ସରିଲା ମହାରାଷ୍ଟ୍ର ପାଳିକା ନିର୍ବାଚନ, ବୁଥ ବାହୁଡ଼ା ମତ କହୁଛି BMCରେ ମହାୟୁତୀ ମେୟର

NEWS7
india-made-bullet-trains-with-speeds-of-up-to-280-km-per-hour-soon

ମୁମ୍ବାଇ ୧୫।୧: ମହାରାଷ୍ଟ୍ରର ୨୯ ମହାନଗରପାଳିକା ନିମନ୍ତେ ଗୁରୁବାର ଶାନ୍ତିପୂର୍ବକ ଭୋଟ ଗ୍ରହଣ ଶେଷ ହୋଇଛି। ୧୬ ଜାନୁୟାରୀ ଶୁକ୍ରବାର ସକାଳ ୧୦ଟାରୁ ଭୋଟ ଗଣନା ଆରମ୍ଭ ହେବ। ରାଜ୍ୟ ନିର୍ବାଚନ କମିଶନର ଦିନେଶ ୱାଘମାରେ ମତଦାନ ପ୍ରତିଶତ ୨୦୧୭ ମହାନଗର ପାଳିକା ନିର୍ବାଚନ ଠାରୁ ଅଧିକ ରହିବ ବୋଲି କହିଛନ୍ତି। ତେବେ ୱାଘମାରେ କହିଛନ୍ତି ଯେ ସେ ମତଦାନ ପ୍ରତିଶତରେ ସନ୍ତୁଷ୍ଟ। ଭୋଟଗ୍ରହଣ ପରେ ଜାରି ଏଗଜିଟ୍ ପୋଲ ରିପୋର୍ଟରେ ମୁମ୍ବାଇରେ ବିଜେପିର ମେୟର ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଯଦି ଏଗଜିଟ୍ ପୋଲ ଫଳାଫଳ ଉପରେ ବିଶ୍ୱାସ କରାଯାଏ ତେବେ ଦେଶର ଆର୍ଥିକ ମହାନଗରୀରେ ବିଜେପିକୁ ପ୍ରଚଣ୍ଡ ବହୁମତ ମିଳୁଥିବାର ଦେଖାଯାଉଛି। ବିଏମସିର ୨୨୭ ୱାର୍ଡରେ ସଂଖ୍ୟାଗରିଷ୍ଠତାର ନମ୍ବର ୧୧୪। ଏସିୟାର ସବୁଠୁ ଧନୀ ନଗର ନିଗମ ମୁମ୍ବାଇର ବୃହନ୍ମୁମ୍ବାଇ ମହାନଗର ପାଳିକା(ବିଏମସି)ର ଅଗାମୀ ବସ୍ କିଏ ହେବ , ଏହାକୁ ନେଇ ଏକ୍ସିସ ମାଇଁ ଇଣ୍ଡିଆ ଅନୁସାରେ ନିର୍ବାଚନରେ ବିଜେପି ଓ ସହଯୋଗୀଙ୍କୁ ୧୩୧ରୁ ୧୫୧ଟି ଆସନ ମିଳିପାରେ।

ସେହିପରି ଜେଭିସି ଏଗଜିଟ ପୋଲ ରିପୋର୍ଟ ଅନୁଯାୟୀ ବିଜେପି ୧୩୮ ସି ଆସନ ଜିତିପାରେ। ଏହି ରିପୋର୍ଟରୁ ଉଦ୍ଧବ ଠାକରେଙ୍କ ଶିବସେନାକୁ ୫୯ଟି ଆସନରେ ଅଟକି ଯାଉଥିବା ଦେଖା ଯାଇଛି। ସେହିପରି କଂଗ୍ରେସକୁ ମାତ୍ର ୨୩ଟି ସିଟ୍ ମିଳିପାରେ ବୋଲି ଅନୁମାନ କରାଯାଉଛି। ଆଜି ଅନୁଷ୍ଠିତ ହୋଇଥିବା ନଗରନିଗମ ନିର୍ବାଚନରେ ଛତ୍ରପତି ସମ୍ଭାଜୀ ନଗର, ନଭୀ ମୁମ୍ବାଇ, ବସଇ-ବିରାର, କଲ୍ୟାଣ-ଡୋମ୍ବିଭଲି, କୋହ୍ଲାପୁର, ନାଗପୁର, ମୁମ୍ବାଇ, ସୋଲାପୁର, ଅମରାବତୀ, ଅକୋଲା, ନାସିକ, ପିମ୍ପରୀ-ଚିଞ୍ଚୱାଡ, ପୁଣେ, ଉଲହାସ ନଗର, ଠାଣେ, ଚନ୍ଦ୍ରପୁର, ପରଭଣୀ, ମୀରା-ଭାୟନ୍ଦର, ନାନ୍ଦେଡ-ୱାଘଲା, ପନଭେଲ, ଭିବଣ୍ଡି-ନିଜାମପୁର, ଲାତୁର, ମାଲେଗାଓଁ, ସାଙ୍ଗଲୀ-ମୀରାଜ-କୂପୱାଡ, ଜଲଗାଁବ, ଅହିଲ୍ୟାନଗର, ଧୂଲେ, ଜାଲନା ଓ ଇଚଲକରଞ୍ଜି ନଗରପାଳିବା ନିମନ୍ତେ ଭୋଟ ଗ୍ରହଣ ହୋଇଛି।