ନୂଆଦିଲ୍ଲୀ, India-Pakistan Ceasefire: ୮୬ ଘଣ୍ଟାର ସଂଘର୍ଷ ପରେ ଶନିବାର(୧୦ ମେ ୨୦୨୫) ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତୀ ବୁଝାମଣା ହୋଇଛି। ଉଭୟ ଦେଶ ଏଥିପାଇଁ ସହମତି ପ୍ରକାଶ କରିଛନ୍ତି। ବୈଦେଶିକ ସଚିବଙ୍କ ସୂଚନା ଅନୁସାରେ ଅସ୍ତ୍ରବିରତୀ ପାଇଁ ପାକିସ୍ତାନ ଭାରତକୁ କଲ୍ କରିବା ପରେ ଦୁଇ ଦେଶ ଏଥିରେ ରାଜି ହୋଇଛନ୍ତି। ହେଲେ ଭାରତ ସରକାରଙ୍କର ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି। ଭାରତ ବିଜୟ ହୋଇଥାନ୍ତା, ହେଲେ ଜାଣି ଜାଣି ପରାଜୟ ବରଣ କଲା ବୋଲି ଭୂରଣନିତୀଜ୍ଞ ବ୍ରହ୍ମା ଚେଲାନି କହିଛନ୍ତି। ଭାରତ ବିଜୟ ମୁହଁରୁ ପରାଜୟ ଛଡ଼ାଇ ଆଣିଲା ବୋଲି ସେ କହିଛନ୍ତି।
କିଛି ଘଣ୍ଟା ପୂର୍ବରୁ, ପାକିସ୍ତାନ ସୀମା ନିକଟକୁ ବହୁ ସଂଖ୍ୟାରେ ସୈନ୍ୟ ପଠାଇଥିଲା। ଭାରତ ହାଇ ଆଲର୍ଟରେ ରହିଥିଲା। ଘନ ଘନ ବୈଠକ, ସବୁ ସତର୍କତା, ଏସବୁ ଦେଖି ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧର ଅବସମ୍ଭ୍ୟାବୀ ହୋଇଥିଲା। କିନ୍ତୁ ସନ୍ଧ୍ୟାରେ ହଠାତ୍ ଆଶ୍ଚର୍ଯ୍ୟଜନକ ଭାବେ ଦୁଇ ଦେଶ ଅସ୍ତ୍ରବିରୀତରେ ସହମତ ହୋଇଛନ୍ତି ବୋଲି ଘୋଷଣା କରି ସବୁ ଉତ୍ତେଜନାକୁ ଏକାଥରକେ ଶାନ୍ତ କରିଦେଇଥିଲେ।
ପଢନ୍ତୁ- ଅସ୍ତ୍ରବିରତିକୁ ନେଇ କୌଣସି ସର୍ତ୍ତ ନାହିଁ; ସିନ୍ଧୁ ଜଳ ଚୁକ୍ତି ବାତିଲ ରହିବ
ଏନେଇ ଚେଲାନୀ ନିରାଶ ପ୍ରକାଶ କରି କହିଛନ୍ତି ଭାରତ ଇତିହାସରୁ ଶିକ୍ଷା ଗ୍ରହଣ କରିବାରେ ବିଫଳ ହୋଇଛି। କେବଳ ଅତୀତର ରଣନୈତିକ ତ୍ରୁଟିକୁ ପୁଣିଥରେ ଦୋହରାଇଛି। ସେ କହିଛନ୍ତି “ସାମରିକ ଗତିବିଧି ଭାରତ ସପକ୍ଷରେ ଥିଲା। ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ତା’ର ଆଶା ଠାରୁ ବହୁତ ଦୁର୍ବଳ ସାବ୍ୟସ୍ତ ହେଲା। ସେମାନେ ଭାରତରେ ଏତେ ସଂଖ୍ୟକ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ପଠାଉଥିଲେ କିନ୍ତୁ ସେଗୁଡ଼ିକ ପ୍ରଭାବଶାଳୀ ନଥିଲା। ଅନ୍ୟପକ୍ଷରେ, ଭାରତ ସୀମିତ ସଂଖ୍ୟକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ପଠାଇଥିଲା ଏବଂ ଏହାର ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍ କରିବାରେ ସକ୍ଷମ ହୋଇଥିଲା।”
