 Bureau | August 23, 2025 IST

ନୂଆଦିଲ୍ଲୀ – ଭାରତ ସରକାର ଆମେରିକା ପାଇଁ ଅଧିକାଂଶ ଡାକ ସେବାକୁ ଅସ୍ଥାୟୀ ଭାବେ ନିଲମ୍ୱିତ କରିବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ୨୫ ଅଗଷ୍ଟରୁ ପ୍ରଭାବୀ ହୋଇଯିବ। ସରକାରଙ୍କର ପଦକ୍ଷେପ ଆମେରିକୀୟ ସୀମା ଶୁଳ୍କ ପ୍ରଶାସନ (ୟୁଏସ୍ କଷ୍ଟମ୍ସ ଆଣ୍ଡ ବର୍ଡର ପ୍ରୋଟେକ୍ସନ)ର ଏକ ନୂଆ ନିର୍ଦ୍ଦେଶର କାରଣ ଭାବେ ନିଆଯାଇଛି। ଏହି ନିର୍ଦ୍ଦେଶ ଅନୁସାରେ, ଆମେରିକା ଅନ୍ତର୍ଜାତୀୟ ଡାକ ପ୍ୟାକେଜ୍‌ ଉପରେ ଦୃଢ ନିୟମ ଲାଗୁ କରିଛି। ଭାରତୀୟ ଡାକ ବିଭାଗ ଏହାର ସ୍ପଷ୍ଟ କରି କହିଛି ଯେ, ଉଭୟ ଦେଶ ମଧ୍ୟରେ ଥିବା ମାମଲା ସମାଧାନ ନହେବା ଯାଏ ଏହି ନିଲମ୍ୱନ ସେପର୍ଯ୍ୟନ୍ତ ଚାଲିବ।

ସରକାରଙ୍କ ବିବୃତ୍ତି ଅନୁସାରେ, ଏହି ପଦକ୍ଷେପ ଆମେରିକା ପ୍ରଶାସନ ଦ୍ୱାରା ୩୦ ଜୁଲାଇରେ ଜାରି କାର୍ଯ୍ୟକାରୀ ନିର୍ଦ୍ଦେଶ ପରେ ନିଆଯାଇଛି, ଯେଉଁଥିରେ ୮୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ମୂଲ୍ୟ ଥିବା ସାମଗ୍ରୀ ପାଇଁ ଡ୍ୟୁଟି ମୁକ୍ତ ଡି ମିନିମିସ ଛାଡ଼କୁ ପ୍ରତ୍ୟାହାର କରି ନେଇଛି। ଏହି ଛାଡ଼ ପୂର୍ବରୁ କମ୍ ମୂଲ୍ୟର ଜିନିଷକୁ ବିନା ସୀମା ଶୁଳ୍କରେ ଆମେରିକାରେ ପ୍ରବେଶର ଅନୁମତି ଦେଇ ଥିଲା। 

୨୯ ଅଗଷ୍ଟରୁ ଆମେରିକା ପଠାଯାଉ ଥିବା ପ୍ରତି ମୂଲ୍ୟର ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ଲାଗିବ। ଏହି ଡ୍ୟୁଟି ଅନ୍ତର୍ଜାତୀୟ ଜରୁରିକାଳୀନ ଆର୍ଥିକ ଶକ୍ତି ଅଧିନିୟ ( IEEPA) ଅନୁସାରେ ସ୍ଥିର ଟାରିଫ୍‌ ଢାଞ୍ଚା ଅନୁସାରେ ଆଦାୟ କରାଯିବ। ହେଲେ ୧୦୦ ଡଲାର ଯାଏ ଗିଫ୍ଟ ଆଇଟମ୍‌ ଏହି ନୂଆ ଡ୍ୟୁଟିରେ ମୁକ୍ତ ରହିବ।

ସିବିପିର ନୂଆ ନିୟମର କ୍ରିୟାନ୍ୱୟନର ଟେକ୍ନିକାଲ ଓ ପରିଚାଳନା ପ୍ରସ୍ତୁତି ଗୁଡ଼ିକର ଅଭାବର ଉଲ୍ଲେଖ ଦେଇ, ଆମେରିକା –ଆଧାରିତ ଏୟାର କ୍ୟାରିୟର୍ସ ୨୫ ଅଗଷ୍ଟ ପରେ ୟୁଏସ –ବାଉଣ୍ଡ ଅନ୍ତର୍ଜାତୀୟ ମେଲ୍‌ ନେବାରେ ଅସମର୍ଥତା ପ୍ରକାଶ କରିଛି। ଏହି କାରଣରୁ ଡାକ ବିଭାଗ ନିଷ୍ପତ୍ତି ନେଇଛି ଯେ , ଆଗାମୀ ସୂଚନା ଆସିବା ଯାଏ ଆମେରିକା ଯିବାକୁ ଥିବା ଅଧିକାଂଶ ଇଣ୍ଟରନ୍ୟାସନାଲ ପୋଷ୍ଟାଲ ଆର୍ଟିକଲ୍ସର ବୁକିଂ / ଡିସ୍ପାଚ୍‌ ରୋକା ଯିବ।

କେଉଁ ଶ୍ରେଣୀ ଗୁଡ଼ିକ ଛାଡ଼ କରାଯିବ –

୧- କାଗଜ ପତ୍ର / ଡକ୍ୟୁମେଣ୍ଟ

୨- ଗିଫ୍ଟ ଆଇଟମ୍‌ –ଯାହାର ଦାମ୍‌ ୧୦୦ ଡଲାର ପର୍ଯ୍ୟନ୍ତ ଥିବ 

ଏହି ସବୁ ଶ୍ରେଣୀକୁ ସିବିପି ଓ ୟୁଏସପିଏସରୁ ଆଗାମୀ ସ୍ପଷ୍ଟଟା ମିଳିବା ଯାଏ ସ୍ୱୀକାର କରାଯିବ ଏବଂ ଉପଲବ୍ଧ ବ୍ୟବସ୍ଥା ଅନୁସାରେ ପଠାଯିବ।

ଗ୍ରାହକଙ୍କ ପାଇଁ କଣ ବିକଳ୍ପ –

ଯେଉଁ ଗ୍ରାହକ ପୂର୍ବରୁ ହିଁ ଏମିତି ପାର୍ସଲ / ଆର୍ଟିକଲ ବୁକ୍‌ କରି ସାରିଛନ୍ତି, ଯିଏ ନୂଆ ସର୍ତ୍ତ ଅନୁସାରେ ଏବେ ଯୋଗ୍ୟ ନୁହଁନ୍ତି, ସେ ଡାକ-ଶୁଳ୍କ (ପୋଷ୍ଟେଜ୍‌)ର ପ୍ରତ୍ୟାହାର ପାଇଁ ଆବେଦନ କରି ପାରିବେ।

ଡାକ ବିଭାଗ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛି ଏବଂ କହିଛି ଯେ ସବୁ ହିତଧାରୀଙ୍କ ସହ ନିରନ୍ତର ସମନ୍ୱୟରେ ଅଛି , ଯାହାକି ପୂର୍ଣ୍ଣ ସେବା ଶୀଘ୍ର ଜାରି କରାଯାଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.