ନୂଆଦିଲ୍ଲୀ: ଏୟାର ଷ୍ଟ୍ରାଇକ୍, ଓ୍ବାଟର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଉପରେ ଭାରତର ଡିଜିଟାଲ୍ ଷ୍ଟ୍ରାଇକ୍ । ପହଲଗାମ ବର୍ବରତା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲ ବନ୍ଦ । ଶହବାଜ ସରିଫଙ୍କ ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କରିଦେଇଛି ଭାରତ । ଏହି ଡିଜିଟାଲ୍ ଷ୍ଟ୍ରାଇକରେ ପାକିସ୍ତାନର ୧୬ ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲାଗିଛି ।
ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ଗୁଡ଼ିକ ଭାରତ ବିରୋଧରେ ଉତ୍ତେଜିତ କଲା ଭଳି କଣ୍ଟେଣ୍ଟ ତିଆରି କରୁଥିଲେ । ଭାରତୀୟ ସେନା ଓ ସୁରକ୍ଷା ଏଜେନ୍ସି ବିରୋଧରେ ସାମ୍ପ୍ରଦାୟିକ ଭାବେ ସମ୍ବେଦନଶୀଳ କଣ୍ଟେଣ୍ଟ ସହିତ ମିଛ ପ୍ରଚାର ଓ ଭ୍ରମିତ କଲା ଭଳି ଭିଡିଓ ତିଆରି କରୁଥିଲେ । ଏହାପୂର୍ବରୁ ଭାରତ ସରକାର ପାକିସ୍ତାନର ଅଧିକାଂଶ ସେଲିବ୍ରିଟିଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଥିଲେ । ଏଥିରେ ଅନେକ କ୍ରିକେଟରଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ମଧ୍ୟ ସାମିଲ୍ ରହିଛି । ଶୁକ୍ରବାର ପାକିସ୍ତାନ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ବାବର ଆଜମ୍, ମହମ୍ମଦ ଅମିର, ନସିମ୍ ଶାହ, ସାହୀନ୍ ଆଫ୍ରିଦ୍, ମହମ୍ମଦ ରିଜଓ୍ବାନ, ହାରିସ୍ ରଫ୍ ଏବଂ ଇମାମ୍ ଉଲ୍ ହକ୍ଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଆଇଡିକୁ ଭାରତ ବ୍ଲକ୍ କରିଛି ।
ଭାରତ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମଧ୍ୟରୁ ପାକିସ୍ତାନର ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ ଡନ୍, ସମା ଟିଭି, ଏଆରଓ୍ବାଇ ନ୍ୟୁଜ୍, ବୋଲ୍ ନ୍ୟୁଜ୍, ରଫସ୍ତାର ଜିଓ ନ୍ୟୁଜ୍ ଓ ସୁନୋ ନ୍ୟୁଜର ୟୁଟ୍ୟୁବ୍ ଚ୍ୟାନେଲ ସାମିଲ୍ ରହିଛି । ଏହାଛଡ଼ା କିଛି ପାକିସ୍ତାନୀ ପତ୍ରକାରଙ୍କ ୟୁଟ୍ୟୁବ ହ୍ୟାଣ୍ଡେଲ୍ସ ମଧ୍ୟ ସାମିଲ୍ ରହିଛି । ସେହିପରି ପାକିସ୍ତାନ ରେଫେରେନ୍ସ, ସମା ସ୍ପୋର୍ଷ୍ଟସ, ଉଜେର କ୍ରିକେଟ୍ ଓ ରାଜିମାନ ଭଳି ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଲଗାମ ଆଦଙ୍କବାଦୀ ଆକ୍ରମଣ ସାମିଲ୍ ଥିବା ଲୋକଙ୍କୁ କଠୋରରୁ ଅତି କଠୋର ଦିଆଯିବ ବୋଲି କହିଛନ୍ତି । ଏହାଛଡ଼ା ଆତଙ୍କୀ ଓ ସେମାନଙ୍କୁ ସହଯୋଗ କରିଥିବା ସ୍ଥାନୀୟ ଲୋକଙ୍କୁ ଖୋଜି ଖୋଜି ମରାଯିବ ଗୃହମନ୍ତ୍ରୀ ଅମିତ୍ ଶାହା ଚେତାବନୀ ଦେଇଛନ୍ତି ।...