ନୂଆଦିଲ୍ଲୀ: ଆମେରିକାର ମୋଟା ଟାରିଫ୍ ଓ ଧମକ ଭିତରେ ଭାରତ ଜେଟ୍ ଇଞ୍ଜିନକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ଭାରତ ଏବେ ଫ୍ରାନ୍ସ ସହ ମିଶି ଶକ୍ତିଶାଳୀ ସ୍ୱଦେଶୀ ପଞ୍ଚମ ପିଢିର ଷ୍ଟିଲଥ୍ ଜେଟ୍ ଇଞ୍ଜିନ ନିର୍ମାଣ କରିବାକୁ ଯାଉଛି । ସରକାରଙ୍କ ଏହି ପଦକ୍ଷେପ ଫ୍ରାନ୍ସ ଓ ଭାରତ ମଧ୍ୟରେ ରଣନୈତିକ ସହଭାଗୀତାକୁ ଅଧିକ ମଜଭୁତ କରିବ । ସୂଚନା ଅନୁସାରେ ଖୁବଶୀଘ୍ର ଡିଆରଡିଓ ଏହି ପ୍ରୋଜେକ୍ଟକୁ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟିରୁ ମଞ୍ଜୁରି ପାଇଁ ପଠାଇବ ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଫ୍ରାନ୍ସ କମ୍ପାନି ବୁଝାମଣା ଅନୁସାରେ ୧୦୦ ପ୍ରତିଶତ ପ୍ରଯୁକ୍ତି ହସ୍ତାନ୍ତରଣ କରିବ । ଭାରତ ଓ ଫ୍ରାନ୍ସର କମ୍ପାନି ମିଳିତ ଭାବେ ଭାରତରେ ହିଁ ୧୨୦ କିଲୋନ୍ୟୁଟନର ଥ୍ରଷ୍ଟ ବିଶିଷ୍ଟ ଇଞ୍ଜିନ ନିର୍ମାଣ କରିବେ । ସାଫରାନ୍ କମ୍ପାନିର ପ୍ରସ୍ତାବକୁ ଡିଆରଡିଓ ମଞ୍ଜୁରି ଦେଇଛି । କମ୍ପାନି ପୂର୍ବରୁ ବି ଭାରତରେ ହେଲିକପ୍ଟର ଇଞ୍ଜିନ ନିର୍ମାଣ କରିଛି । ଡିଆରଡିଓ କହିଛି ଯେ ସାଫରାନ କମ୍ପାନି ପଞ୍ଚମ ପିଢିର ଯୁଦ୍ଧ ବିମାନ AMCA ଭଲ ବିକଳ୍ପ ଅଟେ । ଏହି ପ୍ରୋଜେକ୍ଟରେ ଡିଆରଡିଓର ଲ୍ୟାବ୍ ଗ୍ୟାସ ଟରବାଇନ୍ ରିସର୍ଚ୍ଚକୁ ବି ସାମିଲ କରାଯାଇଛି, ଯାହାର ଖର୍ଚ୍ଚ ୭ ବିଲିୟନ ଡଲାର ହେବ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରୋଜେକ୍ଟକୁ ମଞ୍ଜୁରି ଦେଇଛନ୍ତି । ସେ କହିଥିଲେ ଯେ ପଞ୍ଚମ ପିଢିର ଯୁଦ୍ଧ ବିମାନ ଭାରତରେ ନିର୍ମାଣ ହେବା ଆଜିର ସମୟରେ ଜରୁରି । ଭାରତ ଫାଇଟର୍ ଜେଟ୍ ଇଞ୍ଜିନ ନିର୍ମାଣ ଦିଗରେ ଆଗକୁ ବଢିସାରିଛି । ଉଲ୍ଲେଖଯୋଗ୍ୟ ଯେ ବାୟୁସେନା ବିମାନ ଅଭାବ ନେଇ ଚିଠି ଲେଖିଥିଲା । ଏଥିରେ କୁହାଯାଇଥିଲା ଯେ ଆଗାମୀ ଦିନରେ ଆହୁରି କିଛି ବିମାନ ଟିରାୟର୍ ହେବ । ତେଣୁ ଅଧିକ ସଂଖ୍ୟାରେ ବିମାନ ସାମିଲ କରିବାର ଆବଶ୍ୟକତା ରହିଛି ।