ପୁରୁଣା ବିମାନକୁ ବଦଳାଇବାକୁ ବାୟୁସେନାକୁ ବର୍ଷକୁ ୩୫-୪୦ ବିମାନ ଆବଶ୍ୟକ: ବାୟୁସେନା ମୁଖ୍ୟ

Published By : Prameya-News7 Bureau | February 28, 2025 IST

indiatoday

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF) କୁ ଏହାର ପୁରୁଣା ବିମାନକୁ ବଦଳାଇବା ପାଇଁ ପ୍ରତିବର୍ଷ ଅତି କମରେ ୩୫ ରୁ ୪୦ ଟି ଲଢ଼ୁଆ ବିମାନ ଉତ୍ପାଦନ କରିବାର ଆବଶ୍ୟକତା ରହିଛି। ଶୁକ୍ରବାର ଏପରି କହିଛନ୍ତି ବାୟୁସେନା ମୁଖ୍ୟ ମାର୍ଶଲ ଏପି ସିଂହ। "ଭାରତ୨୦୪୭: ଯୁଦ୍ଧରେ ଆତ୍ମନିର୍ଭର" ଶୀର୍ଷକ ଚାଣକ୍ୟ ସଂଳାପ ସମ୍ମିଳନୀରେ ଭାଷଣ ଦେଇ ଶ୍ରୀ ସିଂହ ବିମାନ ଉତ୍ପାଦନତା ଓ ଏହାର ପରିଚାଳନା ପାଇଁ ଗୁରୁତ୍ୱ ଦେଇଛନ୍ତି। ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ୍‌(ଏଚ୍‌ଏଏଲ)ର ଉତ୍ପାଦନ ପ୍ରତିଶ୍ରୁତିକୁ ଉଦାହରଣ ଦେଇ ଏହି ଟାର୍ଗେଟ୍ ଅସମ୍ଭବ ନୁହେଁ ବୋଲି ଶ୍ରୀ ସିଂହ କହିଛନ୍ତି। 
ସେ କହିଛନ୍ତି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଆସନ୍ତା ବର୍ଷଠାରୁ ବାର୍ଷିକ ୨୪ଟି ତେଜସ୍ Mk1A ଜେଟ୍ ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଛି। ତା ସହିତ ସୁଖୋଇ ବିମାନର ଉତ୍ପାଦନ ଏହାକୁ ସପୋର୍ଟ କରିବ। ଏହା ବାଦ ଘରୋଇ କମ୍ପାନୀଗୁଡ଼ିକ ଏ ଦିଗରେ କାମ କଲେ ବିମାନ ଯୋଗାଣରେ ଥିବା ଅଭାବ ପୂରଣ ହୋଇପାରିବ ବୋଲିସେ କହିଛନ୍ତି। ଆତ୍ମନିର୍ଭରଶୀଳତା ପ୍ରତି ଆଇଏଏଫର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରି ସିଂହ କହିଛନ୍ତି ଯେ ବିଦେଶୀ ତୁଳନାରେ ପ୍ରଦର୍ଶନ ସାମାନ୍ୟ କମ୍‌ ହେଲେ ସୁଦ୍ଧା ଆମେ ସ୍ୱଦେଶୀ ପ୍ରତିରକ୍ଷା ପ୍ରଣାଳିକୁ ଗୁରୁତ୍ୱ ଦେବୁ। 

ପଢନ୍ତୁ- ବଦ୍ରିନାଥରେ ହିମ ସ୍ଖଳନ: ୩୨ ଜଣ ଉଦ୍ଧାର, ଏବେ ବି ଫସିଛନ୍ତି ୨୫ ଶ୍ରମିକ

ସେ କହିଛନ୍ତି “ ଯଦି ସ୍ୱେଦେଶୀ ସିଷ୍ଟମ ବିଶ୍ୱ ବଜାରରେ ଥିବା ସାମଗ୍ରୀର ୯୦ ପ୍ରତିଶତ କିମ୍ବା 85 ପ୍ରତିଶତ ପ୍ରଦର୍ଶନ କରେ ତେବେ ଆମେ ଏହାକୁ ବାଛିବୁ।" ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଯାହା ଆତ୍ମନିର୍ଭର ଭାରତ ପଦକ୍ଷେପର ଏକ ମୂଳଦୁଆ।”

"ଦୀର୍ଘକାଳୀନ ସଂଘର୍ଷରୁ ନିଜକୁ ମଜଭୁତ ରଖିବା ପାଇଁ, ଆମ ପାଖରେ ଅସ୍ତ୍ରଶସ୍ତ୍ର ଏବଂ ଉପକରଣର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବାର କ୍ଷମତା ରହିବା ଆବଶ୍ୟକ," ତେବେ ବିଦେଶୀ ଯୋଗାଣକାରୀଙ୍କ ଉପରେ ନିର୍ଭରଶୀଳତା ପ୍ରତିରକ୍ଷା ରଣନୀତି ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଶ୍ରୀ ସିଂହ ସତର୍କ କରାଇଛନ୍ତି। ଭାରତୀୟ ବାୟୁସେନା ଯୋଗୋପଯୋଗୀ ଟେକ୍ନୋଲୋଜୀ ବ୍ୟବହାର କରୁଛି ବୋଲି ବାୟୁସେନା ମୁଖ୍ୟ ମାର୍ଶଲ ଏପି ସିଂହ କହିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.