ଭୁବନେଶ୍ୱର ୦୧।୦୬ : ଓଡ଼ିଶା ଆସିବେ ରାଷ୍ଟ୍ରପତି । ଜୁଲାଇ୧୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ଅବସରରେ ଓଡ଼ିଶା ଆସି ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହାବାଦ୍ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରେଭେନ୍ସା ବାଳିକା ବିଦ୍ୟାଳୟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଖବର ଅନୁଯାୟୀ, ଜୁଲାଇ ୧୪ ତାରିଖ ସଂଧ୍ୟା ସମୟରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ । ଏହାପରେ ସିଧା ଏମ୍ସ ଅଭିମୁଖେ ଯିବେ । ସେଠାରେ ଏମ୍ସର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏମ୍ସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମ ସାରି ରାଜଭବନ ଫେରି ଆସିବେ । ସେଠାରେ ରାତ୍ରୀଯାପନ କରିବେ । ତା ପରଦିନ ମାନେ ଜୁଲାଇ ୧୫ ତାରିଖରେ କଟକ ଗସ୍ତ କରିବେ । ରେଭେନ୍ସା ବାଳିକା ବିଦ୍ୟାଳୟର ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବେ ।