୪ ୱିକେଟ୍, ୪ କ୍ୟାଚ୍ ଆଉଟ୍: ଟି-୨୦ ବିଶ୍ୱକପରେ ଇତିହାସ ରଚିଲେ ୱେଷ୍ଟଇଣ୍ଡିଜର ଜୋଶେଫ

NEWS7
india-pakistan-match-now-too-bccis-tough-stance-on-pahalgam-terror-attack-

ନୂଆଦିଲ୍ଲୀ: ଟି-୨୦ ପୁରୁଷ ବିଶ୍ୱକପର ଲିଗ୍ ପର୍ଯ୍ୟାୟରେ ଇଟାଲୀ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ବଡ଼ ବିଜୟ ହାସଲ କରିଛି । ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଖେଳାଳି ସମାର ଜୋଶେଫ ଇତିହାସ ରଚିଛନ୍ତି । ସମାର ଜୋଶେଫ ଟି-୨୦ ବିଶ୍ୱକପରେ ଗୋଟିଏ ମ୍ୟାଚରେ ୪ ୱିକେଟ୍ ନେବା ସହିତ ଚାରି ଖେଳାଳିଙ୍କୁ କ୍ୟାଚ୍ ଆଉଟ୍ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ଗୁରୁବାର ଇଡେନ ଗାର୍ଡନ୍ସରେ ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ସମାର ଜୋଶେଫ ୪ ଓଭରରେ ୩୦ ରନ୍ ଦେଇ ଚାରି ୱିକେଟ୍ ହାସଲ କରିଥିଲେ । ସେ ଇଟାଲୀ ଅଧିନାୟକ ହ୍ୟାରି ମେନେଣ୍ଟି, ଗ୍ରାଣ୍ଟ ଷ୍ଟିଭର୍ଟ, ଥମସ ଡ୍ରେକା ଓ ଅଲି ହସନଙ୍କୁ କ୍ୟାଚ୍ ଆଉଟ୍ କରାଇଥିଲେ ।

ଏହା ବ୍ୟତୀତ ଆଜିର ମ୍ୟାଚରେ ସେ ଚାରି ୱିକେଟ୍ ମଧ୍ୟ ନେଇଥିଲେ । ଜୋଶେଫଙ୍କ ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ ଆଜିର ଏହି ମୁକାବିଲାକୁ ୪୨ ରନରେ ଜିତିବାରେ ସଫଳ ହୋଇଛି ।

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍ ଟିମ୍ ଛଅ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା । ଟିମର ଅଧିନାୟକ ସାଇ ହୋପ୍ ୪୬ ବଲରେ ଛଅ ଛକା ଓ ଛଅ ଚୌକା ବଳରେ ୭୫ ରନ୍ ପାଳି ଖେଳିଥିଲେ । ତାଙ୍କ ଛଡ଼ା, ରୋଷ୍ଟନ ଚେଜ୍ ଓ ରଦରଫୋର୍ଡ ୨୪ ରନ୍ ଲେଖାଏଁ ଯୋଗଦାନ କରିଥିଲେ । ଇଟାଲୀ ପକ୍ଷରୁ ମାର୍ନେଟି ଓ କ୍ରିଷନ କୁଲଗାମାଗେ ଦୁଇ-ଦୁଇଟି ୱିକେଟ୍ ନେଇଥିଲେ । ଏହାର ଜବାବରେ ଇଟାଲୀ ଟିମ୍ ୧୮ ଓଭରରେ ୧୩୨ ରନରେ ଅଲଆଉଟ୍ ହୋଇଥିଲା । ଟିମ୍ ପାଇଁ ବେନ୍ ମାନେଣ୍ଟି ସର୍ବାଧିକ ୨୬ ରନ୍, ଜେଜେ ସ୍ମଟ୍ସ ୨୪ ରନ୍ କରିଥିଲେ ।