LIVE TV

ଆଇପିଏଲ ୨୦୨୬: ରିଲିଜ୍-ରିଟେନ୍ ଲିଷ୍ଟ ଜାରି କଲେ ୧୦ ଟିମ୍

NEWS7
india-pakistan-war-explosion-in-lahore-walton-road-operation

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ ଲାଗି ବଡ଼ ପ୍ରସ୍ତୁତି । ସବୁ ଦଳ ନିଜ ନିଜର ରିଟେନ୍ ଏବଂ ରିଲିଜ୍ ଲିଷ୍ଟ ଜାରି କରିଛନ୍ତି । ତେବେ କୋଲକାତା ନାଇଟ୍ ରାଇଡର୍ସର ରିଲିଜ୍ ତାଲିକାକୁ ନେଇ ଜର୍ଚ୍ଚା ଜୋର । ଆଇପିଏଲ ଇତିହାସର ତୃତୀୟ ସବୁଠାରୁ ମହଙ୍ଗା ଖେଳାଳି ଭେଙ୍କଟେଶ ଆୟରଙ୍କୁ ମୁକ୍ତ କରିଛି ଦଳ । କେକେଆର ୧୧ ବର୍ଷ ଧରି ଦଳର ଅଂଶ ଥିବା ଆଣ୍ଡ୍ରେ ରସେଲଙ୍କୁ ମଧ୍ୟ ମୁକ୍ତ କରିଛି। ଡିସେମ୍ବର ୧୬ ତାରିଖରେ ୟୁଏଇର ଆବୁଧାବିରେ ଅନୁଷ୍ଠିତ ହେବାକୁ ଥିବା ଏକ ମିନି ଅକ୍ସନ ପୂର୍ବରୁ ସବୁ ୧୦ ଦଳ ନିଜ ନିଜର ରିଟେନ-ରିଲିଜ୍ ଲିଷ୍ଟ ଜାରି କରିଛନ୍ତି ।

ଆଇପିଏଲ କମିଟି ଶନିବାର ଦିନ ରିଟେନସନ୍, ରିଲିଜ୍ ଏବଂ ଟ୍ରେଡ୍ ଲିଷ୍ଟ ପ୍ରକାଶ କରିଛି। ଏହା ଅନୁଯାୟୀ, ଚେନ୍ନାଇ ସୁପର କିଙ୍ଗସ୍ ମାଥିଶା ପାଥିରାନା, ଡେଭନ୍ କନୱେ ଏବଂ ରଚିନ୍ ରବିନ୍ଦ୍ରଙ୍କୁ ମୁକ୍ତ କରିଛି। ଗତ ବର୍ଷର ମେଗା ନିଲାମରେ କେକେଆର ଭେଙ୍କଟେଶ ଆୟରଙ୍କୁ ୨୩.୭୫ କୋଟି ଟଙ୍କାରେ କିଣିଥିଲା । ରସେଲଙ୍କୁ ୧୨ କୋଟି ଟଙ୍କାରେ କିଣିଥିଲା କେକେଆର ।

ବ୍ୟାଟିଂ ଅଲରାଉଣ୍ଡର ଭେଙ୍କଟେଶ ଆୟର ଆଇପିଏଲ ଇତିହାସର ତୃତୀୟ ସବୁଠାରୁ ମହଙ୍ଗା ଖେଳାଳି ଥିଲେ । କିନ୍ତୁ ଗତ ସିଜନରେ ସେ ଭଲ ପ୍ରଦର୍ଶନ କରିନଥିଲେ। ସେ ୧୧ଟି ମ୍ୟାଚ୍ରେ ୧୩୯.୨୨ ଷ୍ଟ୍ରାଇକ୍ ରେଟ୍ରେ ମାତ୍ର ୧୪୨ ରନ୍ କରିଥିଲେ। ୨୦୨୪ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲା । ପଏଣ୍ଟ ଟେବୁଲ୍ରେ ଅଷ୍ଟମ ସ୍ଥାନରେ ରହିଥିଲା ଦଳ ।