ସାମରିକ ଦୃଷ୍ଟିରୁ ଭାରତ ସ୍ପଷ୍ଟ ଭାବ ମଜଭୁତ ଥିବା ବେଳେ ହଠାତ୍ କାହିଁକି ଏମିତି ଶାନ୍ତି ପାଇଁ ରାଜି ହେଲା ସେ ନେଇ ଚେଲାନୀ ପ୍ରଶ୍ନ ଉଠାଇଛନ୍ତି। ଏହା ବିଜୟର ମୁହଁରୁ ପରାଜୟକୁ ଛଡ଼ାଇ ଆଣିବାର ଭାରତର ଦୀର୍ଘକାଳୀନ ରାଜନୈତିକ ସ୍ଥିତିକୁ ଦର୍ଶାଉଛି ବୋଲି ସେ କହିଛନ୍ତି।ଚେଲାନୀ କହିଛନ୍ତି “ବିଜୟର ପାଟିରୁ ପରାଜୟ ଛଡ଼ାଇ ନେବା ଏକ ପୁନରାବୃତ୍ତିମୂଳକ ଉଦାହରଣ ପାଲଟିଛି। ସେଥିପାଇଁ ଭାରତ ଇତିହାସକୁ ପୁନରାବୃତ୍ତି କରିଚାଲିଛି। ଆମେ ଇତିହାସରୁ କେବେ ଶିଖି ନ ଥାଉ। ତେଣୁ, ଇତିହାସ ନିଜକୁ ପୁନରାବୃତ୍ତି କରେ।"
ଚେଲାନି ବର୍ତ୍ତମାନର ପରିସ୍ଥିତିକୁ ଅତୀତର ଉଦାହରଣ ସହିତ ତୁଳନା କରିଥିଲେ। ଅତୀତରେ ମଧ୍ୟ ଭାରତ ସ୍ଥାୟୀ ରଣନୈତିକ ଲାଭ ନ ପାଇ ସାମରିକ କିମ୍ବା କୂଟନୈତିକ ପ୍ରଭାବ ତ୍ୟାଗ କରିଥିଲା ବୋଲି ଚେଲାନୀ କହିଛନ୍ତି।
ପଢନ୍ତୁ- ସିଜଫାୟାର ଉପରେ ପ୍ରଶ୍ନ ଉଠାଇଲେ ଓବେସୀ, ପାକିସ୍ତାନ ସହ ଯୁଦ୍ଧ ରୋକାଯିବା ନେଇ କଲେ ୪ ପ୍ରଶ୍ନ
ସେ କହିଛନ୍ତି “"୧୯୭୨ ଯୁଦ୍ଧର ବିଜୟରେ ବି ଆମେ ପାକିସ୍ତାନ ଠାରୁ ଲାଭ ନ ନେଇ କଥା ଆଲୋଚନା ଟେବଲୁକୁ ଠେଲି ଦେଇଥିଲୁ। ୨୦୨୧ ମସିହାରେ, ଆମେ ଆଲୋଚନାରେ ଆମର ଏକମାତ୍ର ରଣନୈତିକ କୈଳାସ ପର୍ବତ ଖାଲି କରିଥିଲୁ, ଏବଂ ତା'ପରେ ଆମେ ଲଦାଖ ଅଞ୍ଚଳରେ ଚୀନ୍-ଡିଜାଇନ୍ ହୋଇଥିବା ବଫର ଜୋନ୍ ଛାଡ଼ିଲୁ ଏବେ ଅପରେସନ୍ ସିନ୍ଦୂର ପାଇଁ ରାଜି ହେଲୁ।"
ସେ ଆହୁରି କହିଛନ୍ତି “ସିନ୍ଦୂର ଅପରେସନ୍ ହେଉଛି ଭାରତର ମହିଳାମାନେ ୨୬ ଜଣ ସ୍ୱାମୀଙ୍କ ହତ୍ୟାର ପ୍ରତିଶୋଧ ନେବାର ଏକ ଶକ୍ତିଶାଳୀ ପ୍ରତୀକ, କିନ୍ତୁ ଆଜି ପାକିସ୍ତାନ ଦିଲ୍ଲୀରେ କ୍ଷେପଣାସ୍ତ୍ର ମାଡ଼ କରିବା ସତ୍ତ୍ୱେ ବି ଆମେ ଏହି ଅପରେସନ୍ କିପରି ସମାପ୍ତ କରିଦେଲୁ, ଯାହା ଅନେକ ପ୍ରଶ୍ନ ଛିଡ଼ା କରିଛି। ଭାରତର ଆଜିର ନିଷ୍ପତ୍ତିକୁ ଇତିହାସ କେବେ ବି ଭଲ ନଜରରେ ଦେଖିବ ନାହିଁ।” ଅପରେସନ ସିନ୍ଦୁରର ସମାପ୍ତି ଏକ ରଣନୈତିକ ଏବଂ ପ୍ରତୀକାତ୍ମକ ଭୁଲ ପଦକ୍ଷେପ, ଯାହା ଅଧିକ ଉତ୍ତର ବଦଳରେ ପ୍ରଶ୍ନ ଛିଡ଼ା କରୁଛି ବୋଲି ସେ କହିଛନ୍ତି।