ଚେତାବନୀ ଦେଲେ ରବି ଶାସ୍ତ୍ରୀ, 'ରୋ-କୋ ଜବାବ ଦେଲେ ସମାଲୋଚକମାନେ ହଜିଯିବେ'

NEWS7
india-brunei-agree-to-enhance-defence-space-cooperation

ନୂଆଦିଲ୍ଲୀ, ୦୫ /୧୨: ଜବରଦସ୍ତ ଫର୍ମରେ ଅଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ଅଷ୍ଟ୍ରେଲିଆ ସିରିଜରେ ଧୂଆଁଧାର ପ୍ରଦର୍ଶନ କରିଥିଲେ ହିଟମ୍ୟାନ୍ । ମ୍ୟାନ୍ ଅଫ୍ ଦି ସିରିଜ୍ ହୋଇଥିଲେ । ଶେଷ ଦିନିକିଆରେ ମଧ୍ୟ ବିରାଟଙ୍କ ବ୍ୟାଟରୁ ବାହାରିଥିଲା ହାଫ୍ ସେଞ୍ଚୁରୀ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ଉଭୟଙ୍କର ଦମଦାର ଫର୍ମ ଦେଖିବାକୁ ମିଳିଛି । ରାଞ୍ଚି ଦିନିକିଆରେ ବିରାଟଙ୍କ ବ୍ୟାଟରୁ ବାହାରିଥିଲା ଶତକ । ରୋହିତ ଅର୍ଧଶତକ ହାସଲ କରିଥିଲେ । ରାୟପୁର ଦିନିକିଆରେ ମଧ୍ୟ ବିରାଟ ସେଞ୍ଚୁରୀ ମାରିଛନ୍ତି । ଏହାସହ ଉଭୟ ଭେଟେରାନ୍ ତାଙ୍କ ସମାଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଏସବୁ ଭିତରେ ଉଭୟ ଖେଳାଳିଙ୍କ ସମର୍ଥନରେ ବାହାରିଛନ୍ତି ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ।

ରବି ଶାସ୍ତ୍ରୀ ରୋ-କୋଙ୍କୁ ସମାଲୋଚନା କରୁଥିବା ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଏହି ଦୁଇ ମହାନ ଖେଳାଳିଙ୍କ ସହ ଲାଗିବା ଉଚିତ ନୁହେଁ । ଯଦି ରୋ-କୋ ଜବାବ ଦେବା ଆରମ୍ଭ କରିବେ ତାହାଲେ ତାଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତି ହଜି ଯିବେ । କେଉଁଠି ଦେଖାଦେବେ ନାହିଁ । ତେବେ ଶାସ୍ତ୍ରୀଙ୍କ ବୟାନ ସେହି ସମୟରେ ଆସିଛି ଯେତେବେଳେ ୨୦୨୭ ଦିନିକିଆ ବିଶ୍ୱକପ ପୂର୍ବରୁ ଦୁଇ ଖେଳାଳିଙ୍କ ଦଳରେ ଭୂମିକା ଏବଂ ପ୍ରତିବଦ୍ଧତାକୁ ନେଇ କିଛି ଜଣ ପ୍ରଶ୍ନ କରିଥିଲେ । ଅନ୍ୟ ଦିଗରେ ରବି ଶାସ୍ତ୍ରୀଙ୍କ ବୟାନ ଗୌତମ ଗମ୍ଭୀର ଏବଂ ଅଜିତ ଅଗରକରଙ୍କୁ ଟାର୍ଗେଟ୍ କରି କୁହାଯାଇଥିବା ଚର୍ଚ୍ଚା ହେଉଛି ।

ସେ ଆହୁରି କହିଛନ୍ତି ଯେ, ରୋହିତ ଏବଂ ବିରାଟ ଦିନିକିଆରେ ମହାନ ଖେଳାଳି । ରୋ-କୋଙ୍କ ବ୍ୟାଟିଂକୁ ପ୍ରଶ୍ନ କରୁଥିବା ବ୍ୟକ୍ତିଙ୍କୁ ସେ ଚେତାବନୀ ଦେଇଛନ୍ତି । ଶାସ୍ତ୍ରୀଙ୍କର କୋହଲିଙ୍କ ସହ ବହୁତ ଭଲ ସମ୍ପର୍କ ରହିଛି । ରୋହିତ ଶର୍ମାଙ୍କ ସହ ମଧ୍ୟ ସେ ଅନେକ ଦିନ ଧରି କାମ କରିଛନ୍ତି । ତେଣୁ ଶାସ୍ତ୍ରୀ ଉଭୟ ଖେଳାଳିଙ୍କୁ କୌଣସି ପରିସ୍ଥିତିତରେ ଅଣଦେଖା କରାଯାଇପାରିବ ନାହିଁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଅଜିତ ଅଗରକରଙ୍କୁ ରୋ-କୋଙ୍କ ଭବିଷ୍ୟତ ନେଇ ପ୍ରଶ୍ନ କରାଯାଇଥିଲା । ଯାହାରର ଉତ୍ତରେ ଉଭୟ ବିଶ୍ୱକପ୍ ପାଇଁ ପ୍ରତିବଦ୍ଧ ନଥିବା ସେ କହିଥିଲେ । ଏପରିକି କୋଚ୍ ଗମ୍ଭୀରଙ୍କ ସହ ରୋ-କୋଙ୍କ ଭଲ ସମ୍ପର୍କ ନଥିବା କୁହାଯାଉଛି । ଗମ୍ଭୀରଙ୍କ ପାଇଁ ରୋହିତ-ବିରାଟ ଟେଷ୍ଟ୍ କ୍ରିକେଟ୍ ଛାଡିଥିବା ଅନେକ କହୁଛନ୍ତି ।