ଗତ ସିଜନରେ ରସେଲ ମଧ୍ୟ ଭଲ ପ୍ରଦର୍ଶନ କରିନଥିଲେ । ଫର୍ମ ଅଭାବରୁ କୋଲକାତା ରସେଲଙ୍କୁ ମୁକ୍ତ କରିଛି। ଦଳ ମିନି ନିଲାମରେ ୨୬ ବର୍ଷୀୟ ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ କିଣିବାକୁ ଚାହିଁପାରେ। ଗତବର୍ଷ ମେଗା ନିଲାମୀରେ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ପଞ୍ଜାବ କିଙ୍ଗସ୍ ୪.୨ କୋଟି ଟଙ୍କାରେ କିଣିଥିଲା। ଗତ ସିଜନରେ ମ୍ୟାକ୍ସୱେଲ ଭଲ ପ୍ରଦର୍ଶନ କରିନଥିଲେ। ସେ ୭ଟି ମ୍ୟାଚରେ ମାତ୍ର ୪୮ ରନ୍ କରିପାରିଥିଲେ । ଯେଉଁଥିରେ ତାଙ୍କର ସର୍ବୋତ୍ତମ ସ୍କୋର ଥିଲା ୩୦ । ଖରାପ ଫର୍ମ ଯୋଗୁଁ ମ୍ୟାକ୍ସୱେଲଙ୍କୁ ମୁକ୍ତ କରାଯାଇଛି। ଦଳ ମିନି ନିଲାମୀରେ ମାର୍କସ ଷ୍ଟୋଇନିସ୍ ଏବଂ ଆଣ୍ଡ୍ରେ ରସେଲ ଭଳି ଅଲରାଉଣ୍ଡରଙ୍କୁ ନେଇପାରେ ।

ଆରସିବି ରିଟେନ୍ ତାଲିକା: ରଜତ ପାଟିଦାର (ଅଧିନାୟକ), ବିରାଟ କୋହଲି , ଦେବଦତ୍ତ ପାଡିକ୍କଲ, ଫିଲ୍ ସଲ୍ଟ, ଜିତେଶ ଶର୍ମା, କ୍ରୁନାଲ ପାଣ୍ଡ୍ୟା, ସ୍ବପ୍ନିଲ ସିଂହ, ଟିମ ଡେଭିଡ, ରୋମାରିଓ ଶେଖର, ଜାକବ ବେଥେଲ, ଜୋଶ ହାଜଲେଉଡ, ୟଶ ଦୟାଲ, ଭୁବନେଶ୍ୱର କୁମାର, ନୁଓ୍ବାନ ତୁଷାରା, ରସିଖ ସଲାମ ଏବଂ ସୂୟାଶ ଶର୍ମା

MI ରିଟେନ ତାଲିକା: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଜସପ୍ରୀତ ବୁମ୍ରା , ଦୀପକ ଚହର, ନମନ ଧୀର, ରାଜ ଅଙ୍ଗଦ ବାୱା, ଅଶ୍ୱିନୀ କୁମାର, ରବିନ୍ ମିଞ୍ଜ, ରଘୁ ଶର୍ମା, ରିଆନ୍ ରିକେଲଟନ୍, କର୍ବିନ୍ ବୋସ୍, ୱିଲ୍ ଜ୍ୟାକ୍, ଟ୍ରେଣ୍ଟ୍ ବୋଲ୍ଟ

LSG ରିଟେନ୍ ଲିଷ୍ଟ: ଅବଦୁଲ ସମାଦ, ଆୟୁଷ ବାଦୋନି, ଆଡେନ ମାକ୍ରମ, ମାଥ୍ୟୁ ବ୍ରିଟଜକେ, ହିମ୍ମତ ସିଂହ, ରୁଷଭ ପନ୍ତ (ଅଧିନାୟକ), ନିକୋଲାସ ପୁରନ, ମିଚେଲ ମାର୍ଶ, ଶାହବାଜ ଅହମ୍ମଦ, ଅର୍ଶିନ କୁଲକର୍ଣ୍ଣି, ମାୟଙ୍କ ଯାଦବ, ଆଭେଶ ଖାନ, ମୋହସିନ୍ ଖାନ, ମଣିମାରନ୍ ସିଦ୍ଧାର୍ଥ, ଦିଗବେଶ ରାଠୀ, ପ୍ରିନ୍ସ ଯାଦବ ଏବଂ ଆକାଶ ସିଂହଦୋ

ସିଏସକେ ରିଟେନ୍ ତାଲିକା: ଏମଏସ ଧୋନି, ଋତୁରାଜ ଗାଏକ୍ବାଡ, ସଞ୍ଜୁ ସାମସନ (ଟ୍ରେଡ୍), ଶିବମ ଦୁବେ, ଡିୱାଲ୍ଡ ବ୍ରେଭିସ, ଆୟୁଷ ମହାତ୍ରେ, ଉର୍ବିଲ ପଟେଲ, ଶିବମ୍ ଦୁବେ, ରାମକୃଷ୍ଣ ଘୋଷ, ଜେମି ଓଭରଟନ୍, ନୁର ଅହମ୍ମଦ, ଖଲିଲ ଅହମ୍ମଦ, ଅଂଶୁଲ କମ୍ବୁଜ, ନାଥନ ଏଲିସ, ଶ୍ରେୟସ ଗୋପାଳ, ମୁକେଶ ଚୌଧୁରୀ ଏବଂ ଗୁରଜପନୀତ ସିଂହ